Masthead

କାହା ସ୍ୱାର୍ଥରେ ସରକାରୀ ଅନୁଦାନ

ନୂଆଗାଁ, (ବଡ ଖବର ବ୍ୟୁରୋ): ସରକାର କା ମାଲ୍ ଦରିଆ ମେଁ ଡାଲ । ଏହି ନୀତିରେ ଚାଲିଛି ଗାଁ କଲ୍ୟାଣ ସମିତିର ଅନୁଦାନ ଖର୍ଚ୍ଚ। ଗାଁର ଉନ୍ନତୀକରଣ ପାଇଁ ଆସୁଥିବା ଅନୁଦାନକୁ ମୂଳରୁ ଚୁଳ ଯାଏ ଥିବା ଅଧିକାରୀ ଓ କର୍ମଚାରୀ ହଡ଼ପ କରୁଥିବା ଶୁଣିବାକୁ ମିଳୁଛି । ଲୋକଙ୍କ ଉନ୍ନତି ପରିବର୍ତ୍ତେ ଅଧିକାରୀଙ୍କ ପରିବାରର ଉନ୍ନତି ହେବାରେ ଲାଗିଛି । ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ମହିପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଆସିଛି ଏଭଳି ସଙ୍ଗିନ ଅଭିଯୋଗ ।

ମହିପୁର ସିଏଚସି ଅଧୀନରେ ଥିବା ୨୧୩ଟି ଗାଁ କଲ୍ୟାଣ ସମିତିକୁ ପ୍ରତିବର୍ଷ ୧୦ ହଜାର ଟଙ୍କା ଅନୁଦାନ ଦିଆଯାଉଛି । ସମିତି ଅଧୀନରେ ଥିବା ଗ୍ରାମଗୁଡିକର ପରିବେଶ ସଫାସୁତରା କରିବା ଓ ସ୍ୱାସ୍ଥ୍ୟ ସମନ୍ଧୀୟ ସଚେତନତାମୂଳକ ବୈଠକରେ ଖର୍ଚ୍ଚ କରିବା ଲାଗି ଅନୁଦାନ ଦିଆଯାଉଛି । ସରକାରଙ୍କ ଯୋଜନା ଓ ଉଦେଶ୍ୟ ଗୋଟିଏ ଥିବାବେଳେ ଗ୍ରାଉଣ୍ଡ ଜିରୋରେ ଦେଖିବାକୁ ମିଳୁଛି ଭିନ୍ନ ଚିତ୍ର। ଆସୁଥିବା ୧୦ ହଜାର ଟଙ୍କାରୁ ବୈଠକ ନାମରେ ଖର୍ଚ୍ଚ ହେଉଛି ୩ ହଜାର ଟଙ୍କା । ତେବେ ବୈଠକ ନହୋଇ ଏହି ଟଙ୍କା ଚଳୁ କରାଯାଉଥିବା ଲୋକେ କହୁଛନ୍ତି । ଖର୍ଚ୍ଚ ଦେଖାଇବା ଲାଗି କାଗଜକଲମରେ ସବୁ ରହିଯାଉଛି ।

ଆଦିବାସୀ ଗାଁଗୁଡିକରେ ପାନୀୟଜଳ ଠାରୁ ଆରମ୍ଭ କରି ରାସ୍ତାଘାଟ ଖରାପ ରହୁଛି । ତେବେ ସଫା କରାଯିବା ଲାଗି ଆସୁଥିବା ଟଙ୍କାକୁ ବାବୁମାନେ ଚଳୁ କରିନେଉଛନ୍ତି । ସେପଟେ ଲୋକେ ବିଭିନ୍ନ ରୋଗର ଶିକାର ହେଉଥିଲେ ସୁଦ୍ଧା କାହାର ନିଘା ନାହିଁ । ଗାଁ କଲ୍ୟାଣ ସମିତିଗୁଡିକରେ ଏପରି ଲୁଟ୍ ହେଉଥିବା ନେଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇ ନଥିଲା । ତେବେ ମହିପୁର ସିଏଚସିର ବିପିଏମ ଇପ୍ସିତା ଦାସ କହିଛନ୍ତି ଫିଲ୍ଡ ଭିଜିଟ କଲେ ସତ୍ୟାସତ୍ୟ ଜଣା ପଡିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା