Masthead

ଫିଲ୍ମ ଓ ସିରିଏଲ୍‌ ସୁଟିଂ ଉପରେ ଲାଗିଲା ଲକଡାଉନ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ଚିନ୍ତା ବଢ଼ାଇଛି କରୋନା । ଏହାକୁ ନିୟନ୍ତ୍ରଣ କରିବା ପାଇଁ ମହାରାଷ୍ଟ୍ର ସରକାର ୧୪ ତାରିଖ ଠାରୁ ୧୪ ଦିନିଆ ଲକଡାଉନ୍‌ ଘୋଷଣା କରିଛନ୍ତି। ଫିଲ୍ମ ଓ ସିରିଏଲ୍‌ ସୁଟିଂ ଉପରେ ମଧ୍ୟ ଏହି ଲକଡାଉନ ଲାଗୁ ହୋଇଛି। ଆଗାମୀ ୧୫ ଦିନ ଯାଏଁ ସିରିଏଲ, ବିଜ୍ଞାପନ, ଫିଲ୍ମ ସୁଟିଂକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ଏହାକୁ ନେଇ ଫିଲ୍ମ ନିର୍ମାତା ଓ ଫିଲ୍ମ ଆସୋସିଏସନର ଚିନ୍ତା ବଢ଼ିଛି । ଏହାରି ଭିତରେ ମଧ୍ୟ ଏକ ଖୁସି ଖବର ରହିଛି। ଯେଉଁ ଟିଭି ସିରିଏଲ ଏବଂ ଫିଲ୍ମ ଗୁଡିକ ମହାରାଷ୍ଟ ବାହାରେ ସୁଟିଂ ଚାଲିଛି ସେଗୁଡିକ ଜାରି ରହିବ।

୧୫ ଦିନ ପାଇଁ ଫିଲ୍ମ ହଲଗୁଡିକ ମଧ୍ୟ ବନ୍ଦ ରହିବ। ଫଳରେ ଆଗାମୀ ଦୁଇ ସପ୍ତାହ ଯାଏଁ ରିଲିଜ ହେବାକୁଥିବା ଫିଲ୍ମ ଉପରେ ରୋକ ଲାଗିଯାଇଛି। ଫେଡେରେସନ୍ ଅଫ୍ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପ୍ଲଇଜର ଅଧ୍ୟକ୍ଷ ବିଏନ ତିୱାରୀ କହିଛନ୍ତି ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ବହୁତ ବଡ ଝଟକା ଦେଇଛି। ଯାହାଦ୍ବାରା ଅନେକ ଲୋକ ପ୍ରଭାବିତ ହେବେ। ମହାରାଷ୍ଟ୍ରରେ ଏବେ ଫିଲ୍ମ ଓ ଟିଭିର ପ୍ରାୟ ୧୦୦ ସୁଟିଂ ଚାଲିଛି। ବଡ ବଡ ସୁଟିଂ ହୋଲ୍ଡରେ ରଖାଯାଇଛି। ଟିଭି ଓ ବଲିଉଡର ଛୋଟ ଛୋଟ ପ୍ରୋଜେକ୍ଟର ସୁଟିଂ ଚାଲିଛି। ଏ ସମ୍ବନ୍ଧରେ ସେ ଉଦ୍ଧବ ଠାକରେଙ୍କ ସହ କଥାବାର୍ତ୍ତା କରିବେ ବୋଲି କହିଛନ୍ତି। ସୂଚନାମୁତାବକ, ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବ୍ରେକ୍‌ ଦ ଚେନ୍‌ ନିର୍ଦ୍ଦେଶ ଅନୁଯାୟୀ, ଆଜି ରାତି ୮ଟାରୁ ମେ’ ୧ ତାରିଖ ସକାଳ ୭ଟା ଯାଏଁ ଲକଡାଉନ୍‌ ଲାଗୁ କରାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା