ଶେଷ ହେଲା କଚ୍ଛପ କଲ୍ୟାଣ ଅଭିଯାନ

ଅସ୍ତରଙ୍ଗ, (ବଡ଼ ଖବର ବ୍ୟୁରୋ): ଶେଷ ହୋଇଛି ଅସ୍ତରଙ୍ଗ ବେଳାଭୂମି ସଫେଇ ଅଭିଯାନ । ମିଶନ ଓଡ଼ିଶା ପର୍ଯ୍ୟାବରଣ ସଂରକ୍ଷଣ ଅଭିଯାନ ପକ୍ଷରୁ ଅଲିଭ ରିଡଲେ କଇଁଛ ସୁରକ୍ଷା ପାଇଁ ଗତମାସ ୨୭ ତାରିଖରୁ ଆରମ୍ଭ ହୋଇଥିବା ଅସ୍ତରଙ୍ଗ ବେଳାଭୂମି ସଫେଇ ଅଭିଯାନ ମିଶନ ଦେବୀ କଚ୍ଛପ କଲ୍ୟାଣ ମଙ୍ଗଳବାର ଶେଷ ହୋଇଛି । ଦୀର୍ଘ ଏକ ମାସ ଧରି ଚାଲୁ ରହିଥିବା ଏହି ସଫେଇ କାର୍ଯ୍ୟକ୍ରମ ଦ୍ୱାରା ଅସ୍ତରଙ୍ଗ ବେଳାଭୂମି ପୁନର୍ବାର ଏହାର ପ୍ରାକୃତିକ ରୂପ ଫେରିପାଇଛି । ଅସ୍ତରଙ୍ଗ ବେଳାଭୂମି ଅତ୍ୟନ୍ତ ସୁନ୍ଦର ଓ ଆକର୍ଷଣୀୟ ଦେଖାଯାଉଥିଲେ ମଧ୍ୟ୍ୟ ବୈଶ୍ୱିକ ବର୍ଜ୍ୟ ପ୍ଲାଷ୍ଟିକ ସମସ୍ୟା ଏହାକୁ ନଷ୍ଟ କରିଚାଲିଛି । ପ୍ଲାଷ୍ଟିକ ଆବର୍ଜନା ଓ ଛିଣ୍ଡା ଜାଲରେ ଏହା ଘେରିହୋଇ ରହିଥିଲା ।

ମୁହାଣ ଅଞ୍ଚଳର ପ୍ରାକୃତିକ ସୌନ୍ଦର୍ଯ୍ୟ ପୁନର୍ଜୀବିତ କରିବା ସହ ସୁସ୍ଥ ଓ ସନ୍ତୁଳିତ ପରିବେଶ ପାଇଁ ଚେଷ୍ଟା ଏକପ୍ରକାର ସଫଳ ହୋଇଛି । ଏହା ଉପରେ ଆଗକୁ ଅଧିକ ପ୍ରଚେଷ୍ଟା ଜାରି ରହିବ ବୋଲି ଟ୍ରଷ୍ଟର ପରିଚାଳନା ଟ୍ରଷ୍ଟି ସୌମ୍ୟ ବିଶ୍ୱାଳ କହିଛନ୍ତି । ଖରା, ବର୍ଷା ପରି ବିଭିନ୍ନ ପାଣିପାଗକୁ ସହ୍ୟ କରି ଟ୍ରଷ୍ଟର ୬ ସଦସ୍ୟ ପୂର୍ଣ୍ଣକାଳୀନ ସମୟ ଦେଇ ପ୍ରାୟ ପାଞ୍ଚ ଟନରୁ ଅଧିକ ପ୍ଲାଷ୍ଟିକ ଆବର୍ଜନା ସଫେଇ କରିବାରେ ସଫଳ ହୋଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ