Masthead

‘ମୋ ରାଜ୍ୟରେ ମୋ ଉପରେ ଆକ୍ରମଣ ଲଜ୍ଜାଜନକ’

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ମଣିପୁର ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ଉପରକୁ ଆକ୍ରମଣ ଘଟଣା । ଯାହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ଏନ ବିରେନ୍ ସିଂ । ସେ କହିଛନ୍ତି ଏହା ମୋ ପାଇଁ ଲଜ୍ଜ୍ୟାଜନକ ଘଟଣା । ତାଙ୍କରି ରାଜ୍ୟରେ ତାଙ୍କ ଉପରେ ଆକ୍ରମଣ ହେବା ପରେ, ତାଙ୍କୁ ଖରାପ ଲାଗୁଛି ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ ଯେ, ମେ ୩ ତାରିଖ ୨୦୨୩ରେ ମଣିପୁରରେ ଦୁଇଟି ସମୁଦାୟ ଭିତରେ ହିଂସା ଦେଖିବାକୁ ମିଳିଥିଲା । କୁକୀ ଏବଂ ମୈତେଇ ସମାଜର ଲୋକଙ୍କ ଭିତରେ ଏହି ହିଂସାକାଣ୍ଡ ଦେଖିବାକୁ ମିଳିଥିଲା ।

ତେବେ ବର୍ତ୍ତମାନ କିନ୍ତୁ ବଡ ଧରଣର ନହେଲେ ବି, ଛୋଟ ଛୋଟ ହିଂସା ଘଟଣା ଦେଖିବାକୁ ମିଳୁଛି । ନିକଟରେ ଆସାମ ସୀମାକୁ ଲାଗି ଥିବା ଜିରିବାମ୍ ଅଞ୍ଚଳରେ ମଧ୍ୟ ଗୁଳିକାଣ୍ଡର ଘଟଣା ସାମ୍ନାକୁ ଆସିଥିଲା । ଯେଉଁଥିପାଇଁ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବୀରେନ୍ ସିଂହ ସେହି ସ୍ଥାନକୁ ଯିବାକୁ ବାହାରିଥିଲେ । ଆଉ ସେଠାରେ ପହଞ୍ଚିବା ପରେ ତାଙ୍କ ଉପରକୁ ଆକ୍ରମଣ ହେଇଥିଲା । ଏହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ କହିବା କଥା ହେଲା, ଗତ ବର୍ଷେ ହେଲା ମଣିପୁରରେ ଯାହା ବି ହେଉଛି, ପ୍ରଥମରୁ ତା ସ୍ଥିତି ଗମ୍ଭୀର ଥିଲା । ହେଲେ କେନ୍ଦ୍ରୀୟ ସୁରକ୍ଷା ବଳ ଆସିବା ପରେ ସ୍ଥିତିରେ ସୁଧାର ଆସିଛି । ତେବେ ଏହା ଉପରେ ସମ୍ପୂର୍ଣ୍ଣ ରୋକ୍ ଲଗାଇବାକୁ ସମୟ ଲାଗିବ ବୋଲି ସେ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ