Masthead

‘ସୋଲେ’ ଚଳଚ୍ଚିତ୍ର ଡାଏଲଗ ମାରିଲେ ଦିଦି, ଜାଣନ୍ତୁ କ’ଣ ପାଇଁ

କୋଲକାତା(ବଡ଼ ଖବର ବ୍ୟୁରୋ): ଯିଏ ଡରିଗଲା ସେ ମରିଗଲା । ଏହା ୭୦ଦଶକର ବ୍ଲକବଷ୍ଟର ଫିଲ୍ମ ‘ସୋଲେ’ର ଡାଏଲଗ । କିନ୍ତୁ ବର୍ତ୍ତମାନ ଏହି ଡାଏଲଗ ମାରିଛନ୍ତି ମମତା ବାନାର୍ଜୀ । ମୋଦିଙ୍କ ବିରୋଧରେ ଏହି ଟିପ୍ପଣୀ କରିଛନ୍ତି ଦିଦି । ମମତା କହିଛନ୍ତି ‘ଜୋ ଡରତା ହୈ ୱ ମରତା ହୈ, ଜୋ ଲଢ଼ତା ହୈ ଓ ଜିତତା ହୈ’ । ତେଣୁ ସେ ଲଢ଼େଇ ଜାରି ରଖିବେ । ତେବେ ମୋଦି ଦିଦି କଳି ମଧ୍ୟରେ ଏବେ ଅନ୍ୟ ଜଣେ ଏଣ୍ଟ୍ରି ମାରିଛନ୍ତି । ସେ ହେଲେ ଆଲୋପନ ବନ୍ଦୋପାଧ୍ୟାୟ । ବାତ୍ୟା ୟାଶ ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗ ଯାଇଥିଲେ । ମୋଦୀଙ୍କ ବୈଠକକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ବିଳମ୍ବରେ ଆସିଲେ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ । ଯେଉଁକାରଣରୁ ପ୍ରଧାନମନ୍ତ୍ରୀ ଦିଲ୍ଲୀ ଫେରିଯିବା ପରେ ମୁଖ୍ୟ ଶାସନ ସଚିବ ଆଲୋପନ ବନ୍ଦୋପାଧ୍ୟାୟଙ୍କୁ ଦିଲ୍ଲୀ ଫେରିଯିବାକୁ ନିର୍ଦ୍ଦେଶ ଦେଇଥିଲା ଗୃହମନ୍ତ୍ରାଳୟ ।

କିନ୍ତୁ କେନ୍ଦ୍ରର ନିର୍ଦ୍ଦେଶକୁ ପ୍ରତ୍ୟାଖାନ କରି ଗତକାଲି ମୁଖ୍ୟ ଶାସନ ସଚିବ ଭାବେ ଆଲାପନ ବନ୍ଦୋପାଧ୍ୟାୟ ଅବସର ନେଇଥିବାବେଳେ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଭାବେ ଆଗାମୀ ୩ ବର୍ଷ ପାଇଁ ପୁଣି ନିଯୁକ୍ତି ଦେଇଛନ୍ତି ମମତା ବାନାର୍ଜୀ । ଏଥିସହ ତାଙ୍କ ବଦଳି ନିର୍ଦ୍ଦେଶକୁ ରାଜନୈତିକ ଆକ୍ରୋଶମୂଳକ ବୋଲି ଅଭିଯୋଗ କରିଛନ୍ତି ଦିଦି । ନିଷ୍ପତି ଏକପାଖିଆ ଏବଂ ଦେଶର ସଂଘୀୟ ବ୍ୟବସ୍ଥା ପ୍ରତି ବିପଦ ବୋଲି କହି କେନ୍ଦ୍ର ବିରୋଧରେ ଏକାଠି ହେବାକୁ ସେ ସମସ୍ତ ରାଜ୍ୟ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ସଚିବମାନଙ୍କୁ ଆହ୍ୱାନ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି