Before Header

ଅଜା ସାଜିଲା ପିଶାଚ, ବର୍ଚ୍ଛାରେ ମାରି ନାତିକୁ କଲା ହତ୍ୟା

0 30

ନୂଆପଡା(ବଡ଼ ଖବର ବ୍ୟୁରୋ): ସାଧାରଣତଃ ଅଜା, ଆଈ ଓ ଜେଜେବାପା ଜେଜେ ମା’ ମାନେ ନାତି ନାତୁଣୀଙ୍କୁ ବହୁତ ଭଲ ପାଆନ୍ତି । ବହୁତ ସ୍ନେହ ଆଦର କରନ୍ତି । କିନ୍ତୁ ଜଣେ ଅଜା ଯେ ରାକ୍ଷସ ସାଜିପାରେ ଏହା କେହି ବିଶ୍ୱାସ କରିପାରିବେନି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନୂଆପଡା କୋମନା ଥାନା କ୍ରିଷ୍ଣା ଗାଁରେ । ଅଗାର ବର୍ଚ୍ଛା ମାଡରେ ମୃତ୍ୟୁବରଣ କରିଛି ନାତି ।

ପାରିବାରିକ କଳହରୁ ନାତିକୁ ଅଜା ଗତକାଲି ରାତିରେ ହତ୍ୟା କରିଥିବା ଜଣାପଡିଛି। କୋମନା ଥାନା ଅଧିକାରୀ ଘଟଣାର ଅଧିକ ତଦନ୍ତ କରୁଥିବା ଜଣାପଡ଼ିଛି। ମୃତକ ନାତି ହେଉଛନ୍ତି ଦୁଷ୍ମନ୍ତ ହଂସ । ତେବେ ଏଭଳି ଅଭାବନୀୟ ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା କୋମନା ଥାନା କ୍ରିଷ୍ଣା ଗାଁରେ।

 

Leave A Reply

Your email address will not be published.