ମାର୍ଚ୍ଚରେ ବେକାରୀ ହାର ୭.୮% ବୃଦ୍ଧି ପାଇଛି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦେଶରେ ବୃଦ୍ଧି ପାଉଛି ବେକାରୀ ହାର । ମାର୍ଚ୍ଚରେ ବେକାରୀ ହାର ୭.୮% ବୃଦ୍ଧି ପାଇଛି । ଏହା ଗତ ୩ ମାସରେ ସର୍ବାଧିକ । ୨୦୨୨ରେ ଦେଶରେ ବେକାରୀ ହାର ୮.୩୦ ପ୍ରତିଶତକୁ ବୃଦ୍ଧି ପାଇଥିଲା । ୭.୧୪ ପ୍ରତିଶତ ଜାନୁଆରୀରେ ଖସିଥିଲା । ଫେବୃଆରୀରେ ଏହା ପୁଣି ବୃଦ୍ଧି ପାଇଥିଲା । ଫେବୃଆରୀରେ ୭.୪୫ ପ୍ରତିଶତକୁ ବଢିଥିବା ବେଳେ ମାର୍ଚ୍ଚରେ ସହରାଞ୍ଚଳରେ ବେକାରୀ ହାର ୮.୪ ପ୍ରତିଶତ ଓ ଗ୍ରାମାଞ୍ଚଳରେ ୭.୫ ପ୍ରତିଶତ ରହିଛି । ମାର୍ଚ୍ଚରେ ଭାରତର ଶ୍ରମ ବଜାରରେ ଶ୍ରମଶକ୍ତି ଯୋଗଦାନ ହାର ୪୫.୯ ପ୍ରତିଶତରୁ ୩୯.୮ ପ୍ରତିଶତକୁ ହ୍ରାସ ପାଇଥିଲା ।

ଫଳରେ ନିଯୁକ୍ତି ହାର ଫେବୃଆରୀରେ ୩୬.୯ ପ୍ରତିଶତ ମାର୍ଚ୍ଚରେ ୩୬.୭ପ୍ରତିଶତକୁ ଖସିଛି । ଦେଶରେ ୪୦.୯୯ କୋଟିରୁ ୪୦.୭୬ କୋଟିକୁ ହ୍ରାସ ପାଇଛି । ହରିୟାଣାରେ ବେକାରୀ ହାର ସର୍ବାଧିକ । ଏହା ତଳକୁ ରହିଛି ରାଜସ୍ତାନ, ତାପରେ ଜାମ୍ମୁ କାଶ୍ମୀର, ସିକିମ, ବିହାର, ଝାରଖଣ୍ଡ, ଉତ୍ତରାଖଣ୍ଡ, ଛତିଶଗଡ଼, ପୁଡୁଚେରୀ, ଗୁଜରାଟ, କର୍ଣ୍ଣାଟକ, ମେଘାଳୟ ଓ ଓଡ଼ିଶା । ହରିୟାଣାରେ ବେକାରୀ ହାର ୨୬.୮ ପ୍ରତିଶତ, ରାଜସ୍ତାନରେ ୨୬.୪ ପ୍ରତିଶତ, ଜାମ୍ମୁ-କାଶ୍ମୀର ୨୩.୧, ଝାଡଖଣ୍ଡ ୧୭.୫, ଉତ୍ତରାଖଣ୍ଡ ୦.୮, ଛତିଶଗଡ଼ ୦.୮, ପୁଡୁଚେରୀ ୧.୫, ଗୁଜରାଟ ୧.୮ । କର୍ଣ୍ଣାଟକ ୨.୩, ମେଘାଳୟ ୨.୬, ଓ ଓଡ଼ିଶାରେ ବେଲାରୀ ହାର ୨.୬ ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ