Masthead

ଟାଇଗରଙ୍କୁ ଟକ୍କର ଦେବେ କ୍ରିତି

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ବଲିଉଡରେ ଏବେ ହେବ ଆକ୍ସନର ଧମାକା । ଆକ୍ସନ ସିନ୍ କରିବେ ବଲିଉଡର ବିଉଟି କୁଇନ୍ କ୍ରିତି ସାନନ୍ । ସେଥିପାଇଁ ପ୍ରିପେୟାରେସନ ବି ଆରମ୍ଭ ହୋଇ ସାରିଲାଣି । ଏବେ ଖାଲି ରିଲିଜ୍ କୁ ଅପେକ୍ଷା । କହିବାକୁ ଗଲେ ସିନେମା ଜଗତରେ ଏମିତି ଏକ ଟ୍ରେଣ୍ଡ୍ ଚାଲିଥିଲା ଯେତେବେଳେ କି ସିନେମାର ନାୟକ ଫାଇଟ୍ କରି ନାୟିକାଙ୍କୁ ବଞ୍ଚାଉଥିଲେ । କିନ୍ତୁ ଏବେ ଫୁଲ ଦମରେ ରେଡି ହେଉଛନ୍ତି ଫିଲ୍ମର ନାୟିକା । ସେ ବି ବରାବର ଟକ୍କର ଦେବେ ନାୟକଙ୍କୁ ।

ବଲିଉଡରେ ଏବେ ନିର୍ମାଣ ହେଉଛି ଆକ୍ସନ୍ ଡ୍ରାମା ଫିଲ୍ମ ‘ଗଣପତ୍’ । ଯେଉଁଥିରେ ନଜର ଆସିବେ ବଲିଉଡର ଆକ୍ସନ ଷ୍ଟାର ଟାଇଗର ର୍ସଫ୍ । ଫିଲ୍ମରେ ଟାଇଗରଙ୍କ ଅପୋଜିଟ ରେ ନଜର ଆସିବେ କ୍ରିତି ସାନନ୍ । ବର୍ତ୍ତମାନ କ୍ରିତି ସାନନ୍ ଏହି କ୍ୟାରେକ୍ଟର ପାଇଁ ଫୁଲ୍ ଦମ୍ରେ ଲାଗିଛନ୍ତି । ୟୋଗା,କିକ୍ ବକ୍ସିଙ୍ଗ୍, ଷ୍ଠେଚ୍ ଟ୍ରେନିଂ ଠାରୁ ଆରମ୍ଭ କରି ସବୁପ୍ରକାର ଫିଟନେସ୍ ଟେନିଂ ନେଉଛନ୍ତି କ୍ରିିତି । ଏହାର କିଛି ଝଲକ ମଧ୍ୟ ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଫ୍ୟାନ୍ସଙ୍କ ସହ ସେୟାର କରିଛନ୍ତି । ତାଙ୍କର ଏହି ନୂଆ ଲୁକକୁ ଦେଖିବାକୁ ବେଶ୍ ଏକ୍ସସାଇଟେଡ୍ ଅଛନ୍ତି ଦର୍ଶକ । ତା ସହ ସେ ପୁଣି ଥରେ ଟାଇଗରଙ୍କ ସହ ସ୍କ୍ରିନ୍ରେ ଧମାଲ କରିବେ ।

ପ୍ରଥମ ଥର ପାଇଁ ଦୁହିଁଙ୍କ ଯୋଡି ହିରୋପନ୍ଥିରେ ଦେଖିବା ପରେ ବର୍ତ୍ତମାନ ଏହା ହେଉଛି ଦୁହିଁଙ୍କର ଦ୍ୱିତୀୟ ଫିଲ୍ମ । ଏହି ଫିଲ୍ମ ପାଇଁ କ୍ରିତି ମଧ୍ୟ ଯେତିକି ହାଡୱାର୍କ କରୁଛନ୍ତି ଟାଇଗର ମଧ୍ୟ ସେମିତି ପ୍ରିପେୟାରେସନ ଜାରି ରଖିଛନ୍ତି ଫିଲ୍ମ ପାଇଁ । ଅଲୱଜ୍ ଫିଟ୍ ଆଣ୍ଡ ଫାଇନ୍ ରହୁଥିବା ଟାଇଗର ବି ଏକ ଦମଦାର କ୍ୟାରେକ୍ଟର ରେ ନଜର ଆସିବେ ଫିଲ୍ମରେ । କିନ୍ତୁ ଫ୍ୟାନ୍ସମାନେ କ୍ରିତିଙ୍କ ଭୂମିକାକୁ ନେଇ ବେଶ୍ ଉତ୍ସାହିତ ରହିଛନ୍ତି । ତାଙ୍କ ଶେଷ ମୁଭି ମିମିରେ ତାଙ୍କୁ ଏକ ଭିନ୍ନ କ୍ୟାରେକ୍ଟର ଦେଖିବା ପରେ ଏବେ ପୁଣି ତାଙ୍କ ଆକ୍ସନ୍ ସିନ୍ ବି ଖୁବ୍ ଦମଦାର ହେବ ବୋଲି ଆଶା ରଖିଛନ୍ତି ଫ୍ୟାନ୍ସ । ଏହା ବ୍ୟତୀତ କ୍ରିତି ସାନନ୍ଙ୍କୁ ବଚ୍ଚନ ପାଣ୍ଡେ, ଆଦିପୁରୁଷ, ଭେଡିଆଁ ଏବଂ ହମ୍ ଦୋ ହମାରେ ଦୋ ଭଳି କିଛି ଦମଦାର ମୁଭିରେ ବି ଦେଖିବାକୁ ମିଳିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ