Masthead

କୁସ୍ତି ଯୋଦ୍ଧାଙ୍କ ବିରୋଧରେ ଲୁକଆଉଟ୍ ନୋଟିସ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆନ୍ତର୍ଜାତୀୟ କୁସ୍ତି ଯୋଦ୍ଧା ସୁଶୀଲ କୁମାରଙ୍କ ବିରୋଧରେ ଜାରି ହୋଇଛି ଲୁକଆଉଟ୍ ନୋଟିସ । ଅପହରଣ ଓ ହତ୍ୟା ମାମଲାରେ ଦିଲ୍ଲୀ ପୋଲିସ ଜାରି କରିଛି ତଲାସି ନୋଟିସ । କନିଷ୍ଠ କୁସ୍ତିଯୋଦ୍ଧା ସାଗର ହତ୍ୟା ମାମଲାରେ ଫେରାର ଅଛନ୍ତି ସୁଶୀଲ । ସୂଚନା ମୁତାବକ, ଛତ୍ରଶାଲ ଷ୍ଟାଡିୟମ ନିକଟରେ ୨ ଗୋଷ୍ଠୀର କୁସ୍ତିଯୋଦ୍ଧାଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଏଥିରେ କୁସ୍ତି ଯୋଦ୍ଧା ସାଗରଙ୍କର ମୃତ୍ୟୁ ହୋଇଥିବା ସହ ୪ ଜଣ ସହଯୋଗୀ ଆହତ ମଧ୍ୟ ହୋଇଥିଲେ।

ଏହି ଘଟଣା ପରେ ଫେରାର ଥିଲେ କୁସ୍ତିଯୋଦ୍ଧା ସୁଶୀଲ କୁମାର । ବର୍ତ୍ତମାନ ଦିଲ୍ଲୀ ପୋଲିସ ତାଙ୍କ ବିରୋଧରେ ଜାରି କରିଛନ୍ତି ଲୁକଆଉଟ୍ ନୋଟିସ । ଲୁକ ଆଉଟ ନୋଟିସ ଜାରି ହେବା ପରେ ବିଭିନ୍ନ ରାଜ୍ୟର ପୋଲିସ ତାଙ୍କୁ ଖୋଜୁଛି । ସୂଚନା ମୁତାବକ, ୨୦୦୮ ଅଗଷ୍ଟ ୨୦ରେ ସେ ବେଜିଂ ଅଲମ୍ପିକରେ ପ୍ରଥମ ଅଲମ୍ପିକ ମେଡାଲ ପାଇଥିଲେ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ