Masthead

ସୁପ୍ରିମକୋର୍ଟରେ ମାହାଙ୍ଗା ଡବଲ ମର୍ଡର ମାମଲା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମାହାଙ୍ଗ ହତ୍ୟା ମାମଲାକୁ ଗୁରୁତର ସହ ନେଇଛନ୍ତି ସୁପ୍ରିମକୋର୍ଟ । ମାମଲାକୁ ବିଚାର କରିବାକୁ ଗ୍ରହଣ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ୪ ସପ୍ତାହ ଭିତରେ ଜବାବ ରଖିବାକୁ ରାଜ୍ୟ ସରକାରଙ୍କୁ ଦେଇଛନ୍ତି ନିଦେ୍ର୍ଦଶ । ମୃତ କୁଳମଣିଙ୍କ ପୁଅ ରଞ୍ଜିତ ବରାଳ ହୋଇଥିଲେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ । ମାହାଙ୍ଗା ଡବଲ ମର୍ଡର ମାମଲାରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ପ୍ରତାପ ଜେନାଙ୍କୁ କ୍ଲିନଚିଟ୍ ଦେଇଥିଲେ ହାଇକୋର୍ଟ ।

ଅକ୍ଟୋବରରେ ପ୍ରତାପଙ୍କ ନାଁରେ ଥିବା ମାମଲାକୁ ତଳକୋର୍ଟ ଖାରଜ କରିଥିଲେ । ଯାହା ଫଳରେ ପ୍ରତାପ ଜେନା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଫଳରେ ହାଇକୋର୍ଟ ତାଙ୍କୁ କ୍ଲିନଚିଟ୍ ଦେଇଥିଲେ । ଯାହାକୁ ବିରୋଧ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ କୁଳମଣି ବରାଳଙ୍କ ପୁଅ ରଞ୍ଜିତ ବରାଳ । ମହାଙ୍ଗା ଡବଲ ମର୍ଡର ମାମଲାରେ ୧୩ ନମ୍ବର ମୁଦାଲାରେ ଥିଲା ପ୍ରତାପ ଜେନାଙ୍କ ନାଁ । ହେଲେ ଚାର୍ଜସିଟରେ ତାଙ୍କର ନାଁ ନଥିବାରୁ ସାଲେପୁର କୋର୍ଟଙ୍କ ପୁନଃ ତଦନ୍ତ ନିଦେ୍ର୍ଦଶ ଦେଇଥିଲେ । ଯାହା ଫଳରେ ପୋଲିସ ତାଙ୍କ ନାଁକୁ ଯୋଡ଼ିଥିଲା । ଯାହାକୁ ଚ୍ୟାଲେଞ୍ଜ କରିଥିଲେ ପ୍ରତାପ ।

ହାଇକୋର୍ଟରୁ କ୍ଲିନଚିଟ ମିଳିବା ପରେ ପ୍ରତାପ ସତ୍ୟର ସବୁବେଳେ ଜୟ ବୋଲି ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରିଥିଲେ । ବହୁଚର୍ଚ୍ଚିତ ମହାଙ୍ଗା ଡ଼ବଲ ମର୍ଡର ଘଟଣା ୨ ଜାନୁଆରୀ ୨୦୨୧ରେ ହୋଇଥିଲା । ବିଜେପି ନେତା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରାଯାଇଥିଲା । ଏହି ହତ୍ୟା ଘଟଣାରେ ୧୩ ନମ୍ବର ମୁଦାଲା ଭାବେ ପ୍ରତାପ ଜେନାଙ୍କ ନାଁ ଚାର୍ଜସିଟରେ ଉଲ୍ଲେଖ କରିଥିଲା ପୋଲିସ । ସେତେବେଳେ ବିଜେଡି ସରକାର ଥିବା ବେଳେ ପ୍ରତାପ ଜେନା ସେତେବେଳେ ଆଇନ ମନ୍ତ୍ରୀ ଥିଲେ । ଯାହା ଫଳରେ ମାମଲାର ରଫାଦଫା କରାଗଲା ବୋଲି କୁଳମଣିଙ୍କ ପୁଅ ସୁପ୍ରିମକୋର୍ଟଙ୍କୁ ଯାଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି