Before Header

ପାରିବାରିକ କଳହରୁ ଗୋଷ୍ଠୀ ସଂଘର୍ଷ

0 1,033

ବାହାନଗା (ବଡ଼ ଖବର ବ୍ୟୁରୋ): ପାରିବାରିକ କଳହରୁ କରୁଣ ପରିଣତି । ଗୋଷ୍ଠୀ ସଂଘର୍ଷରେ ଚାରି ଆହତ ତିନି ଗୁରୁତର । ଆହାତଙ୍କୁ ସୋର ଡାକ୍ତରଖାନାରେ ଚିକିତ୍ସା ହେଉଥିବା ବେଳେ ତିନି ଜଣ ଗୁରୁତରଙ୍କୁ ବାଲେଶ୍ୱର ସ୍ଥାନାନ୍ତର କରାଯାଇଛି । ସୋର ଥାନା ବାହାନଗା ବ୍ଲକ କୁଚିଆକୋଇଲି ଗ୍ରାମର ହୃଷିକେଶ ମଳିକ ଓ ତାଙ୍କ ସ୍ତ୍ରୀ ବର୍ଷା ମଳିକଙ୍କ ମଧ୍ୟରେ ପିଲାଙ୍କ ପାଠପଢ଼ାକୁ ନେଇ ବଚସା ହୋଇଥିଲା।

ପରେ ହୃଷୀକେଶଙ୍କ ମାଡରେ ବର୍ଷା ଆହତ ହୋଇ ତାଙ୍କ ବାପଘର ଖଇରା ଥାନା ତାଳମହୁଲ ଗ୍ରାମକୁ ଖବର ଦେଇଥିଲେ। ବର୍ଷାଙ୍କ ବାପା ଓ ଭାଇ କୁଚିଆକୋଇଲିରେ ପହଁଚିବା ପରେ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା। ଫଳରେ ଉଭୟ ଗୋଷ୍ଠୀରୁ ସାତଜଣ ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନା ଆଣିଥିବା ବେଳେ ସେଠାରେ ତିନି ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବାଲେଶ୍ୱର ସ୍ଥାନାନ୍ତର କରାଯାଇଛି। ଏନେଇ ଥନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.