Masthead

ପ୍ରସ୍ତୁତ ହେଉଛି ଗାଙ୍ଗୁଲିଙ୍କ ବାୟୋପିକ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ପ୍ରସ୍ତୁତ ହେଉଛି ଗାଙ୍ଗୁଲିଙ୍କ ବାୟୋପିକ । ତେନ୍ଦୁଲକର ଓ ଧୋନିଙ୍କ ପରେ ସୌରଭ ଗାଙ୍ଗୁଲିଙ୍କ ବାୟୋପିକ ହେବାକୁ ଯାଉଛି । ଏନେଇ ସୂଚନା ଦେଲେ ଲଭ ଫିଲ୍ମସର । ଭାରତୀୟ କ୍ରିକେଟ ଟିମର ସବୁଠାରୁ ସଫଳ କ୍ୟାପଟେନମାନଙ୍କ ମଧ୍ୟରୁ ଜଣେ ହେଲେ ସୌରଭ ଗାଙ୍ଗୁଲି। ତେବେ ଗାଙ୍ଗୁଲିଙ୍କ କ୍ୟାରିଅର ଉପରେ ପ୍ରସ୍ତୁତ ହେବାକୁ ଯାଉଛି ବାୟୋପିକ। ସେ ନିଜେ ଟ୍ୱିଟ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

ଟ୍ୱିଟ ଜରିଆରେ ସେ ସୂଚନା ଦେଇଛନ୍ତି ଯେ ତାଙ୍କ କ୍ୟାରିଅର ଉପରେ ଏକ ଫିଲ୍ମ ହେବାକୁ ଯାଉଛି। ଫିଲ୍ମର ପ୍ରଯୋଜନା ଦେବେ ଲଭ ଫିଲ୍ମସ। ସୌରଭ ଗାଙ୍ଗୁଲି ଟ୍ୱିଟ କରି ଲେଖିଛନ୍ତି, ‘କ୍ରିକେଟ ମୋ ଜୀବନ। ଏହା ମୋତେ ଆତ୍ମବିଶ୍ୱାସ ଦେଇଛି ଓ ଦକ୍ଷତା ଦେଇଛି ଯେଉଁଥିପାଇଁ ମୁଁ ମୁଣ୍ଡ ଟେକି ଆଗକୁ ବଢି ପାରିଛି। ଏମିତି ଏକ ଯାତ୍ରା ଯାହାକୁ ମନେ ରଖିହେବ। ଏଇଥିପାଇଁ ଖୁସି ଯେ ଲଭ ଫିଲ୍ମସ ମୋ କ୍ୟାରିଅରକୁ ନେଇ ବାୟୋପିକ ନିର୍ମାଣ କରିବ ଓ ଏହାକୁ ବଡ଼ ପରଦାକୁ ଆଣିବ। ତେବେ ଫିଲ୍ମରେ ଗାଙ୍ଗୁଲିଙ୍କ ଚରିତ୍ରରେ କିଏ ଅଭିନୟ କରିବ ତାହା ସ୍ପଷ୍ଟ ହୋଇନାହିଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା