Masthead

ଇମ୍ରନଙ୍କ ଦଳ ପିଟିଆଇକୁ ବ୍ୟାନ କରିବ ପାକିସ୍ତାନ ସରକାର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଲାଗିଛି ଏବେ ବଡ଼ ଝଟକା । ଇମ୍ରନଙ୍କ ଦଳ ପିଟିଆଇକୁ ବ୍ୟାନ କରିବ ପାକିସ୍ତାନ ସରକାର । ପାକିସ୍ତାନର ମୁଖ୍ୟ ବିରୋଧୀ ଦଳ ତେହରିକ ଏ ଇନସାଫଙ୍କୁ ସମ୍ପୁର୍ଣ୍ଣ ବନ୍ଦ କରିବା ପାଇଁ ଯୋଜନା କରୁଛି ପାକିସ୍ତାନ ସରକାର । ଦେଶବିରୋଧୀ କାର୍ଯ୍ୟକଳାପ ପାଇଁ ପିଟିଆଇକୁ ବ୍ୟାନ କରାଯିବା ନେଇ ସୂଚନା ଦେଇଛନ୍ତି ପାକିସ୍ତାନର ସୂଚନା ମନ୍ତ୍ରୀ ଅତାଉଲ୍ଲାହ ତରାର ।ବେଆଇନ ଉତ୍ସରୁ ବିଦେଶୀ ପାଣ୍ଠି ସଂଗ୍ରହ, ଗତବର୍ଷ ମେ’ ୯ରେ ହୋଇଥିବା ଦଙ୍ଗା ଆଦି ପ୍ରସଙ୍ଗରେ ପିଟିଆଇ ଦେଶବିରୋଧୀ ଗତିବିଧିରେ ସାମିଲ ଥିବା ନେଇ ବିଶ୍ୱସନୀୟ ପ୍ରମାଣ ରହିଥିବା ଅତାଉଲ୍ଲାହ କହିଛନ୍ତି।

ମେ’ ୯ ହିଂସା ଘଟଣାରେ ଅନ୍ତଃରାଷ୍ଟ୍ରୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌) ଓ ପାକିସ୍ତାନ ସରକାରଙ୍କ ମଧ୍ୟରେ ହୋଇଥିବା ଚୁକ୍ତିନାମାକୁ ବିଫଳ କରିବା ପାଇଁ ପିଟିଆଇର କେତେଜଣ ପୂର୍ବତନ ଓ ବର୍ତ୍ତମାନର ନେତା ଉଦ୍ୟମ କରିଥିବା ଜଣାପଡ଼ିଛି। ପାକିସ୍ତାନ ସରକାର ଖୁବ୍‌ଶୀଘ୍ର ଏହି ମାମଲାକୁ ସୁପ୍ରିମକୋର୍ଟଙ୍କୁ ପଠାଇବେ ବୋଲି ଅତାଉଲ୍ଲାହ ସୂଚନା ଦେଇଛନ୍ତି। ବର୍ତ୍ତମାନ ଜେଲରେ ଥିବା ଇମ୍ରାନ ଖାନଙ୍କ ଦଳ ଗତ ନିର୍ବାଚନରେ ଭଲ ପ୍ରଦର୍ଶନ ସତ୍ବେ ବିରୋଧୀ ଆସନରେ ବସିଥିଲା । ଇମ୍ରାନ ୧୯୯୬ ମସିହାରେ ପିଟିଆଇର ସ୍ଥାପନା କରିଥିଲେ । ଏହାର ୨୨ ବର୍ଷ ପରେ ଅର୍ଥାତ ୨୦୧୮ରେ କ୍ଷମତାରୁ ଆସିଥିଲା ପିଟିଆଇ । ପରେ ୨୦୨୨ରେ ଅନାସ୍ଥା ଭୋଟରେ ପରାଜିତ ହେବା ପରେ କ୍ଷମତାରୁ ହଟିଥିଲା ପିଟିଆଇ । ଯଦି ଇମ୍ରାନଙ୍କ ଦଳକୁ ବନ୍ଦ କରିଦିଆଯାଏ ତେବେ ଏହା ପାକିସ୍ତାନ ଇତିହାସରେ ପ୍ରଥମ ଥର ପାଇଁ ଘଟିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼