Masthead

ସ୍ଵାଭିମାନ ଅଞ୍ଚଳରେ କଂଗ୍ରେସ ନେତା ପ୍ରଦୀପ ମାଝି

ଚିତ୍ରକୋଣ୍ଡା (ବଡ଼ ଖବର ବ୍ୟୁରୋ): ନବରଙ୍ଗପୁର ପୂର୍ବତନ ସାଂସଦ ତଥା ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି ସ୍ଵାଭିମାନ ଅଞ୍ଚଳ ପରିଦର୍ଶନ କରିଛନ୍ତି । ପ୍ରଥମେ ସେ ସ୍ଵଭିମାନ ଅଞ୍ଚଳର ଲଲଗଡରେ ପହଞ୍ଚିଥିଲେ। ମାଲକାନଗିରି ଜିଲ୍ଲା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଗୋବିନ୍ଦ ପାତ୍ର ମଧ୍ୟ ତାଙ୍କ ସହ ସାମିଲ ହୋଇଥିଲେ । ସ୍ୱାଭିମାନ ଅଞ୍ଚଳର ଯୋଡ଼ାମ୍ବ ପଞ୍ଚାୟତ ଜନ୍ତୁରାଇ ଓ ଦାରଲାବେଢା ଗ୍ରାମରେ ସେ ପହଞ୍ଚିବା ପରେ ଗ୍ରାମବାସୀ ସ୍ୱାଗତ କରିଥିଲେ । ଦାରଲାବେଢା ଠାରେ ଉକ୍ତ ଅଞ୍ଚଳର ବିଭିନ୍ନ ସମସ୍ୟା ସମ୍ପର୍କରେ ସେ ବୁଝି ଥିଲେ । ଯୋଡ଼ାମ୍ବ ବିଦ୍ୟାଳୟର ୧୦ ଗୋଟି ଶ୍ରେଣୀ ଗୃହ ପାଇଁ ମାତ୍ର ଜଣେ ଶିକ୍ଷକ ଥିବା ଲୋକମାନେ ଅଭିଯୋଗ କରିଥିଲେ । ପ୍ରଦୀପ ଗୋରାସେତୁ ଏବଂ ଲାଲଗଡ଼ ପଣସପୁଟ ଗ୍ରାମରେ ପହଂଚି ବିଭିନ୍ନ ସମସ୍ୟା ସମ୍ପର୍କରେ ଲୋକଙ୍କ ସହ ଆଲୋଚନା କରିଥିଲେ । ପରିମଳ ପାଇଁ ମଞ୍ଜୁର ହୋଇଥିବା ୧୬ କୋଟି ଟଙ୍କା ଦୁର୍ନୀତି ହୋଇଥିବା ପ୍ରଦୀପ କହିବା ସହ ଏଥିପାଇଁ ସେ ପୂର୍ବତନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କୁ ଦାୟୀ କରିଥିଲେ । ସ୍ୱାଭିମାନ ଅଞ୍ଚଳରେ ପିଏମଜିୱାଇ ରାସ୍ତା କାମ ନିମ୍ନମାନର ଓ କୋଟି କୋଟି ଟଙ୍କାର ହଡପ ହୋଇଥିବା ସେ ଅଭିଯୋଗ କରିଛନ୍ତି । ପରେ ପ୍ରଦୀପ ଗୋରାସେତୁ,ଖଜୁରୀଗୁଡା,ସିନ୍ଧିପୁଟ ଗାଁ ବୁଲି ଗାଁ ଲୋକଙ୍କ ସମସ୍ୟା ବୁଝିଥିଲେ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା