Masthead

ପୋଲିସ କରୁଛି ଗଞ୍ଜେଇ ବେପାର

କୋରାପୁଟ(ବଡ଼ ଖବର ବ୍ୟୁରୋ): ପୋଲିସ କରୁଛି ଗଞ୍ଜେଇ ବେପାର । କୋରାପୁଟ ଜିଲ୍ଲା ଜୟପୁରରୁ ଦେଢ କୋଟି ଟଙ୍କାର ଗଞ୍ଜେଇ ଜବତ କରିଛି ପୋଲିସ । ଚୋରା ଗଞ୍ଜେଇ ବେପାର କରୁଥିବା ଅଭିଯୋଗରେ ପୋଲିସ ୬ ଜଣଙ୍କ ସହ ଜଣେ ହୋମଗାର୍ଡଙ୍କୁ ଗିରଫ କରିଛି । ଗୋଟିଏ ଟ୍ରକ ଅମ୍ବାଗୁଡା ନିକଟରୁ ଓ ଆଉ ଗୋଟିଏ ଟ୍ରକ ଜୟପୁର ଘାଟି ନିକଟରୁ ଜବତ ହୋଇଛି ।

ଗୋଟିଏ ଟ୍ରକରୁ ୧ ଟନ ଗଞ୍ଜେଇ ଜବତ ହୋଇଥିବାବେଳେ ଅନ୍ୟ ଏକ ଟ୍ରକରୁ ୫ ଶହ ୭୯ କେଜି ଗଞ୍ଜେଇ ଜବତ ହୋଇଛି । ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ଦେଢକୋଟି ଟଙ୍କା ହେବ ବୋଲି ଏସଡ଼ିପିଓ ସୂଚନା ଦେଇଛନ୍ତି । ସେଥିରେ ଗୋଟିଏ କୋଇଲା ବୋଝୋଇ ଟ୍ରକ ରହିଛି । ଅମ୍ବାଗୁଡା ନିକଟରୁ ଜବତ ହୋଇଥିବା ଗଞ୍ଜେଇ ଟ୍ରକରେ ଜଣେ ପୋଲିସ ହୋମଗାର୍ଡ ଥିଲେ।ହୋମଗାର୍ଡ ଜଣକ କୋଲାବ ଅଞ୍ଚଳର ବୋଲି ଜଣାପଡିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ