Masthead

ହୋଲି ଖେଳ ହେଲା କାଳ, ଗାଧୋଇବା ବେଳେ ବୁଡିଗଲେ ଯୁବକ

ମାହାଙ୍ଗା (ବଡ଼ ଖବର ବ୍ୟୁରୋ): ହୋଲି ଖେଳ ହେଲା କାଳ । ନଦୀରେ ଗରଧୋଉଥିବାବେଳେ ଚାଲିଗଲା ଜୀବନ । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅଂଚଳରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଖଣ୍ଡସହି ନିକଟରେ ହୋଲି ଖେଳୁଥିବା ସରପଡା ପଂଚାୟତ ବୋଧଙ୍ଗ ଗ୍ରାମର ୪ ଜଣ ଯୁବକ ମଧ୍ୟାନରେ ଗାଧେଇବା ପାଇଁ ନିକଟସ୍ଥ ଲୁଣାନଦୀକୁ ଯାଇଥିଲେ । ସେଠାରେ ଗାଧୋଇବା ବେଳେ ସୌମ୍ୟରଞ୍ଜନ ସ୍ୱାଇଁ ନାମକ ଜଣେ ଯୁବକ ପହଁରା ଜାଣିନଥିବାରୁ ନଦୀ ଭିତରୁ କୂଳକୁ ଆସିପାରି ନଥିଲେ । ଅନ୍ୟ ସାଙ୍ଗମାନେ ମଧ୍ୟ ସୌମ୍ୟଙ୍କୁ ଉଦ୍ଧାର କରିପାରିନଥିଲେ ।

ନଦୀରେ ପାଣି ଅଧିକ ଥିବାରୁ ସୌମ୍ୟ ଗଭୀର ଜଳରେ ସାଙ୍ଗମାନଙ୍କ ଆଖି ଆଗରେ ବୁଡ଼ିଯାଇଥିଲେ । ସ୍ଥାନୀୟ ଲୋକମାନେ ବହୁ ସମୟ ଖୋଜାଖୋଜି କରିବା ପରେ ନିଖୋଜ ଯୁବକଙ୍କୁ ପାଣି ଭିତରୁ ଉଦ୍ଧାର କରିଥିଲେ । ତେବେ ବହୁ ବିଳମ୍ବ ହୋଇଯାଇଥିବାରୁ ସେତେବେଳକୁ ଯୁବକର ମୃତ୍ୟୁ ଘଟିସାରିଥିଲା ବୋଲି ସୂଚନା ମିଳିଥିଲା । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ତେବେ ନଦୀରୁ ଉଦ୍ଧାର ପରେ ସୌମ୍ୟଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତା’ଙ୍କୁ ମୃତ ଘୋଷଣା କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ