Masthead

ତୃତୀୟ ସାମୁଖ୍ୟକୁ ନେଇ ମମତା ଚୁପ୍

ଭୁୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତିନିଦିନିଆ ଓଡ଼ିଶା ଗସ୍ତରେ ଆସି ଜଗତର ନାଥ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି । ମାନସିକ ପୂଜା କରିବା ସହ ବ୍ରାହ୍ମଣମାନଙ୍କୁ ଦେଇଛନ୍ତି ଭୂରି ଭୋଜନ । ଦୀର୍ଘ ଦୁଇ ଘଣ୍ଡା ଶ୍ରମନ୍ଦିରରେ ରହି ମମତା କରିଛନ୍ତି ବେଢା ପରିକ୍ରମା । ମାତ୍ର ତୃତୀୟ ସାମ୍ମୁଖ୍ୟ ସମ୍ପର୍କରେ କିଛି କହିନାହାନ୍ତି । ମହାପ୍ରଭୁଙ୍କ ଦର୍ଶନ କଲେ ମମତା । ଚକାଆଖିକୁ ଦେଖି ଗଦଗଦ ହୋଇଗଲେ ପଶ୍ଚିମବଙ୍ଗ ସିଏମ୍ । ୩ ଦିନିଆ ଓଡ଼ିଶା ଗସ୍ତର ଦ୍ୱିତୀୟ ଦିନରେ ପୂରା ଦିନ ପୁରୀରେ ଥିଲା ମମତାଙ୍କ ପୋଗ୍ରାମ । ସକାଳେ ବଳିଆପଣ୍ଡାରେ ବୁଲିଦେଖିଥିଲେ ଜାଗା । ଯେଉଁଠି ହେବ ପଶ୍ଚିମବଙ୍ଗର ଅତିଥିଶାଳା । ସାଙ୍ଗରେ ଥିଲେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଓ ପୁରୀ ଜିଲ୍ଲାପାଳ ।

ଏହାସହ ପଶ୍ଚିମବଙ୍ଗରୁ ମମତାଙ୍କ ସହ ଆସିଥିବା ଅନ୍ୟ ଅତିଥିମାନେ ବି ଉପସ୍ଥିତ ଥିଲେ । ଅପରାହ୍ନରେ ମମତା ପହଞ୍ଚିଥିଲେ ଶ୍ରୀମନ୍ଦିର । ସିଂହଦ୍ୱାର ଥାନା ସମ୍ମୁଖରେ ଗାଡିରୁ ଓହ୍ଲାଇ ଶ୍ରୀମନ୍ଦିର ଅଭିମୁଖେ ଚାଲିଥିଲେ ମମତା । ସାଙ୍ଗରେ ଥିଲେ ମୁଖ୍ୟ ଶାସନ ସଚିବ, ପୁରୀ ଜିଲ୍ଳାପାଳ, ଏସପି, ଶ୍ରୀମନ୍ଦିର ପ୍ରଶାସନର ସମସ୍ତ ଅଧିକାରୀ ଓ ପଶ୍ଚିମ ବଙ୍ଗରୁ ଆସିଥିବା ୨୪ଜଣିଆ ସ୍ୱତନ୍ତ୍ର ଟିମ୍ । ସିଂହଦ୍ୱାର ଦେଇ ମମତା ଶ୍ରୀମନ୍ଦିର ଭିତରେ ପ୍ରବେଶ କରିଥିଲେ । କୌଳିକ ପଣ୍ଡା ରାମକୃଷ୍ଣ ଦାସ ମହାପାତ୍ର ଓ ଜଗନ୍ନାଥ ସ୍ୱାଇଁ ମହାପାତ୍ରଙ୍କ ସହ ମମତା ଶ୍ରୀଜିଉଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ । ଶ୍ରୀମନ୍ଦିର ଭିତରେ ଦୀର୍ଘ ଦୁଇଘଣ୍ଟା ବିତାଇଥିଲେ ଦିଦି । ଏହି ସମୟ ଭିତରେ ସେ ମାନସିକ ପୂଜା କରିବା ସହ ଦେଇଥିଲେ ବ୍ରାହ୍ମଣ ଭୋଜନ । ପରେ ନିଜ ଅବଢା ସେବନ କରିବା ସହ ବେଢା ପରିକ୍ରମା କରିଥିଲେ ।

ଧ୍ୱଜା ବିତରଣ ଓ ଧ୍ୱଜା ନିରୁପଣ ଦର୍ଶନ କରି ନିର୍ମାଣ ନିବାସ ଅଭିମୁଖେ ବାହାରିଥିଲେ । ଆଜି ସେଠାରେ ରାତ୍ରିଯାପନ କରିବେ । ଆସନ୍ତାକାଲି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ସ୍ୱରାଜ୍ୟ ଅଭିମୁଖେ ଯାତ୍ରା କରିବେ । ତେବେ ନବୀନ ଯାହା କହିଥିଲେ ମମତା ଦେହରାଇଛନ୍ତି । ତୃତୀୟ ସାମ୍ମୁଖ୍ୟ ସମ୍ପର୍କରେ ମମତା କିଛି କହିନଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ