Masthead

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଫୁ

ବାଲିଆପାଳ (ବଡ଼ ଖବର ବ୍ୟୁରୋ): ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଫୁ । ମନରେଗା ଯୋଜନାରେ ଶ୍ରମିକ ବଦଳରେ ମେସିନରେ ହେଉଛି କାମ । ନିକଟରେ ବିଡ଼ିଓମାନଙ୍କ ସମ୍ମୀଳନୀରେ ଏନଆରଜିଏସରେ ମେସିନରେ ମାଟି ଖୋଳା ଯିବାର ଅଭିଯୋଗ ଆସୁଥିବାର ପ୍ରସଙ୍ଗ ଉଠାଇବା ସହ ବିଡ଼ିଓମାନଙ୍କୁ ତାଗିଦ୍ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ୍ ମାଝୀ। ତେବେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଅମାନ୍ୟ କରି ମେସିନରେ ଚାଲିଛି ମାଟିଖୋଳା। ଏପରି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ସଦର ବ୍ଲକ ସାର୍ଥା ପଞ୍ଚାୟତରେ।

ସାର୍ଥା ପଞ୍ଚାୟତର ଲୁଣା ପୋଖରୀ ଓ ଖେଜୁର ପୋଖରୀ ପୁନଃ ଉଦ୍ଧାର ପାଇଁ ୧୦ ଲକ୍ଷ ଟଙ୍କା ଲେଖାଏଁ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କାର୍ଯ୍ୟ ହେଉଥିବା ବେଳେ ଲୋକଙ୍କ ବଦଳରେ ମେସିନ୍ ଲଗାଇ ମାଟି ଖୋଳା ଯାଉଛି। କିନ୍ତୁ ଶ୍ରମିକମାନେ କାମ ଧନ୍ଦା ନପାଇ ଘରେ ବସିଛନ୍ତି । ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି। ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଜବକାର୍ଡ ଧାରୀଙ୍କୁ ବର୍ଷରେ ଶହେ ଦିନର କାମ ଦେବାର ଆଇନ୍ ଥିବାବେଳେ କିଛି ଅସାଧୁ ସରକାରୀ ଅଧିକାରୀ ଓ କର୍ମଚାରୀ ଏହାକୁ ଉଲ୍ଲଘଂନ କରିବା ସହ ଲୋକ ବଦଳରେ ମେସିନ୍ ଦ୍ୱାରା କାମ କରାଉଛନ୍ତି।

ଦୈନିକ ମଜୁରୀ ଉଲ୍ଲେଖ ଥିବାବେଳେ କିନ୍ତୁ ମଜୁରୀ ବଦଳରେ ମେସିନ୍ କରୁଛି କାମ । ତେବେ ସବୁଠାରୁ ବିଡ଼ମ୍ବନାର କଥା ହେଉଛି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦଶକୁ ମଧ୍ୟ ଅମାନ୍ୟ କରିଛନ୍ତି ସଦର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ। ସେପଟେ ସାର୍ଥା ସରପଞ୍ଚଙ୍କୁ ଏବାବଦରେ ଯୋଗାଯୋଗ କରିଥିଲା ବେଳେ ସେ ମେସିନ୍ ରେ ଖୋଳାଯିବାର ଜାଣି ନାହାନ୍ତି ତଥା ଏପରି ହେବାକଥା ନୁହେଁ ବୋଲି ସ୍ବୀକାର କରିଛନ୍ତି। ଅନ୍ୟପଟେ କାମପାଇଁ ଆଶାଇ ଥିବା ଜବକାର୍ଡ ଧାରୀ କାମନପାଇ ଅସନ୍ତୋଷ ପ୍ରକାଶ କରିବା ସହ ଘରେ ଦୁଃଖକଷ୍ଟରେ ଦିନ କାଟୁଛନ୍ତି। ତେବେ ଏପରି ବେଆଇନ୍ କାର୍ଯ୍ୟକୁ ତୁରନ୍ତ ବନ୍ଦ୍ କରିବା ସହ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପଞ୍ଚାୟତବାସୀ ଦାବି କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର