Masthead

ନାଚ ଗୀତ ମାଧ୍ୟମରେ ଗଢୁଛନ୍ତି ଶିଶୁଙ୍କୁ ଭବିଷ୍ୟତ

ସୋନପୁର (ବଡ଼ ଖବର ବ୍ୟୁରୋ): ଶିକ୍ଷା ସମସ୍ତ ଶିଶୁଙ୍କ ମୈାଳିକ ଅଧିକାର । ଏଥିପାଇଁ ସରକାର ଆରମ୍ଭ କରାଯାଇଛି ଅଙ୍ଗନୱାଡି କେନ୍ଦ୍ର । ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ରୁଗୁଡି ପାଲିର ଅଙ୍ଗନୱାଡି କେନ୍ଦ୍ର-ଖ ସମସ୍ତ ଶିଶୁ ମାନଙ୍କୁ ଆକୃଷ୍ଟ କରୁଛି । ଅଙ୍ଗନୱାଡି ଦିଦି ଓ ସହାୟିକାଙ୍କ ଉତ୍ତମ ପରିବେଶ ଓ ଶୈଖିକ ବାତାବରଣ ପାଇଁ ଏହି କେନ୍ଦ୍ରରେ ଶିଶୁଙ୍କ ଉପସ୍ଥାନ ବଢୁଛି । ଏଠାକୁ ଛୁଟୁଛି ନେତା ମନ୍ତ୍ରୀ ଓ ବିଭିନ୍ନ ସରକାରୀ ପଦାଧିକାରୀଙ୍କ ସୁଅ । ଏ ହେଉଛି ସୁବର୍ଣ୍ଣପୁର ଜିଲ୍ଲା ରୁଗୁଡିପାଲି ଆଙ୍ଗନବାଡି କେନ୍ଦ୍ର-ଖ ।

ଏହି କେନ୍ଦ୍ରର ଚାରିଆଡେ ଲାଗିଛି ଭଳିକି ଭଳି ଫୁଳ ଓ ଫଳ ଗଛ ସହ ଶିଶୁଙ୍କ ଖେଳିବା ପାଇଁ ଖେଳ ସାମଗ୍ରୀ । କୁନି କୁନି ଛୋଟ ଶିଶୁମାନଙ୍କ ମୁହଁରୁ ବାହାରୁଛି ସବୁ ପ୍ରଶ୍ନର ଉତ୍ତର । ରଜ୍ୟ ସରକାରଙ୍କ ବିଭିନ୍ନ ପୃଷ୍ଟିକର ଖାଦ୍ୟ ସହତ ବିଭିନ୍ନ ଯୋଜନା ଗୁଡିକର ସଚେତନତା କରାଉଛନ୍ତି ଦିଦି । କିଶୋରୀ ବାଳିକାମାନଙ୍କୁ ବିଭିନ୍ନ ପୃଷ୍ଟିକର ଖାଦ୍ୟ ଯଥା ମୁଗ, ମୁଢି ,ବାଦାମ ଲଡୁ ଓ ଚଣା ଆଦି ଦେବା ସହିତ ବାଲ୍ୟ ବିବାହକୁ ନାଁ , ମିଲେଟ ମିଶନ ଆଦି ଯୋଜନାର ସଫଳ ରୂପାୟନ କରୁଛନ୍ତି ଏହି କେନ୍ଦ୍ରର ଦିଦି । ଏହାକୁ ନେଇ ସ୍ଥାନୀୟ ଅଚଂଳର ଲୋକେ ମଧ୍ୟ ଖୁସି ଥିବା କହିଛନ୍ତି ଓ ଦିଦିଙ୍କ କାର୍ଯ୍ୟପ୍ରଣାଳୀକୁ ପ୍ରସଂଶା କରିଛନ୍ତି । ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ସମନ୍ୱୀତ ଯୋଜନା ରେ ଥିବା ଏହି ଅଙ୍ଗନୱାଡି କେନ୍ଦ୍ରରେ କାର୍ଯ୍ୟରତ ଗୀତାଞଳୀ ରଣା ଜିଲ୍ଲା ସହିତ ସାରା ରାଜ୍ୟରେ ବେଶ ପରିଚିତ ।

ଉତ୍ତମ ଶିକ୍ଷାଦାନ, ଉତ୍ତମ ସ୍କୁଲ ପରିବେଷ ଓ ଶିଶୁଙ୍କ ଯତ୍ନ ଆଦି ଠିକ ସମୟରେ କାର୍ଯ୍ୟ ସମ୍ପାଦନ କରି ରୁଗୁଡିପାଲି ଅଙ୍ଗନବାଡି କେନ୍ଦ୍ର-ଖ କୁ ସମଗ୍ର ଜିଲ୍ଲାରେ ଆକର୍ଷଣର କେନ୍ଦ୍ର ବିନ୍ଦୁ କରିଛନ୍ତି । ନାଚ ଗୀତ ମଧ୍ୟମରେ କୋମଳ ମତି ଶିଶୁଙ୍କୁ ଦେଉଛନ୍ତି ଶିକ୍ଷା ଓ ଗଢୁଛନ୍ତି ସେମାନଙ୍କ ଭବିଷ୍ୟତ । ଶିଶୁ ମାନଙ୍କ ମନ ମୋହିବା ପାଇଁ କେନ୍ଦ୍ରର ପରିବେଷକୁ ରଖିଛନ୍ତି ସଫାସୁତୁରା । ଶିଶୁମାନେ କିପରି ଶିକ୍ଷା ପ୍ରତି ଆଗ୍ରହ ପ୍ରକାଶ କରିବେ ସେଥିପାଇଁ କେନ୍ଦ୍ରର କାନ୍ଥରେ ବିଭିନ୍ନ ମହାପୁରୁଷଙ୍କ ଠାରୁ ଆରମ୍ଭ କରି ଅନେକ ଛବି ଟାଙ୍ଗିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା