Before Header

ଆଦିବାସୀଙ୍କ ଉପରେ ପରିସ୍ରା କଲେ ଯୁବକ

0 57

ମଧ୍ୟପ୍ରଦେଶ(ବଡ଼ ଖବର ବ୍ୟୁରୋ): ସାମ୍ନାକୁ ଆସିଛି ଏକ ଲଜ୍ଜାଜନକ ଘଟଣା । ଜଣେ ଆଦିବାସୀଙ୍କ ଉପରେ ପରିସ୍ରା କରୁଛନ୍ତି ଜଣେ ଯୁବକ । ସେ ପୁଣି ବିଧାୟକଙ୍କ ପ୍ରତିନିଧି । ଏଭଳି ଚିତ୍ର ସାମ୍ନାକୁ ଆସିଛି ମଧ୍ୟପ୍ରଦେଶ ସିଦ୍ଧି ଜିଲ୍ଲାରୁ । ଜଣେ ଆଦିବାସୀ ଶ୍ରମିକଙ୍କ ଉପରେ ପରସ୍ରା କରିବା ଭଳି ଘୃଣ୍ୟ କାଣ୍ଡ ଘଟାଇଛନ୍ତି ଜଣେ ବ୍ୟକ୍ତି। ଆଦିବାସୀ ଶ୍ରମିକ ଜଣଙ୍କ ହେଲେ ପାଲେ କୋଲ। ତାଙ୍କ ଘର ସିଦ୍ଧିରେ ଓ ସେ ଶ୍ରମିକ ଭାବେ କାମ କରନ୍ତି। ପରିସ୍ରା କରିଥିବା ବ୍ୟକ୍ତି ଜଣଙ୍କ ହେଲେ ବିଜେପି ନେତା ତଥା ସ୍ଥାନୀୟ ବିଧାୟକଙ୍କ ପ୍ରତିନିଧୀ ପ୍ରବେଶ ଶୁକ୍ଳା । ଘଟଣା ବେଳର ଭିଡିଓ ସାମ୍ନାକୁ ଆସିବା ପରେ ଏହାକୁ ତୀବ୍ର ନିନ୍ଦା କରାଯାଇଛି।

ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି। ଅଭିଯୁକ୍ତ ବିରୋଧରେ ଜାତୀୟ ସୁରକ୍ଷା ଆଇନ ବା ଏନଏସ୍‌ଏ ଲାଗୁ କରାଯାଇଥିବା ସୂଚନା ଦେଇଛନ୍ତି। ଟ୍ୱିଟ କରି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଲେଖିଛନ୍ତି, “ସିଦ୍ଧି ଜିଲ୍ଲାର ଗୋଟିଏ ଭାଇରା ଭିଡିଓ ମୋ ନଜରକୁ ଆସିଛି। ମୁଁ ଦୋଷୀକୁ ତୁରନ୍ତ ଗିରଫ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛି। ଦୋଷୀ ବିରୋଧରେ ଏନଏସ୍‌ଏ ଲାଗୁ କରାଯାଇଛି। ତା’ ବିରୋଧରେ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ।” ଘଟଣାଟି ବିଚ୍‌ ରାସ୍ତାରେ ୬ ଦିନ ତଳେ ଘଟିଥିବା ବେଳେ ପୁଲିସ୍‌ ମଙ୍ଗଳବାର ଏହାକୁ ଜାଣିବାକୁ ପାଇଥିଲା ।

Leave A Reply

Your email address will not be published.