Masthead

ମନ କଥା କହିଲେ ବଲିଉଡର ଫିଟନେଶ୍ କୁଇନ୍ ମଲାଇକା

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ମନ କଥା କହିଲେ ବଲିଉଡର ଫିଟନେଶ୍ କୁଇନ୍ ମଲାଇକା । ସମସ୍ତଙ୍କ ସାମ୍ନାରେ ବଖାଣିଲେ ନିଜର ଇଚ୍ଛା । ତାଙ୍କୁ କିଭଳି ପୁଅ ପସନ୍ଦ ସେ ନେଇ ଖୁଲାସା କଲେ ମଲାଇକା । ଯାହା ଏବେ ସବୁଠି ଚର୍ଚ୍ଚା ପାଲଟିଛି । ମଲାଇକା ଏବେ ଇଣ୍ଡିଆଜ୍ ନେକ୍ସଷ୍ଟ ଟପ୍ ମଡେଲ ସୋ’ର ଜଜ୍ ଭାବେ ଦେଖିବାକୁ ମିଳୁଛନ୍ତି । ନିକଟରେ ଏହି ସୋ ରେ ତାଙ୍କୁ କିଭଳି ପୁଅ ପସନ୍ଦ ସେ ନେଇ ସେ ଖୁଲାସା କରିଛନ୍ତି । ସେ କହିଛନ୍ତି ଯେ ତାଙ୍କୁ ଶକ୍ତ ପୁଅମାନେ ଖୁବ୍ ପସନ୍ଦ । ପୁଅମାନଙ୍କ ଚିକ୍କଣ ଚେହେରା ଏବଂ ଯେଉଁମାନେ ଗସିପ୍ କରନ୍ତି ସେମାନେ ତାଙ୍କୁ ବିଲକୁଲ ବି ପସନ୍ଦ ନୁହେଁ । ଏହା ସହ ଯେଉଁ ପୁଅ ଭଲ କିସ୍ କରିପାରେ ତାଙ୍କୁ ସେ ଅଧିକ ପସନ୍ଦ କରନ୍ତି ବୋଲି କହିଛନ୍ତି ।

ତେବେ ମଲାଇକାଙ୍କ ଠାରୁ ଏସବୁ ଶୁଣିବା ପରେ ତାଙ୍କୁ ବୟ ଫ୍ରେଣ୍ଡ୍ ଅର୍ଜୁନ୍ କପୁରଙ୍କ ବିଷୟରେ ମଧ୍ୟ ପ୍ରଶ୍ନ କରାଯାଇଥିଲା । ଅର୍ଜୁନଙ୍କ ନାମ ଶୁଣିବା ମାତ୍ରେ ହିଁ ଲାଜେଇ ଯାଇଥିଲେ ମଲାଇକା । ସେ କହିଥିଲେ ଯେ ଅର୍ଜୁନ କପୁର ତାଙ୍କୁ ଭଲ ଭାବେ ବୁଝନ୍ତି ଓ ଜାଣନ୍ତି । ଏଥି ସହିତ ହଇରାଣ ମଧ୍ୟ କରନ୍ତି ।ତେବେ ଖବର ଅନୁସାରେ ଅର୍ଜୁନ କପୁର ମଧ୍ୟ ପୂର୍ବରୁ ଏକ ସାକ୍ଷାତକାରରେ ଏହି ସମାନ ଉତ୍ତର ଦେଇଥିଲେ । ସେ ବି କହିଥିଲେ ଯେ ମଲାଇକା ଏପରି ଜଣେ ବ୍ୟକ୍ତି ଯିଏ ତାଙ୍କୁ ଦେଖିବା ମାତ୍ରେ ହିଁ ତାଙ୍କ ଦିନ କିପରି ଥିଲା ସେ ବିଷୟରେ ସେ କହିପାରିବେ । ଏବଂ ମଲାଇକା ମଧ୍ୟ ତାଙ୍କୁ ଖୁବ୍ ଭଲରେ ବୁଝନ୍ତି ବୋଲି କହିଥିଲେ ଅର୍ଜୁନ୍ ।

ତେବେ ଅରବାଜ୍ ଖାନଙ୍କ ସହ ଛାଡପତ୍ର ପରେ ମଲାଇକା ଓ ଅର୍ଜୁନ୍ କପୁର ଲିଙ୍କ୍ ଅପ୍ରେ ରହିଛନ୍ତି । ୨୦୨୯ରୁ ଦୁହିଁଙ୍କ ରିଲେଶନସିପ୍ ବିଷୟରେ ସବୁଠି ଚର୍ଚ୍ଚା ହେଉଛି । ପାର୍ଟି ହେଉ ଅବା ହଲିଡେ ସବୁଠି ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳେ । ସୋସିଆଲ ମିଡିଆରେ ବି ଉଭୟଙ୍କର କିଛି କପଲ ଫଟୋ ଅନେକ ସମୟରେ ବେଶ୍ ଭାଇରାଲ ହୁଏ । । ଦୁହେଁ ଦୁହିଁଙ୍କୁ ନେଇ ସୋସିଆଲ ମିଡିଆରେ ବି କିଛି ସ୍ପେସିଆଲ ପୋଷ୍ଟ କରିଥାନ୍ତି । ତେବେ ଏହି ଲଭ୍ ବାର୍ଡ କେବେ ମ୍ୟାରେଜ କରୁଛନ୍ତି ତାହାକୁ ଦେଖିବାକୁ ଏବେ ବେଶକ ଉତ୍ସାହର ସହିତ ଅପେକ୍ଷା କରି ରହିଛନ୍ତି ଫ୍ୟାନ୍ସ

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଟକରୁ ଚିହ୍ନଟ ହେଲା ପ୍ରଥମ କୋଭିଡ ଆକ୍ରାନ୍ତ 🔴 ED ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀ ଗିରଫ 🔴 ଭିଜିଲାନ୍ସ ଜାଲରେ ଗ୍ରାମୀଣ ଉନ୍ନୟନ ବିଭାଗ ମୁଖ୍ୟଯନ୍ତ୍ରୀ 🔴 ଚୀନ ସିସିଟିଭିକୁ ଭାରତରେ ନା 🔴 ଖୁବଶୀଘ୍ର ପିଓକେ ଆମର ହେବ 🔴 ଶୀତଳଷଷ୍ଠୀ କୁ ୫୦ଲକ୍ଷ ଅନୁଦାନ 🔴 ୪୦ ବର୍ଷ ପରେ ମାଓ ମୁକ୍ତ ହେଲା ବସ୍ତର 🔴 ନିଶାସକ୍ତ ପୁଅର ନୃଶଂସକାଣ୍ଡ, କୋଦାଳରେ ହାଣି ମା’କୁ କଲା ହତ୍ୟା 🔴 କେନାଲ ବନ୍ଧ ସହ ମାଟି ତାଡିନେଲେ ମାଟି ମାଫିଆ 🔴 ଟ୍ରମ୍ପ୍ ଓ ଏଲନ୍ ମସ୍କଙ୍କ ସମ୍ପର୍କରେ ଫାଟ 🔴 କଟକରୁ ଚିହ୍ନଟ ହେଲା ପ୍ରଥମ କୋଭିଡ ଆକ୍ରାନ୍ତ 🔴 ED ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀ ଗିରଫ 🔴 ଭିଜିଲାନ୍ସ ଜାଲରେ ଗ୍ରାମୀଣ ଉନ୍ନୟନ ବିଭାଗ ମୁଖ୍ୟଯନ୍ତ୍ରୀ 🔴 ଚୀନ ସିସିଟିଭିକୁ ଭାରତରେ ନା 🔴 ଖୁବଶୀଘ୍ର ପିଓକେ ଆମର ହେବ 🔴 ଶୀତଳଷଷ୍ଠୀ କୁ ୫୦ଲକ୍ଷ ଅନୁଦାନ 🔴 ୪୦ ବର୍ଷ ପରେ ମାଓ ମୁକ୍ତ ହେଲା ବସ୍ତର 🔴 ନିଶାସକ୍ତ ପୁଅର ନୃଶଂସକାଣ୍ଡ, କୋଦାଳରେ ହାଣି ମା’କୁ କଲା ହତ୍ୟା 🔴 କେନାଲ ବନ୍ଧ ସହ ମାଟି ତାଡିନେଲେ ମାଟି ମାଫିଆ 🔴 ଟ୍ରମ୍ପ୍ ଓ ଏଲନ୍ ମସ୍କଙ୍କ ସମ୍ପର୍କରେ ଫାଟ