Masthead

ହାରୁଛି କରୋନା ଜିତୁଛି ଜୀବନ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ରାଜ୍ୟରେ ଭୟଙ୍କର ସ୍ଥିତିରେ କରୋନା । ପଜିଟିଭଙ୍କ ସଂଖ୍ୟା ବଢୁଥିବା ବେଳେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଆଜି ରାଜ୍ୟରେ ୧୦ ହଜାର ୩୧ ନୂଆ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୯ ହଜାର ୭୦୬ ଆକ୍ରାନ୍ତ । ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧ ହଜାର ୭୮୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧ ହଜାର ୧୦୦ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସେହିପରି ବରଗଡ଼ରୁ ୫୦୬, ସମ୍ବଲପୁରରୁ ୪୨୫, ନବରଙ୍ଗପୁରରୁ ୪୧୨, ଝାରସୁଗୁଡ଼ାରୁ ୪୦୭, ଅନୁଗୁଳରୁ ୩୯୩, ନୂଆପଡ଼ାରୁ ୩୮୫, କଳାହାଣ୍ଡିରୁ ୩୭୩, ପୁରୀରୁ ୩୦୪, ଯାଜପୁରରୁ ୩୩୧, ନୟାଗଡ଼ରୁ ୨୨୬, ଭଦ୍ରକରୁ ୨୦୬, ମୟୁରଭଞ୍ଜରୁ ୧୯୯, ବଲାଙ୍ଗିରରୁ ୧୯୫, କେନ୍ଦୁଝରରୁ ୧୬୧, ରାୟଗଡ଼ାରୁ ୧୫୦, ଜଗତସିଂହପୁରରୁ ୧୪୫, କେନ୍ଦ୍ରାପଡ଼ାରୁ ୧୩୨, ବାଲେଶ୍ୱରରୁ ୧୨୫, ସୋନପୁରରୁ ୧୨୩, ଗଜପତିରୁ ୧୧୮, ଗଞ୍ଜାମରୁ ୧୧୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସେହିପରି ଭାବେ କୋରାପୁଟରୁ ୮୯, କନ୍ଧମାଳରୁ ୬୮, ମାଲକାନଗିରିରୁ ୪୩, ଢେଙ୍କାନାଳରୁ ୪୨, ବୌଦ୍ଧରୁ ୩୭, ଦେବଗଡ଼ରୁ ୨୭ ଏବଂ ଷ୍ଟେଟପୁଲରୁ ୩୬୦ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ସୁସ୍ଥଙ୍କ ସଂଖ୍ୟା ୪ ଲକ୍ଷ ୫୭ ହଜାର ୫୬୯କୁ ବୃଦ୍ଧି ପାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁବନେଶ୍ୱରରେ ହେବ ଭିସା ସେଣ୍ଟର 🔴 ମଣ୍ଡେଇ ମହୋତ୍ସବରେ ମନ୍ତ୍ରୀ-ବିଧାୟକ ମୁହାଁମୁହିଁ 🔴 କଂଗ୍ରେସ ସହ ଅଛି, ଥିଲି, ରହିବି…ମୋକିମ 🔴 ମହମ୍ମଦ ମୋକିମଙ୍କୁ ଶକ୍ତ ଝଟକା 🔴 ଦୁଇ ସପ୍ତାହ କଲବଲ କରିବ ଜାଡ଼ 🔴 ବିଦ୍ୟାଳୟରୁ ତାଲା ଭାଙ୍ଗି ଲୁଟ୍ 🔴 ଅଡୁଆରେ ବାଣପୁର ଥାନା ପୋଲିସ 🔴 ବିପଦରେ ମେଘନାଦ ପାଚେରି 🔴 ଦିଲ୍ଲୀ ବିସ୍ଫୋରଣ ଘଟଣା, ଓଡ଼ିଶା ଲିଙ୍କ୍‌ 🔴 କଲବଲ କରୁଛି ପ୍ରବଳ ଥଣ୍ଡା 🔴 ଭୁବନେଶ୍ୱରରେ ହେବ ଭିସା ସେଣ୍ଟର 🔴 ମଣ୍ଡେଇ ମହୋତ୍ସବରେ ମନ୍ତ୍ରୀ-ବିଧାୟକ ମୁହାଁମୁହିଁ 🔴 କଂଗ୍ରେସ ସହ ଅଛି, ଥିଲି, ରହିବି…ମୋକିମ 🔴 ମହମ୍ମଦ ମୋକିମଙ୍କୁ ଶକ୍ତ ଝଟକା 🔴 ଦୁଇ ସପ୍ତାହ କଲବଲ କରିବ ଜାଡ଼ 🔴 ବିଦ୍ୟାଳୟରୁ ତାଲା ଭାଙ୍ଗି ଲୁଟ୍ 🔴 ଅଡୁଆରେ ବାଣପୁର ଥାନା ପୋଲିସ 🔴 ବିପଦରେ ମେଘନାଦ ପାଚେରି 🔴 ଦିଲ୍ଲୀ ବିସ୍ଫୋରଣ ଘଟଣା, ଓଡ଼ିଶା ଲିଙ୍କ୍‌ 🔴 କଲବଲ କରୁଛି ପ୍ରବଳ ଥଣ୍ଡା