ହାପି ବାର୍ଥ ଡେ କରିସ୍ମା

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ୯୦ଦଶକର ସୁପରହିଟ ଅଭିନେତ୍ରୀ କରିସ୍ମା । ଆଜି ସେ ୪୭ବର୍ଷ ବୟସରେ ପାଦ ଥାପିଛନ୍ତି । ଦିନ ଥିଲା ବଲିଉଡ ଇଣ୍ଡଷ୍ଟ୍ରିରରେ ଚହଳ ସୃଷ୍ଟି କରିଥିଲେ କରିସ୍ମା । ୧୯୭୪ ଜୁନ୍ ୨୫ରେ ମୁମ୍ବାଇରେ ଜନ୍ମ ହୋଇଥିବା ବଲିଉଡ ଅଭିନେତ୍ରୀ କରିସ୍ମା କପୁର ଇଣ୍ଡଷ୍ଟ୍ରିରେ ବେଶ୍ ନାଁ କମାଇଛନ୍ତି। କରିସ୍ମା ଆଜି ୪୭ ତମ ଜନ୍ମ ଦିବସ ପାଳନ କରୁଛନ୍ତି। କରିସ୍ମା ତାଙ୍କ ପରିବାର ଏବଂ ସାଙ୍ଗମାନଙ୍କ ସହ  ଜନ୍ମଦିନ ପାଳନ କରୁଛନ୍ତି। ତାଙ୍କ ପରିବାରରେ ସେ ପ୍ରଥମ ଝିଅ ଯିଏକି ସବୁ ପରମ୍ପରାକୁ  ଭାଙ୍ଗି ଅଭିନୟରେ ପାଦ ରଖିଥିଲେ ଏବଂ ସଫଳ ମଧ୍ୟ ହୋଇଥିଲେ।

ଯଦିଓ ତାଙ୍କ ପୂର୍ବରୁ ଶଶି କପୁରଙ୍କ ଝିଅ ସଞ୍ଜନା ମଧ୍ୟ ଚଳଚ୍ଚିତ୍ରରେ ପାଦ ଦେଇଥିଲେ କିନ୍ତୁ ତାହା ଅଧିକ ଦିନ ଚାଲିପାରିଲା ନାହିଁ। କରିସ୍ମା କପୁର ବର୍ତ୍ତମାନ ସିନେମାରେ ସକ୍ରିୟ ନାହାନ୍ତି | କିନ୍ତୁ ୯୦ ଦଶକରେ ସେ ଅନେକ ସୁପରହିଟ ଫିଲ୍ମ କରି ଦର୍ଶକଙ୍କ ହୃଦୟ ଜିତିଛନ୍ତି । ୧୭ ବର୍ଷ ବୟସରେ କରିସ୍ମା ଫିଲ୍ମ ‘ପ୍ରେମ କଏଦି’ ରେ ଅଭିନୟ ଆରମ୍ଭ କରିଥିଲେ। କରିସ୍ମାଙ୍କ ବନ୍ଧୁ ଅମୃତା ଆରୋରା ନିଜ ଇନଷ୍ଟାଗ୍ରାମରେ ଜନ୍ମଦିନର ଫଟୋ ସେୟାର କରିଛନ୍ତି। ଏହି ଫଟୋର ତାଙ୍କ ପ୍ରଶଂସକ ମାନେ କମେଣ୍ଟ ବକ୍ସରେ କରିସ୍ମାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!