Masthead

ଲାଲଗଡ଼ରେ ଜିଲ୍ଲାପାଳ

ମାଲକାନଗିରି (ବଡ଼ ଖବର ବ୍ୟୁରୋ): ଦିର୍ଘଦିନ ପରେ ଲାଲଗଡ଼ରେ ପଡ଼ିଲା ସରକାରୀ ବାବୁଙ୍କ ପାଦ । ୨୦୧୧ମସିହାରେ ତକ୍ରାଳିନ ମାଲକାନାଗିରି ଜିଲ୍ଲାପାଳ ଆର. ଭିନିଲ କ୍ରିଷ୍ଣା ମାଓବାଦୀଙ୍କ ଦ୍ୱାରା ଅପହୃତ ହେବା ପରଠୁ ଏ ଅଞ୍ଚଳକୁ ଆସି ନଥିଲେ ସରକାରୀ ବାବୁ । ୯ବର୍ଷ ପରେ ଆଜି ଲାଲଗଡ଼କୁ ଭେଦ କରି ସ୍ୱାଭିମାନ ଅଞ୍ଚଳରେ ପାଦ ଥାପିଛି ଜିଲ୍ଲା ପ୍ରଶାସନ । ଯନ୍ତୁରାଇ ଗ୍ରାମରୁ ମୋଟରସାଇକେଲ ଯୋଗେ ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଯୋଡାମ୍ବ ପଞ୍ଚୟାତରେ ପହଁଚି ଲୋକଙ୍କ ସମସ୍ୟା ବୁଝିଥିଲେ । ପ୍ରଥମଥର ଜିଲ୍ଲାପାଳ ଓ ଏସପିଙ୍କ ସମେତ ପୁରା ଜିଲ୍ଲା ପ୍ରଶାସନକୁ ପାଖରେ ପାଇ ବର୍ଷ ବର୍ଷ ଧରି ଭୋଗୁଥିବା ଦୁଖଃକୁ ବଖାଣି ଥିଲେ ଯୋଡାମ୍ବ ପଞ୍ଚୟାତବାସୀ ।


ଗୁରୁପ୍ରିୟା ସେତୁ ନିର୍ମାଣ ହେବା ପରାଠାରୁ ଧିରେ ଧିରେ ସ୍ୱାଭିମାନ ଅଞ୍ଚଳର ବିକାଶ ପାଇଁ ବାଟ ଫିଟୁଛି । ମାଓ ସଂଗଠନ ଭୁଷୁଡିବା ସହ ବିଚ୍ଛିନ୍ନାଞ୍ଚଳର ବିକାଶ ପାଇଁ ସରକାର ହାତ ବଢାଇଛନ୍ତି । ସ୍ୱାଭିମାନ ଅଞ୍ଚଳର ୮ପଞ୍ଚୟାତରୁ ୩ ପଞ୍ଚାୟତ ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି । ସ୍ୱାଭିମାନ ଅଞ୍ଚଳର ବିକାଶ ପାଇଁ ସରକାର ଘୋଷଣା କରିଥିଲେ ୧୦୦କୋଟିର ପ୍ୟାକେଜ ହେଲେ ଦୁଇ ବର୍ଷ ପରେ ମଧ୍ୟ ଟଙ୍କା ଖର୍ଚ୍ଚ ହୋଇପାରୁନଥିବାରୁ ନିଜେ ଜିଲ୍ଲାପଳ ପହଁଚି ସ୍ଥିତି ସମୀକ୍ଷା କରିବା ସହ କର୍ଯ୍ୟକୁ ତ୍ୱରାନ୍ନିତ କରିବା ପାଇଁ ଉଦ୍ୟମ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ