Masthead

ମମିତାଙ୍କ ପେନଡ୍ରାଇଭ ତାଙ୍କ ବଡ଼ବାପାଙ୍କ ପାଖରେ !

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାକୁ ୧୯ ଦିନ ବିତିଲାଣି । ଏହି ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଭୂମିକା ଥିବା ଚର୍ଚ୍ଚା ହେଉଛି । ମନ୍ତ୍ରୀଙ୍କୁ କ୍ଲିନ ଚିଟ ଦେବା ପାଇଁ ପୋଲିସ ପାରୁ ପର୍ଯ୍ୟନ୍ତ ଉଦ୍ୟମ ଚଳାଇଛି । ପ୍ରମାଣ ନଷ୍ଟ କରିବା ପାଇଁ ଚାଲିଛି ଫନ୍ଦି ଫିକର । ଅଭିଯୁକ୍ତ ବିରୋଧରେ ପ୍ରମାଣ ଯୋଗାଡ଼କୁ ପୋଲିସ ଗୁରୁତ୍ୱ ଦେବା ବଦଳରେ ମନ୍ତ୍ରୀଙ୍କ ସମ୍ପୃକ୍ତି ଲୁଚେଇବା ପାଇଁ ଲାଗି ପଡ଼ିଛି ପୋଲିସ । କଳାହାଣ୍ଡି ଜିଲା କେ ଗାଁ ଥାନା ମହାଲିଙ୍କରେ ଥିବା ସନସାଇନ ପବ୍ଲିକ କଲେଜର ପ୍ରତିଷ୍ଠାତା ଗୋବିନ୍ଦ ସାହୁଙ୍କ ସହ ମନ୍ତ୍ରୀ ଦିବ୍ୟଶଙ୍କରଙ୍କର ଅଛି ନିବିଡ଼ ସମ୍ପର୍କ । ମନ୍ତ୍ରୀ ସେହି ଶିକ୍ଷାନୁଷ୍ଠାନକୁ ବାରମ୍ବାର ଯାଉଥିଲେ ।

ଆନନ୍ଦ ମଧ୍ୟ ପାଉଥିଲେ । ଏକଥାକୁ ମନ୍ତ୍ରୀ ନିଜେ ସ୍ୱୀକାର କରିଛନ୍ତି । କଲେଜରେ ଲାଗିଥିବା ୫୦ରୁ ଅଧିକ ସିସିଟିଭ ଫୁଟେଜରୁ ମନ୍ତ୍ରୀଙ୍କ ଆତଯାତ ଭିଜୁଆଲ ଗଲା କୁଆଡ଼େ? ଗୋବିନ୍ଦ ସାହୁଙ୍କୁ ମମିତାଙ୍କ ହତ୍ୟା ପୂର୍ବରୁ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଫୁଟେଜ ଡିଲିଟ କରିଦେଇନାହାନ୍ତି ତ ? ଡିଲଟ ହୋଇଥିଲେ ରିକଭୋରୀ ହୋଇପାରିବ । ହାର୍ଡ଼ ଡିକ୍ସ ଜବତ କରି ପୋଲିସ ଏ ଦିଗରେ ତଦନ୍ତ କରୁନାହିଁ । ଏସମ୍ପର୍କରେ ତଦନ୍ତ ହେଲେ ମନ୍ତ୍ରୀଙ୍କ ଅସଲ ଚେହେରା ଧରାପଡ଼ିଯିବ । ଜାଣିଶୁଣି ପୋଲିସ ସିସିଟିଭି ଫୁଟେଜ ପ୍ରସଙ୍ଗକୁ ଅଣଦେଖା କରୁଛି । ଗୋବିନ୍ଦ ସାହୁ ଯୌନ କେଳେଙ୍କାରୀର ସମସ୍ତ ତଥ୍ୟ ମମିତା ପେନ ଡ୍ରାଇଭରେ ରଖିଥିଲେ । ଘରେ ଏଭଳି ସ୍ଥାନରେ ରଖିଥିଲେ ଯାହା ତାଙ୍କ ବ୍ୟତୀତ ଅନ୍ୟ କେହି ପାଇବେ ନାହିଁ । ଏକଥା ମମିତା ମୃତ୍ୟୁ ପୂର୍ବରୁ ତାଙ୍କ ଜଣେ ସାଙ୍ଗକୁ କହିଥିବା ଅଡିଓ ଭାଇରାଲ ହେଉଥିଲା ।

ଏହି ଘଟଣାକୁ ପୋଲିସ ମଧ୍ୟ ଅଣ ଦେଖା କରୁଛି । ମୃତ ମମିତାଙ୍କ ବଡ଼ ବାପା ଦିବ୍ୟଶଙ୍କର ଓ ଗୋବିନ୍ଦଙ୍କ ଭକ୍ତ ହୋଇଥିବାରୁ ସେ ହିଁ ପେନଡ୍ରାଇଭ ରଖି ଦେଇଥାଇପାରନ୍ତି । ପୋଲିସର ସେଭଳି ସାହାସ ନାହିଁ । ମୃତ ମମିତାଙ୍କ ବଡ଼ବାପାଙ୍କ ଠାରୁ ପେନଡ୍ରାଇଭ ହାସଲ କରିବ । ରାଧେ ଘରୁ ମିଳିଥିବା ମୋବାଇଲ କାହାର । ଏ ଦିଗରେ ମଧ୍ୟ ତଦନ୍ତର ଆବଶ୍ୟକତା ରହିଛି । ପୋଲିସ ମନ୍ତ୍ରୀଙ୍କୁ ସୁରକ୍ଷା ଦେବା ପାଇଁ ଜାଣିଶୁଣି ତଦନ୍ତକୁ ବାଟବଣା କରୁଥିବା ଚର୍ଚ୍ଚା ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ