କଂଗ୍ରେସ ଉପରେ ବର୍ଷିଲେ ମମତା

କୋଲକାତା(ବଡ଼ ଖବର ବ୍ୟୁରୋ): ପାଖେଇ ଆସୁଛି ପଶ୍ଚିମବଙ୍ଗରେ ଉପନିର୍ବାଚନ । ଏନେଇ ଟିଏମସି ଦଳ ବେଶ ଚଳଚଞ୍ଚଳ ହୋଇ ଉଠିଛି । କେତେବେଳେ ମମତା ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରି ଗର୍ଜୁଥିବା ବେଳେ ଆଉ କେତେବେଳେ ନିଜର ପ୍ରତିଦ୍ୱନ୍ଦୀ ପ୍ରିୟଙ୍କା ତିବ୍ରେୱାଲଙ୍କୁ ସମାଲୋଚନା କରୁଥିବାର ଦେଖିବାକୁ ମିଳୁଛି । ଏହା ମଧ୍ୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କଂଗ୍ରେସ ଦଳକୁ ଟାର୍ଗେଟ କରି ଗର୍ଜି ଥିବାର ଦେଖିବାକୁ ମିଳିଥିଲା ।

ତେବେ କଂଗ୍ରେସ ଓ ବିଜେପି ହାତ ମିଳାଇଛନ୍ତି। ଏହି ଦୁଇ ଜାତୀୟ ରାଜନୈତିକ ଦଳର ଭିତିରି ସଂପର୍କ ରହିଛି। , ମୁଁ ସିପିଏମ ବିରୋଧରେ ୩୦ ବର୍ଷ ଲଢେଇ କଲି। ମୁଁ କଂଗ୍ରେସ ପାର୍ଟି ଏଥିପାଇଁ ଛାଡିଲି କାରଣ ସିପିଏମ ସହ ଏହି ଦଳର ସଂପର୍କ ଥିଲା, ଯାହା ଆଜି ପର୍ୟ୍ୟନ୍ତ ଜାରି ରହିଛି। ଏହି ଦଳ ବିଜେପି ସହ ମଧ୍ୟ ଭିତିରି ସଂପର୍କ ରଖିଛି। କିନ୍ତୁ ଆମେ ବିଜେପିକୁ ଦେଶରୁ ବିଦା କରିବାକୁ ପ୍ରତିଶୃତି ଦେଇଛୁ ବୋଲି ଭବାନୀପୁରରୁ ଉପ ନିର୍ବାଚନ ଲଢୁଥିବା ମମତା ବାନାର୍ଜୀ ଏକ ସଭାରେ କହିଛନ୍ତି । ଅନ୍ୟପଟେ ମମତାଙ୍କୁ ମୋଦିଙ୍କ ବିରୋଧରେ ୨୦୨୪ ନିର୍ବାଚନ ଲଢିବା ପାଇଁ ପ୍ରସ୍ତାବ ଦେବା ସମୟରେ କଂଗ୍ରେସ ଏହାକୁ ବିରୋଧ କରିଥିଲା ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ