Masthead

ଇଣ୍ଡିଆ ମେଣ୍ଟକୁ ମମତା ଝଟକା

କୋଲକାତା (ବଡ଼ ଖବର ବ୍ୟୁରୋ): ଇଣ୍ଡିଆ ମେଣ୍ଟକୁ ମମତା ଝଟକା। ମିଳିତ ବିରୋଧୀଙ୍କ ଇଣ୍ଡିଆ ମେଣ୍ଟକୁ ଜବରଦସ୍ତ ଝଟକା। ବଡ଼ ଝଟକା ଦେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ପଶ୍ଚିମବଙ୍ଗରେ ଟିଏମ୍‌ସି ଏକାକୀ ଲଢ଼ିବ କହିଲେ ଦିଦି। କୌଣସି ସହଯୋଗୀ ଦଳ ସହ ଆସନ ବୁଝାମଣା ହେବନାହିଁ।

ମମତା ବାନାର୍ଜୀ କହିଛନ୍ତି ଯେ, ‘ମୁଁ ଯାହା ପରାମର୍ଶ ଦେଲି, ତାକୁ ସମସ୍ତେ ପ୍ରତ୍ୟାଖାନ କଲେ। ତେଣୁ ଆମେ ଏକା ଲଢ଼ିବାକୁ ସ୍ଥିର କରିଛୁ। ପଶ୍ଚିମବଙ୍ଗରେ ତ୍ରୁଣମୂଳ କଂଗ୍ରେସ ସହ କାହାର ମେଣ୍ଟ ନାହିଁ।’ କଂଗ୍ରେସ ଦଳ ସହ ମୋର କୌଣସି ଆଲୋଚନା ହୋଇନାହିଁ। ମୁଁ ସବୁବେଳେ କହିଛି ଯେ ପଶ୍ଚିମବଙ୍ଗରେ ଆମେ ଏକା ଲଢ଼ିବୁ। ଦେଶରେ କ’ଣ ଚାଲିଛି, ତାକୁ ନେଇ ମୁଁ ଚିନ୍ତିତ ନୁହେଁ।

କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀଙ୍କ ସହ ମମତାଙ୍କ ମତଭେଦର ଗୋଟିଏ ଦିନ ପରେ ମମତା ଏପରି ଘୋଷଣା କରିଛନ୍ତି। ଅଧିର, ମମତାଙ୍କୁ ଅବସରବାଦୀ ବୋଲି କହି ସମାଲୋଚନା କରିଥିଲେ। ଯାହାପରେ ମମତା ପଶ୍ଚିମବଙ୍ଗର ୪୨ ସିଟ୍‌ରେ ଟିଏମସି ଏକା ଲଢିବା ନେଇ ଘୋଷଣା କରିଥିଲେ। ଦୁଇ ନେତାଙ୍କ କଥା କଟାକଟି ଭିତରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟସ୍ଥି କରିଥିଲେ। ଯେଉଁଥିରେ ସେ ଆସନ ବୁଝାମଣାରେ ଅଧିରଙ୍କ କଥା ଗୁରୁତ୍ୱ ରଖେନି ବୋଲି କହିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ