Masthead

ବିଧାୟକ ଭୋଟ ପାଇଁ ଆସିଲେ, ମହିଳା ୱାର୍ଡ ମେମ୍ବରଙ୍କ ଘରେ ଅସଭ୍ୟ ଆଚରଣ କଲେ

ମାହାଙ୍ଗା (ବଡ଼ ଖବର ବ୍ୟୁରୋ): କୋଉଠି ପୁଅକୁ ବିଧାୟକ ପ୍ରାର୍ଥୀ ବଦଳରେ ସରପଞ୍ଚ ପ୍ରାର୍ଥୀ କହୁଛନ୍ତି । କୋଉଠି ମହିଳା ୱାର୍ଡ ମେମ୍ବରଙ୍କ ଘରେ ବସି ଭୋଟ ପାଇଁ ଧମକାଇବାକୁ ପଛାଉନାହାନ୍ତି । ଯୁଆଡେ ଯାଉଛନ୍ତି ସିଆଡେ ବିଦ୍ରୋହ । ପୁଅ ଅଙ୍କିତ ପାଇଁ ପ୍ରଚାର ମଙ୍ଗ ଧରିଛନ୍ତି ପୂର୍ବତନ ବିଧାୟକ ପ୍ରତାପ ଜେନା । ମାହାଙ୍ଗାରେ ବିଜେଡି, କଂଗ୍ରେସ ଏବଂ ସ୍ୱାଧୀନ ପ୍ରାର୍ଥୀଙ୍କ ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ୱନ୍ଦିତା ହେବା ଚର୍ଚ୍ଚା ହେଉଛି । ବିଜେଡିରୁ ବହୁ ସଂଖ୍ୟାଲଘୁ ଭୋଟର କଂଗ୍ରେସ ପ୍ରାର୍ଥୀ ଦେବେନ୍ଦ୍ର ସାହୁ ଏବଂ ସ୍ୱାଧୀନ ପ୍ରାର୍ଥୀ ସାରଦା ପ୍ରଧାନଙ୍କ ଶିବିରକୁ ଫେରୁଛନ୍ତି । ସୁବିଧା ଜନକ ସ୍ଥିତିରେ ନାହାନ୍ତି ଅଙ୍କିତ ଜେନା ।

ଏସବୁ ଘଟଣାକୁ ନେଇ ବିଷାଦରେ ପ୍ରତାପ ଜେନା । ପ୍ରତାପ କୁହୁଣ୍ଡା ପଞ୍ଚାୟତ ୧୧ ନମ୍ବର ୱାର୍ଡ କଲ୍ୟାଣପୁର ଗାଁର ମହିଳା ୱାର୍ଡ ମେମ୍ବରଙ୍କ ଘରେ ପହଂଚି, ତାଙ୍କ ସ୍ୱାମୀ ଶାଶୁ ଶ୍ୱଶୁର ଯାଅ ଏବଂ ଝିଅଙ୍କ ଉପସ୍ଥିତିରେ ଅଶାଳୀନ ମନ୍ତବ୍ୟ ଦେବାରୁ ଏହାକୁ ନେଇ କୁହୁଣ୍ଡା ଅଂଚଳର ମହିଳାମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିବା ଚର୍ଚ୍ଚା ହେଉଛି । ଏହାର ପ୍ରତିବାଦରେ କୁହୁଣ୍ଡା ସଚେତନ ନାଗରିକ ମଞ୍ଚ ପକ୍ଷରୁ ଅନୁଷ୍ଠିତ ସଭାରେ ବିଧାୟକ ପ୍ରତାପ ଜେନାଙ୍କ ଆଚରଣକୁ ତୀବ୍ର ନିନ୍ଦା କରାଯାଇଥିଲା । ଜଣେ ବିଧାୟକ ଜନପ୍ରତିନିଧି ହୋଇ କିପରି ଶାଳୀନତା ଭୁଲିଗଲେ ଯାହା ଚର୍ଚ୍ଚାର ବିଷୟ ପାଲଟିଛି । ଏଭଳି ଆଚରଣ ଦ୍ୱାରା ଦଳୀୟ ପ୍ରାର୍ଥୀ ଅଙ୍କିତ ଜେନାଙ୍କ ଭୋଟ ବଢିବ ନା କମିବ ସେ ନେଇ ଜୋରଦାର ଆଲୋଚନା ଚାଲିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ