Masthead

ଆଜି ମହାଶିବରାତ୍ରୀ; ରାତି ୧୦ଟାରେ ଉଠିବ ଲିଙ୍ଗରାଜଙ୍କ ମହାଦୀପ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆଜି ଜାଗର। ମହାଶିବରାତ୍ରି ପାଇଁ ଚଳଚଞ୍ଚଳ ଶୈବପୀଠ। ଓମ ନମଃ ଶିବାୟ ମନ୍ତ୍ରରେ ଗୁଞ୍ଜରିତ ହେଉଛି ରାଜ୍ୟର ବିଭିନ୍ନ ଶିବାଳୟ। ସବୁଠି ଶୁଭୁଛି ଶିବ ପଞ୍ଚାକ୍ଷରୀ। ପବିତ୍ର ମହା ଶିବରାତ୍ରି ପାଇଁ ଉତ୍ସବ ମୁଖର ଲିଙ୍ଗରାଜ ମନ୍ଦିର। ଜାଗର ପାଇଁ ଶ୍ରୀ ଲିଙ୍ଗରାଜ ମନ୍ଦିର ରେ ଭକ୍ତଙ୍କ ପ୍ରବଳ ଭିଡ଼ । ମନ୍ଦିର ମୁଖ୍ୟ ଫାଟକ ଠାରୁ ଆରମ୍ଭ ହୋଇ ବଢେଇବାଙ୍କ ଛକ ପର୍ଯ୍ୟନ୍ତ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ପୂର୍ବ ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁଯାଇ ଭୋର ୩ଟା ୩୦ରେ ପ୍ରଭୁ ଲିଙ୍ଗରାଜ ଙ୍କ ଦ୍ଵାରଫିଟା ନୀତି ଅନୁଷ୍ଠିତ ହୋଇଛି । ସକାଳ ୩ ରୁ ୩.୩୦ ପର୍ୟ୍ୟନ୍ତ ପ୍ରଭୁ ଲିଙ୍ଗରାଜଙ୍କ ମଙ୍ଗଳ ଆଳତି ଓ ଅବକାଶ ନୀତି ଅନୁଷ୍ଠିତ ହୋଇଛି ।

ଆଜି ମହାଶିବରାତ୍ରି ପାଇଁ ଦିନ ୧୧ ଟା ପର୍ଯ୍ୟନ୍ତ ଭକ୍ତଙ୍କୁ ସାହାଣ ମେଲା ଦର୍ଶନ ଦେଉଛନ୍ତି ଶ୍ରୀଲିଙ୍ଗରାଜ ମହାପ୍ରଭୁ । ପ୍ରଥମେ ୩.୩୦ ଦ୍ଵାରା ଫିଟା ନୀତି ଠାରୁ ଆରମ୍ଭ କରି ସକାଳ ୫ ଟା ପର୍ଯ୍ୟନ୍ତ ସେବାୟତ ଓ ତାଙ୍କ ପରିବାର ଲୋକଙ୍କୁ ପ୍ରଭୁଙ୍କ ଦର୍ଶନ କରିବାକୁ ସୁଯୋଗ ମିଳିଥିଲା । ସକାଳ ୫ ଟା ପରେ ସାଧାରଣ ଭକ୍ତଙ୍କ ପ୍ରବେଶ ପାଇଁ ଅନୁମତି ମିଳିଥିଲା । ଭକ୍ତଙ୍କ ପ୍ରବଳ ସମାଗମ କୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସକାଳୁ ମନ୍ଦିରରେ ପହଞ୍ଚି ସୁରକ୍ଷା ଦାୟିତ୍ଵ ର ତଦାରଖ କରିଛନ୍ତି ଦୁଇ ଡିସିପି ଜଗମୋହନ ମିନ୍ନା ଓ ପିନାକ ମିଶ୍ର । ସୁରକ୍ଷା ଦାୟିତ୍ବରେ ମୁତୟନ ଅଛନ୍ତି ୪୮ ପ୍ଲାଟୁନ ଫୋର୍ସ । ଏହାସହ ୪ ଡିସିପି ପାହ୍ୟା ଅଧିକାରୀ, ୫ ଅତିରିକ୍ତ ଡିସିପି ପାହ୍ୟା ଅଧିକାରୀ, ୧୫ ଏସିପୀ, ୨୮ ଇନ୍ସପେକ୍ଟର ଏବଂ ୧୨୨ ଏସଆଇ ସୁରକ୍ଷା ଦାୟିତ୍ବରେ ଅଛନ୍ତି । ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ୟରିକେଡ ମଧ୍ୟରେ ଭକ୍ତଙ୍କୁ ଦର୍ଶନ କରିବାକୁ ଛଡାଯାଉଛି । ସକାଳ ପ୍ରହରୁ ଭକ୍ତଙ୍କ ଭିଡ଼ ମନ୍ଦିରର ସିଂହ ଦ୍ଵାର ରୁ ଆରମ୍ଭ ହୋଇ ବଢ଼େଇବାଙ୍କ ଛକ ପର୍ଯ୍ୟନ୍ତ ଲମ୍ବିଥିବା ଦେଖିବାକୁ ମିଳିଛି ।

ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଜାଗର ଯାତ୍ରା ପାଇଁ ଜାଣନ୍ତୁ ଟ୍ରାଫିକ ନିୟମ :
–    ରଥରୋଡ ଓ ପୁନାମା ଗେଟ ପଟୁ ଆସୁଥିବା ଗାଡ଼ି ବିଏମ ହାଇସ୍କୁଲ ପଡ଼ିଆରେ ପାର୍କିଂ
–    କେଦାରଗୌରୀ ମନ୍ଦିର ଆଡୁ ଆସୁଥିବା ଗାଡ଼ି କୋଟିତୀର୍ଥ ତରଙ୍ଗ କ୍ଲବ ପଛପଟେ ପାର୍କିଂ
–    ସାମନ୍ତରାପୁର ଆଡୁ ଆସୁଥିବା ଗାଡ଼ି ଅନନ୍ତ ବାସୁଦେବ ମନ୍ଦିର ଉତ୍ତର ପାର୍ଶ୍ବରେ ରଖିବେ
–    କେଉଟ ସାହି ପଟୁ ଆସୁଥିବା ଗାଡ଼ି ଅନନ୍ତ ବାସୁଦେବ ପାର୍କିଂରେ ରଖିବେ
–    ତାରାସୁନ୍ଦରୀ ରାସ୍ତା ପଟୁ ଆସୁଥିବା ଗାଡ଼ି ମୁନିସିପାଲିଟି ହସପିଟାଲ କିମ୍ବା ବିଏମ ହାଇସ୍କୁଲ ପଡ଼ିଆରେ ରଖିବେ
–    କଳ୍ପନା ଛକ ଓ ମାଉସୀ ମା’ ପଟୁ ଆସୁଥିବା ଗାଡ଼ି ନୂଆ ବସଷ୍ଟାଣ୍ଡରେ ପାର୍କିଂ କରିବେ
–    ଅତିଥି ଓ ସରକାରୀ କର୍ମଚାରୀ ବଢେଇବାଙ୍କ ଠାରୁ ମୁନିସିପାଲିଟି ରାସ୍ତାରେ ପାର୍କିଂ କରିବେ

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ