Masthead

ଉପାସରେ ଆରାଧ୍ୟ ପ୍ରଭୁ ଲିଙ୍ଗରାଜ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସେବାୟତଙ୍କ ମଧ୍ୟରେ ବିବାଦ, ମକର ସଂକ୍ରାନ୍ତିରେ ଉପାସରେ ରାଜଧାନୀର ଆରାଧ୍ୟ ପ୍ରଭୁ ଲିଙ୍ଗରାଜ । ମଙ୍ଗଳବାର ରାତି ୯ଟାରୁ ବନ୍ଦ ରହିଛି ନୀତିକାନ୍ତି, ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ । ସେବାୟତଙ୍କ ବିବାଦ ଯୋଗୁ ମଙ୍ଗଳବାର ସନ୍ଧ୍ୟାଧୂପ ପୂର୍ବରୁ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ନୀତି ବନ୍ଦ ରହିଛି । ନୀତି ହୋଇ ନ ପାରିବାରୁ ରାତି ସାଢ଼େ ୯ଟାରେ ବଡ଼ୁ ସେବାୟତ ଠାକୁରଙ୍କ ପହୁଡ଼ ପକାଇଥିଲେ । ଫଳରେ ରାତିସାରା ଠାକୁରେ ଉପାସରେ ରହିଛନ୍ତି । ମକର ପୂର୍ବ ସନ୍ଧ୍ୟାରେ ସାମନ୍ତରା ଘରୁ ଘୃତ କମଳ ପ୍ରସ୍ତୁତି ନିମନ୍ତେ ଖୀର ଅଣାଯାଇଥିଲା । ସେହି କ୍ଷୀରକୁ ଆଉଟାଇ ଘୃତ କମଳ ପ୍ରସ୍ତୁତି ହୋଇଥିଲେ ମକରରେ ଶ୍ରୀଜିଉଙ୍କୁ ଲାଗି ହୋଇଥାନ୍ତା ।

କିନ୍ତୁ କ୍ଷୀର ଆଉଟାଇବା ଲାଗି ବଡୁ ଏବଂ ବ୍ରାହ୍ମଣ ସେବାୟତଙ୍କ ମଧ୍ୟରେ ସେବା ସ୍ୱତ୍ତ୍ୱ ପାଇଁ ଯୁକ୍ତିତର୍କ ହୋଇଥିଲା । ଫଳରେ ଠାକୁର ମକର ମଣ୍ଡପରେ ଗୋଟିଏ ରାତି ଏବଂ ପର ଦିନ ତମାମ ନଖାଇ ନପିଇ ଖାଡା ଉପବାସ ରହିଥିଲେ । ଏଥର ଏହି ବିବାଦକୁ ରୋକିବାକୁ ଟ୍ରଷ୍ଟବୋର୍ଡ ସଭାପତି ତଥା ଜିଲ୍ଲାପାଳ କ୍ଷୀର ଆଉଟାଇବା ଲାଗି ବ୍ରାହ୍ମଣ ନିଯୋଗର ପୁସ୍ପାଳକ ସେବାୟତଙ୍କୁ ପରାମର୍ଶ ଦେଇଥିବା ବେଳେ ବଡୁଙ୍କୁ ଘୃତ କମଳ ଲାଗି କରାଇବାକୁ ଲିଖିତ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ବଡୁ ନିଯୋଗ ଏହି ନିଷ୍ପତ୍ତି ଅବୈଧ ଦର୍ଶାଇ ହାଇକୋର୍ଟଙ୍କ ଆଶ୍ରୟ ନେଇଥିଲେ । ଠାକୁରଙ୍କୁ ଶୀତ ହେଉଥିବାରୁ ମକର ସଂକ୍ରାନ୍ତିରୁ କୁମ୍ଭ ସଂକ୍ରାନ୍ତି ପର୍ଯ୍ୟନ୍ତ ଔଷଧି ପ୍ରଦାନ ପୂର୍ବକ ଘୃତଲେପନ କରାଯିବା ବିଧି ରହିଛି । ଏଥିପାଇଁ ମକର ସଂକ୍ରାନ୍ତି ପୂର୍ବ ଦିନ କ୍ଷୀର ଆଉଟା ନୀତି ହୋଇଥାଏ ।

ସନ୍ଧ୍ୟାଧୂପ ପରେ ଶ୍ରୀ ଲିଙ୍ଗରାଜ, ମା’ ପାର୍ବତୀ, ମା’ ଦୁର୍ଗା ଓ ଶ୍ରୀ ବାସୁଦେବଙ୍କ ଚଳନ୍ତି ପ୍ରତିମା ମନ୍ଦିର ପରିସରରେ ଥିବା ଭୁବନେଶ୍ୱରୀ ମନ୍ଦିରକୁ ଯାଇଥା’ନ୍ତି । ଏହି କ୍ରମରେ ଗତ ସନ୍ଧ୍ୟା ଧୂପ ପାଇଁ ବେଶ ସରିଥିଲା । ବ୍ରାହ୍ମଣ ନିଯୋଗ ସେବାୟତ ଠା’ ସଜାଡ଼ିଥିଲେ । ତେବେ ମେଘଡମ୍ବରୁ ଓ କ୍ଷୀର ଆସି ନ ଥିବା ବେଳେ ମନ୍ଦିର ପ୍ରଶାସନର ଅଧିକାରୀ ଅନୁପସ୍ଥିତ ଥିବା ଅଭିଯୋଗ କରି ଚର୍ଚେଇତ ସେବାୟତ ମନ୍ଦିର ଗର୍ଭଗୃହକୁ ଭୋଗ ପୂରାଇବାକୁ ମନା କରିଥିଲେ । ଏହାର କିଛି ସମୟ ପରେ ମେଘଡମ୍ବରୁ ଆସିଥିଲେ ହେଁ କ୍ଷୀର ଆସି ନଥିବା କଥା କହିଥିଲେ । ଗତବର୍ଷ ଏହି ତିଥିରେ କ୍ଷୀର ଆଉଟା ନୀତିକୁ ନେଇ ଠାକୁର ମନ୍ଦିର ବାହାରକୁ ଯିବା ପରେ ନୀତି ବିବାଦ ହୋଇ ଠାକୁର ବାହାରେ ଉପବାସରେ ରହିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ