Masthead

ମହାପ୍ରଭୁଙ୍କ ପାଇଁ ପ୍ରାଚୀକ୍ଷେତ୍ରରୁ ଶ୍ରୀକ୍ଷେତ୍ରକୁ ଯାଉଛି ଫଳଭାର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପ୍ରାଚୀକ୍ଷେତ୍ରରୁ ଶ୍ରୀକ୍ଷେତ୍ରକୁ ଯାଉଛି ଫଳଭାର । ଜ୍ୱରରେ ପୀଡିତ ମହାପ୍ରଭୁଙ୍କ ପାଇଁ କାକଟପୁରରୁ ଯାଉଛି ବିଭିନ୍ନ ପ୍ରକାର ଫଳ । ସ୍ନାନ ପୂର୍ଣ୍ଣିମାରେ ମହାସ୍ନାନ ପରେ ଜ୍ୱରରେ ପୀଡିତ ଶ୍ରୀଜିଉଙ୍କୁ ସୁସ୍ଥ କରିବା ପାଇଁ ଲାଗିଛନ୍ତି ଦଇତାପତି ସେବାୟତ । ବିଶ୍ୱନିୟନ୍ତା ଅଣସର ଘରେ ଥିବା ବେଳେ ବିଭିନ୍ନ ସେବା, ନୀତିକାନ୍ତି କରାଯାଉଛି । ଏହି ଅବସରରେ କାକଟପୁର ପ୍ରାଚୀକ୍ଷେତ୍ରରୁ ବନୌସଦ୍ଧି, ବନ ସୁସ୍ୱାଦୁ ଫଳଭାର ଶଗଡ଼ ଗାଡ଼ିରେ ଶ୍ରୀକ୍ଷେତ୍ରକୁ ପଠାଯାଉଛି ।

ଆଜି ପୁରୀରେ ପହଞ୍ଚିବ ଏହି ଫଳ ଭାର । କାକଟପୁର ପ୍ରାଚୀ ତଟରେ ଥିବା ମଠ, ମନ୍ଦିର ଏବଂ ଗ୍ରାମାବାସୀଙ୍କ ଠାରୁ ସଂଗୃହିତ ଆମ୍ବ, ପଣସ, ଖଜୁରୀ, ନଡିଆ, ସପୁରୀ, ସେଓ ଭଳି ପ୍ରାୟ ୧୫ ପ୍ରକାର ଫଳ ପୁରୀକୁ ପଠାଯାଉଛି । ପ୍ରାଚୀ କୂଳରେ ଥିବା ଦେଉଳି ମଠରୁ ଅଣସର ଭାର ପୁରୀ ଅଭିମୁଖେ ବାହାରିଛି । ଏହି ଭାରକୁ ପୁରୀର ହାତି ଆଖଡା ମଠରେ ଶ୍ରୀମନ୍ଦିର ପ୍ରଶାସନ ଗ୍ରହଣ କରିବା ପରେ ଶ୍ରୀଜିଉଙ୍କୁ ଲାଗି କରାଯିବାର ପରମ୍ପରା ରହିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ