Masthead

ବିରାଟ ବାହିନୀର ବିରାଟ ବିଜୟ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଦିନିକିଆ ପରାଜୟର ପ୍ରତିଶୋଧ ନେଲା ବିରାଟ ବାହିନୀ । ଦିନିକିଆ ସିରିଜରେ ୨-୧ରେ ପରାଜୟ ବରଣ କରିଥିବା ଭାରତ ଟି-୨୦ରେ ଗୋଟିଏ ମ୍ୟାଚ ବାକି ଥିବା ପୂର୍ବରୁ ୨-୦ରେ ଆଗୁଆ ରହିବା ସହ ସିରିଜକୁ ଅକ୍ତିଆର କରିଛି । ଦ୍ୱିତୀୟ ଟି-୨୦ ୬ ୱିକେଟରେ ବିଜୟୀ ହୋଇଛି ଭାରତ । ହାର୍ଦ୍ଧିକ ପାଣ୍ଡ୍ୟାଙ୍କ ଦମଦାର ଛକା ବଳରେ ଦଳ ୩ଟି ବଲ ପୂର୍ବରୁ ବିଜୟୀ ହୋଇଥିଲା ।

ଭାରତ ପ୍ରଥମେ ଟସ୍ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା । ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୨୦ ଓଭର ମଧ୍ୟରେ ୫ ୱିକେଟ ବିନିମୟରେ ୧୯୪ ରନ କରିବାରେ ସକ୍ଷମ ହୋଇଥିଲା । କଙ୍ଗାରୁ ଦଳର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ୱେଡ ଧୂଆଁଧାର ଅର୍ଦ୍ଧଶତକ ଅର୍ଜନ କରିଥିଲେ । ସ୍କିଥ୍ ୩୮ ବଲରୁ ୪୪ ରନ କରିବାରେ ସକ୍ଷମ ହୋଇଥିଲେ । ଭାରତ ପକ୍ଷରୁ ଟି ନଟରାଜନ ୨ଟି ୱିକେଟ ଅକ୍ତିଆର କରିଥିବା ବେଳେ ସାର୍ଦ୍ଧୁଲ ଠାକୁର ଏବଂ ଚହଲ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।

୧୯୫ ରନକୁ ପିଛା କରିବାକୁ ଯାଇ ଭାରତ ୩ ବଲ ପୂର୍ବରୁ ବିଜୟୀ ହୋଇଛି । ଭାରତ ପକ୍ଷରୁ ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ରାହୁଲ ଏବଂ ଧାୱନ ଅର୍ଦ୍ଧଶତକୀୟ ପାଟନରସିପ ପାଳି ଖେଳିଥିଲେ । ଧାୱନ ୫୨ ରନ କରିଥିବା ବେଳେ ରାହୁଲ ୩୦ ରନ କରିଥିଲେ । ଫାଷ୍ଟଡାଉନରେ ଆସି ବିରାଟ କୋହଲି ୪୦ ରନ କରିଥିଲେ । ସବୁଠାରୁ ଦମଦାର ଇନିଂସ ଖେଳିଥିଲେ ହାର୍ଦ୍ଧିକ ପାଣ୍ଡ୍ୟା ଏବଂ ଶ୍ରେୟସ ଆୟାର । ପାଣ୍ଡ୍ୟା ୨୨ ବଲରୁ ୪୨ ରନ କରିଥିବା ଥିବା ବେଳେ ଆୟାର ୫ ବଲରୁ ୧୨ କରିବାରେ ସକ୍ଷମ ହୋଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ