Masthead

ଭାରତର ପୁରୁଷ ନଦୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଭାରତରେ ନଦୀକୁ ମା’ କୁହାଯାଏ ହେଲେ ଭାରତରେ ଏମିତି ନଦୀ ଅଛି ଯାହାକୁ କୁହାଯାଏ ପୁରୁଷ ନଦୀ । ପୁରୁଷ ନଦୀ । କଥା ଟା ଶୁଣିଲେ କୌତୁହଳ ଲାଗିବା ସ୍ୱାଭାବିକ । କାରଣ ସାଧରଣତଃ ଭାରତୀୟ ସଂସ୍କୃତିରେ ନଦୀକୁ ସ୍ତ୍ରୀର ଆଖ୍ୟା ଦିଆଯାଇଛି । କିନ୍ତୁ ଭାରତରେ ଏଭଳି ଏକ ନଦୀ ରହିଛି ଯାହାକୁ ପୁରୁଷ ନଦୀ ଭାବେ ବିବେଚନା କରାଯାଏ । ହିନ୍ଦୁ ଧର୍ମଶାସ୍ତ୍ର ଅନୁଯାୟୀ ବ୍ରହ୍ମପୁତ୍ର ନଦୀକୁ କୌଣସି ଦେବୀ ରୂପେ ନୁହେଁ ବରଂ ଦେବତା ଭାବେ ବର୍ଣ୍ଣିତ ହୋଇଛନ୍ତି, ଯେଉଁଥିପାଇଁ ବ୍ରହ୍ମପୁତ୍ରକୁ ପୁରୁଷ ନଦୀର ଆଖ୍ୟା ଦିଆଯାଇଛି । ପୁରାଣ କୁହେ, ଏହି ନଦୀର ଜନ୍ମ ବ୍ରହ୍ମାଙ୍କ ବରଦାନରୁ ହୋଇଛି । ବୌଦ୍ଧ ଓ ଜୈନ ଧର୍ମରେ ମଧ୍ୟ ଏହି ନଦୀକୁ ପୂଜା କରାଯାଇଥାଏ । ବ୍ରହ୍ମପୁତ୍ର ନଦୀର ଉତ୍ପତ୍ତି ଉତ୍ତର ହିମାଳୟର ତିବ୍ବତ ଅନ୍ତର୍ଗତ ପୁରଙ୍ଗ ଜିଲ୍ଲାର ମାନସରୋବର ନିକଟରୁ ହୋଇଛି । ଭାରତରେ ଆସାମ, ହିମାଚଳ ପ୍ରଦେଶ, ଅରୁଣାଚଳ ପ୍ରଦେଶ ସହ ଦେଶ ବାହାରେ ବାଂଲାଦେଶକୁ ମଧ୍ୟ ଛୁଇଁଛି । ଭାରତର ଦ୍ୱିତୀୟ ବୃହତ ନଦୀ ହେଉଛି ବ୍ରହ୍ମପୁତ୍ର । ଯାହାର ଲମ୍ବା ପାଖାପାଖି ୨୭୦୦ କିମି ରହିଛି । ସନାତନ ଧର୍ମର ମାନ୍ୟତା ଅନୁସାରେ ଏହି ନଦୀରେ ସ୍ନାନ କରିବା ପରେ ପାଖରେ ଥିବା ବ୍ରହ୍ମାଙ୍କ ମନ୍ଦିର ଦର୍ଶନ କଲେ ବ୍ରହ୍ମ ଦୋଷ ଓ ଶାରୀରିକ ରୋଗରୁ ମୁକ୍ତି ମିଳିଥାଏ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ