Masthead

ଋଣ ନେଲା ଜୀବନ

ଦଶରଥପୁର, (ବଡ଼ ଖବର ବ୍ୟୁରୋ):
ଏକ ହୃଦୟ ବିଦାରକ ଘଟଣାା ଘଟିଯାଇଛି ଦଶରଥପୁର ବ୍ଲକ ବିରିପଟା ଗ୍ରାମପଞ୍ଚାୟତର ବରେଇଂ  ଗ୍ରାମରେ, କରୋନା ମହାମାରୀ ସାରାବିଶ୍ୱକୁ ଗ୍ରାସ କରିଥିବା ବେଳେ ଦେଶର ଆର୍ଥିକ ଅବସ୍ଥା କୁ ଦୋହଲାଇ  ଦେଇଛି ।ଦିନମଜୁରୀଆଙ୍କ ଉପରେ ଏହାର ପ୍ରଭାବ ପଡିଛି , ଯାହାକି ସେମାଙ୍କର ପରିବାର ପୋଷଣ କରିବାରେ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି, କରୋନା ମହାମାରୀ ଚାଲିଥିବା ସମୟରେ ଲଘୁଚାପ ଜନିତ ବନ୍ୟା ଚାଷୀ ର ଫସଲକୁ ଉଜାଡି ଦେଇଛି, ଯାହାଫଳରେ ଋଣ ଆଣି ଚାଷ କରିଥିବା  ଚାଷୀ ଋଣ ସୁଜିନପାରି ଜୀବନ ହାରୁଛି, ସାରାଜଗତ କୁ ଖାଦ୍ୟ ଯୋଗାଉଥିବା ଚାଷୀ କୂଳ ପରିବାର ଆଜି ରାହା ଖୋଜୁଛି ।           ଆଜି ଦେଖିବା କୁ ମିଳିଛି ଏକ ଅଭାବନୀୟ ଘଟଣା ବିରିପଟା ପଞ୍ଚାୟତର ବରେଇଂ ଗ୍ରାମରେ, ଚାଷୀ ଶ୍ରୀକାନ୍ତ ମିଶ୍ର,  ବୟସ -( ୪୧ ),  ସନ୍ଧ୍ୟାରାଣୀ ମିଶ୍ର , ସ୍ତ୍ରୀ – (୩୬) ଦୁଇ ପୁଅ ଏବଂ ଗୋଟେ ଝିଅକୁ ନେଇ ପରିବାର ଟି ସୁଖରେ ଚଳିଆସୁଥିଲେ ।ମହାମାରୀ କରୋନା ରେ କିଛି କାମ ଦାମ ନପାଇ ତାଙ୍କ ପରିବାର ଟି ବହୁତ ଆର୍ଥିକ ସଙ୍କଟ ଦେଇ ଗତିକରୁଥିଲେ, ଏବଂ ଋଣ ଆଣି ଚାଷ କରିଥିଲେ, ଗତ ବନ୍ୟାରେ ଫସଲ ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଯିବା ପରେ ପରିବାର ଉପରେ ପଡିଯାଇଥିଲା ଋଣ ଭାରର ବୋଝ, ଏତେ ସଙ୍କଟ ଦେଇ ଗତି କରିବା ସମୟରେ ସେ ବାଛିଥିଲେ    ମୃତ୍ୟୁର ରାସ୍ତା ।  ଯାହାକି ସ୍ୱାମୀ ଓ ସ୍ତ୍ରୀ ଦୁଇ ଜଣ ଗତ କାଲି ସନ୍ଧ୍ୟା ସମୟ ରେ ଚାଷ ପାଇଁ ଆଣିଥିବା ବିଷ କୁ ପିଇଦେଇଥିଲେ, ଘର ପାଖ ଲୋକମାନଙ୍କ ସହାୟତା ରେ ପ୍ରଥମେ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ ଯାହା କି ଡାକ୍ତର ତାଙ୍କୁ ପ୍ରାଥମିକ ଚିକତ୍ସା କରାଇ ଯାଜପୁର ସ୍ୱାସ୍ଥ୍ୟ କେନ୍ଦ୍ର କୁ ସ୍ଥାନାନ୍ତର କରିଥିଲେ, ବଡ ଦୁଃଖ ର ବିଷୟ ସନ୍ଧ୍ୟାରାଣୀ ମିଶ୍ର (ସ୍ତ୍ରୀ ) ଜୀବନ ହାରିଥିଲେ ଏବଂ ଅଳ୍ପକେ ସ୍ୱାମୀ ବଞ୍ଚିଯାଇଥିଲେ , ଏତେ ବଡ ଦୁଃଖଦ ଖବର ସାରା ଅଂଚଳ କୁ ସ୍ତବ୍ଧ କରିଦେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା