Masthead

୨୯ ଦିନର ଅନଶନ ପରେ ଡାକରା ଆସିଲା

ନବରଙ୍ଗପୁର (ବଡ଼ ଖବର ବ୍ୟୁରୋ ) : ୨୯ ଦିନର ଅନଶନ ପରେ ଡାକରା ଆସିଲା କଲେକ୍ଟର ଅଫିସରୁ । ବଡ଼ ଖବରରେ ଲଗାତାର ଖବର ପ୍ରସାରଣ ପରେ ବାଟକୁ ଆସିଲା ପ୍ରଶାସନ । କୋକସରା ସାହାଜଖୋଲ ଜଙ୍ଗଲରୁ ବନବାସୀ ପହଞ୍ଚିଲେ ନବରଙ୍ଗପୁର ଜିଲ୍ଲାପାଳ ଅଫିସକୁ । ସାହାଜଖୋଲ ସଂରକ୍ଷିତ ଜଙ୍ଗଲର ଡୁମେରପାଣି ଓ ଭତ୍ତାପାଣି ଲୋକଙ୍କୁ ବନ ବିଭାଗ ତଡି ଦେଇଥିଲା । ଅତ୍ୟାଚାର ଏଇଠି ସରିନଥିଲା । ଶାସକ ଦଳର ନେତା ଆଦିବାସୀଙ୍କୁ ଧମକାଇଲେ । ଘଟଣା ସ୍ଥଳକୁ ଗଲେ ଏସପି । କିନ୍ତୁ ବିଜେଡି ନେତାଙ୍କ ପାୱାର ଆଗରେ ପାଟି ବନ୍ଦ କରି ରହିଲେ । ଭଙ୍ଗଲ ଭିତରେ ଜନତା ଆନ୍ଦୋଳନରେ ବସିଲେ । ଦିନେ କି ଦୁଇ ଦିନ ନୁହେଁ ପ୍ରାୟ ମାସେ ଧରି ଖରା, ବର୍ଷା କାକରରେ ଭିଟା ମାଟିରେ ବସିରହିଲେ ମାଟିର ମଣିଷ । ହେଲେ ବଡ଼ ଖବର ଲଗାତାର ଜଙ୍ଗଲ ଭିତରୁ ଖବର ପ୍ରସାରଣ ।

ବଢିଲା ଚାପ । ପ୍ରଶାସନ ଡାକରା ଦେଲା । ଜିଲ୍ଲାପାଳ ଅଫିସ ଆଗରେ ପହଞ୍ଚିଲେ ମହିଳା ଓ ପୁରୁଷ ବନବାସୀ । ନ୍ୟାୟ ଦେବା ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ବନବାସୀ । ବନବାସୀଙ୍କୁ ଦିଆଯିବ ସୁରକ୍ଷା । ସେମାନଙ୍କ ସ୍ୱାର୍ଥରକ୍ଷା ପାଇଁ ପ୍ରଶାସନ ସମସ୍ତ ସହଯୋଗ ଯୋଗାଇ ଦେବ । ପ୍ରଶାସନ ସହ ଆଲୋଚନା ପରେ ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ ମାଝି କହିଛନ୍ତି । ନବରଙ୍ଗପୁର ଜିଲ୍ଲାପାଳଙ୍କ ଅଫିସରେ ଆୟୋଜିତ ଆଲୋଚନାରେ ପ୍ରଦୀପ ମାଝିଙ୍କ ସହ ନବରଙ୍ଗପୁର ଜିଲ୍ଲାପାଳ, ଧର୍ମଗଡ଼ ଉପଜିଲ୍ଲାପାଳ, ଏସଡିପିଓ, ଆମପାଣି ଆଇଆଇସି ଓ ଜଙ୍ଗଲ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ । କଳାହାଣ୍ଡି କୋକସରା ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ଭିତରେ ଥିବା ଡୁମେରପାଣି ଓ ଭତ୍ତାପାଣିର ୪୦ ପରିବାରଙ୍କୁ ଆକ୍ରମଣ କରିଥିଲେ ବନ ବିଭାଗ କର୍ମଚାରୀ ଓ ସ୍ଥାନୀୟ ବିଜେଡ଼ି ଯୁବ ନେତା । ଏପରିକି ତାଙ୍କର ଘର ଭାଙ୍ଗି ସହ ମହିଳାଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିଥିଲେ । ଯାହକୁ ନେଇ ପ୍ରତିବାଦ କରିଥିଲେ ବନବାସୀ । ଦୀର୍ଘ ଦିନ ଅନଶନରେ ବସିବା ପରେ ସମାଧାନ ପାଇଁ ଆଗକୁ ଆସିଛି ପ୍ରଶାସନ । ବନବାସୀଙ୍କୁ ଧମକ ଦେଇଥିବା, ଗାଳିଗୁଲଜ କରିଥିବା ବିଜେଡି ଯୁବ ସଭାପତିଙ୍କ ଽିରୋଧରେ କେବେ ହେବ କାର୍ଯ୍ୟାନୁଷ୍ଠାନ । ତାକୁ ହିଁ ନଜର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!