ବାଉଳାରେ ଦେଲେ ଡବଲ ଡୋଜ

କାନପୁର (ବଡ଼ ଖବର ବ୍ୟୁରୋ): କରୋନାର ଦ୍ୱିତୀୟ ଲହରକୁ ନେଇ ସାରା ବିଶ୍ୱରେ ଏବେ କୋକୁଆ ଭୟ ସୃଷ୍ଟି ହୋଇଛି । ଏଥିରୁ ଭାରତ ମଧ୍ୟ ବାଦ ପଡ଼ିନାହିଁ । ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏଥିରୁ ମୁକ୍ତି ପାଇବା ପାଇଁ ଲୋକେମାନେ ନେଉଛନ୍ତି ଟିକା । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ୟୁପି କାନପୁରର ଜଣେ ଏଏନଏମ ମହିଳାଙ୍କୁ ଗୋଟିଏ ପରିବର୍ତ୍ତେ ଦୁଇ ଥର ଟିକା ଲଗାଇଛନ୍ତି। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

କାନପୁର ଗ୍ରାମାଞ୍ଚଳର ମାଡୋଲି ସିଏଚସିରେ କରୋନା ଟିକା ଦିଆଯାଉଥିଲା। କମଲେଶ ଦେବୀ ନାମକ ଜଣେ ମହିଳା କରୋନା ଟିକା ନେବା ପାଇଁ ସେଠାରେ ପହଂଚିଥିଲେ । ଏହି ସମୟରେ ନର୍ସ ଜଣକ ଫୋନରେ ବହୁତ ବ୍ୟସ୍ତ ଥିଲେ। ଫୋନରେ କଥା ହେଉଥିବା ଏଏନଏମ କମଲେଶ ଦେବୀଙ୍କୁ ଗୋଟିଏ ବଦଳରେ ଦୁଇଥର କରୋନା ଟିକା ଲଗାଇଥିଲେ। ମହିଳା ଜଣକ ଏଏନଏମଙ୍କୁ ଏହି କଥାକୁ କହିବାରୁ ସେ ଭୁଲ ସ୍ବୀକାର କରିଥିଲେ। ପରେ ମହିଳାଙ୍କ ପରିବାର ସଦସ୍ୟ ଏହା ଜାଣିବା ମାତ୍ରେ ସେମାନେ ହସ୍ପିଟାଲରେ ଊତ୍ତେଜନା ସୃଷ୍ଟି କରିଥିଲେ ।

ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି କାର୍ଯ୍ୟାନୁଷ୍ଠାନ ନେବା ସହ ମାମଲାକୁ ଶାନ୍ତ କରାଇଥିଲେ। ଏହାକୁ ନେଇ କମଲେଶ ଦେବୀଙ୍କ ପୁଅ ଗଣମାଧ୍ୟମକୁ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ମାଆଙ୍କ ଅବସ୍ଥା ଭଲ ଅଛି। କୌଣସି ପାର୍ଶ୍ୱ ପ୍ରତିକ୍ରିୟା ପରିଲିକ୍ଷିତ ହୋଇନାହିଁ । କିନ୍ତୁ ତାଙ୍କ ହାତ ବହୁତ ଫୁଲି ଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ