Masthead

କୁସ୍ତି ଯୋଦ୍ଧାଙ୍କ ବିରୋଧରେ ଲୁକଆଉଟ୍ ନୋଟିସ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆନ୍ତର୍ଜାତୀୟ କୁସ୍ତି ଯୋଦ୍ଧା ସୁଶୀଲ କୁମାରଙ୍କ ବିରୋଧରେ ଜାରି ହୋଇଛି ଲୁକଆଉଟ୍ ନୋଟିସ । ଅପହରଣ ଓ ହତ୍ୟା ମାମଲାରେ ଦିଲ୍ଲୀ ପୋଲିସ ଜାରି କରିଛି ତଲାସି ନୋଟିସ । କନିଷ୍ଠ କୁସ୍ତିଯୋଦ୍ଧା ସାଗର ହତ୍ୟା ମାମଲାରେ ଫେରାର ଅଛନ୍ତି ସୁଶୀଲ । ସୂଚନା ମୁତାବକ, ଛତ୍ରଶାଲ ଷ୍ଟାଡିୟମ ନିକଟରେ ୨ ଗୋଷ୍ଠୀର କୁସ୍ତିଯୋଦ୍ଧାଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଏଥିରେ କୁସ୍ତି ଯୋଦ୍ଧା ସାଗରଙ୍କର ମୃତ୍ୟୁ ହୋଇଥିବା ସହ ୪ ଜଣ ସହଯୋଗୀ ଆହତ ମଧ୍ୟ ହୋଇଥିଲେ।

ଏହି ଘଟଣା ପରେ ଫେରାର ଥିଲେ କୁସ୍ତିଯୋଦ୍ଧା ସୁଶୀଲ କୁମାର । ବର୍ତ୍ତମାନ ଦିଲ୍ଲୀ ପୋଲିସ ତାଙ୍କ ବିରୋଧରେ ଜାରି କରିଛନ୍ତି ଲୁକଆଉଟ୍ ନୋଟିସ । ଲୁକ ଆଉଟ ନୋଟିସ ଜାରି ହେବା ପରେ ବିଭିନ୍ନ ରାଜ୍ୟର ପୋଲିସ ତାଙ୍କୁ ଖୋଜୁଛି । ସୂଚନା ମୁତାବକ, ୨୦୦୮ ଅଗଷ୍ଟ ୨୦ରେ ସେ ବେଜିଂ ଅଲମ୍ପିକରେ ପ୍ରଥମ ଅଲମ୍ପିକ ମେଡାଲ ପାଇଥିଲେ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା