Masthead

ଚୋରି ହେଲା କରୋନା ଟିକା

ଜୟପୁର (ବଡ଼ ଖବର ବ୍ୟୁରୋ): ଦେଶରେ ଦିନକୁ ଦିନ କାୟା ମେଲାଉଛି କରୋନା । ଟିକାକରଣକୁ ଉଭୟ ସରକାର ଏବଂ ଲୋକେ ଆଶା କରିଥିବା ବେଳେ ରାଜସ୍ଥାନ ରାଜଧାନୀ ଜୟପୁରରୁ ଚୋରି ହେଇଛି କରୋନା ଟିକା । ଟିକାକରଣ ଚାଲିଥିବା ବେଳେ ଭ୍ୟାକସିନ୍‌ କମ୍‌ ଥିବା ନେଇ ବିଭିନ୍ନ ରାଜ୍ୟ ଅଭିଯୋଗ କରୁଛନ୍ତି। ସେହିଭଳି ରାଜସ୍ଥାନରେ କରୋନା ସ୍ଥିତି ସଙ୍ଗୀନ ହେବାରେ ଲାଗିଛି।

ଜୟପୁରରେ ଥିବା କାନଓ୍ବାଟିଆ ହସ୍ପିଟାଲରେ ଭ୍ୟାକସିନ୍‌ ଚୋରି ହୋଇଥିବା ନେଇ ହସ୍ପିଟାଲର ଅଧିକ୍ଷକ ହର୍ଷବର୍ଦ୍ଧନ ଶାସ୍ତ୍ରୀ ନଗର ଥାନରେ ଏତଲା ଦେଇଛନ୍ତି। ହସ୍ପିଟାଲରୁ ୩୨୦ ଡୋଜ୍‌ (୩୨ ସିସି) ଚୋରି ହୋଇଥିବା ଜଣାପଡ଼ିଛି। ପୋଲିସ୍‌ ଆଇପିସି ୩୮୦‌ ରେ ମାମଲା ରୁଜୁ କରିଛି। ୧୨ ଏପ୍ରିଲ୍‌ରେ ହସ୍ପିଟାଲକୁ କରୋନା ଟିକା ମିଳିଥିଲା। ସେହିଦିନ ସନ୍ଧ୍ୟାରେ ଷ୍ଟକ୍‌ ଚେକ୍‌ କରାଯିବା ପରେ ୩୨୦ ଡୋଜ୍‌ କମ୍‌ ଥିବା ଜଣାପଡ଼ିଥିଲା। ଏନେଇ ଦୁଇ ଦିନ ହସ୍ପିଟାଲ କମିଟି ମାମଲାର ଯାଞ୍ଚ କରିବା ପରେ ଥାନାରେ ଏତଲା ଦିଆଯାଇଛି। ଅନ୍ୟପଟେ କରୋନର ଦ୍ବିତୀୟ ଲହର ରାଜ୍ୟରେ ତାଣ୍ଡବ ରଚିଥିବା ବେଳେ ମୃତକଙ୍କ ସଂଖ୍ୟାରେ ବୃଦ୍ଧି ଘଟୁଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି