Masthead

ବିରାଟ ବାହିନୀର ବିରାଟ ବିଜୟ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଦିନିକିଆ ପରାଜୟର ପ୍ରତିଶୋଧ ନେଲା ବିରାଟ ବାହିନୀ । ଦିନିକିଆ ସିରିଜରେ ୨-୧ରେ ପରାଜୟ ବରଣ କରିଥିବା ଭାରତ ଟି-୨୦ରେ ଗୋଟିଏ ମ୍ୟାଚ ବାକି ଥିବା ପୂର୍ବରୁ ୨-୦ରେ ଆଗୁଆ ରହିବା ସହ ସିରିଜକୁ ଅକ୍ତିଆର କରିଛି । ଦ୍ୱିତୀୟ ଟି-୨୦ ୬ ୱିକେଟରେ ବିଜୟୀ ହୋଇଛି ଭାରତ । ହାର୍ଦ୍ଧିକ ପାଣ୍ଡ୍ୟାଙ୍କ ଦମଦାର ଛକା ବଳରେ ଦଳ ୩ଟି ବଲ ପୂର୍ବରୁ ବିଜୟୀ ହୋଇଥିଲା ।

ଭାରତ ପ୍ରଥମେ ଟସ୍ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା । ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୨୦ ଓଭର ମଧ୍ୟରେ ୫ ୱିକେଟ ବିନିମୟରେ ୧୯୪ ରନ କରିବାରେ ସକ୍ଷମ ହୋଇଥିଲା । କଙ୍ଗାରୁ ଦଳର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ୱେଡ ଧୂଆଁଧାର ଅର୍ଦ୍ଧଶତକ ଅର୍ଜନ କରିଥିଲେ । ସ୍କିଥ୍ ୩୮ ବଲରୁ ୪୪ ରନ କରିବାରେ ସକ୍ଷମ ହୋଇଥିଲେ । ଭାରତ ପକ୍ଷରୁ ଟି ନଟରାଜନ ୨ଟି ୱିକେଟ ଅକ୍ତିଆର କରିଥିବା ବେଳେ ସାର୍ଦ୍ଧୁଲ ଠାକୁର ଏବଂ ଚହଲ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।

୧୯୫ ରନକୁ ପିଛା କରିବାକୁ ଯାଇ ଭାରତ ୩ ବଲ ପୂର୍ବରୁ ବିଜୟୀ ହୋଇଛି । ଭାରତ ପକ୍ଷରୁ ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ରାହୁଲ ଏବଂ ଧାୱନ ଅର୍ଦ୍ଧଶତକୀୟ ପାଟନରସିପ ପାଳି ଖେଳିଥିଲେ । ଧାୱନ ୫୨ ରନ କରିଥିବା ବେଳେ ରାହୁଲ ୩୦ ରନ କରିଥିଲେ । ଫାଷ୍ଟଡାଉନରେ ଆସି ବିରାଟ କୋହଲି ୪୦ ରନ କରିଥିଲେ । ସବୁଠାରୁ ଦମଦାର ଇନିଂସ ଖେଳିଥିଲେ ହାର୍ଦ୍ଧିକ ପାଣ୍ଡ୍ୟା ଏବଂ ଶ୍ରେୟସ ଆୟାର । ପାଣ୍ଡ୍ୟା ୨୨ ବଲରୁ ୪୨ ରନ କରିଥିବା ଥିବା ବେଳେ ଆୟାର ୫ ବଲରୁ ୧୨ କରିବାରେ ସକ୍ଷମ ହୋଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’