Masthead

ମନିଷଙ୍କ ଗିରଫ ଦାବି କଲେ ପ୍ରଦୀପ

ମାଲକାନଗିରି(ବଡ଼ ଖବର ବ୍ୟୁରୋ): ମାଲକାନଗିରିର ପୂର୍ବତନ ଜିଲ୍ଲାପାଳ ମନିଷ ଅଗ୍ରୱାଲାଙ୍କୁ ତୁରନ୍ତ ଗିରଫ କରିବାକୁ କଂଗ୍ରେସ ଆଜି ସ୍ୱର ଶାଣିତ କରିଛି । କଂଗ୍ରେସ ନେତା ପ୍ରଦୀପ ମାଝୀଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ଶୋଭାଯାତ୍ରାରେ ମାଲକାନଗିରି ସହର ପରିକ୍ରମା କରିଥିଲେ । କଂଗ୍ରେସ ଅଭିଯୋଗ କରିଛି ମନିଷ ଅଗ୍ରୱାଲ ମାଲକାନଗିରିରେ ଜିଲ୍ଲାପାଳ ଥିବା ବେଳେ ଜିଲ୍ଳା ଯୋଗାଣ ଅଧିକାରୀ ମନୋଜ ପ୍ରଧାନଙ୍କ ସହ ମିଶି ଧାନମଣ୍ଡି ଦୁର୍ନୀତିରେ ଲିପ୍ତ ଥିଲେ ।

ଯୋଗାଣ ଅଧିକାରୀଙ୍କ ନାମରେ ପୂର୍ବରୁ ଜୟପୁର, ବ୍ରହ୍ମପୁର ଓ କଳାହାଣ୍ଡିରେ ୩ଟି ଭିଜିଲାନ୍ସ ମାମଲା ରହିଛି । ଏହା ସତ୍ତେ୍ୱ ସେ ୧୦ବର୍ଷଧରି କିପରି ଗୋଟିଏ ଜିଲ୍ଲାରେ ରହିଲେ ବୋଲି କଂଗ୍ରେସ ପ୍ରଶ୍ନ କରିଛି । ମଣ୍ଡି ଦୁର୍ନୀତି ସହ ସ୍ୱଚ୍ଛ ଭାରତ ମିଶନ ଓ ଶ୍ରମିକଙ୍କୁ ଉପକରଣ ବଣ୍ଟନ ରେ ବ୍ୟାପକ ଦୁର୍ନୀତି ହୋଇଛି । ଉଭୟ ଅଧିକାରୀଙ୍କୁ ତୁରନ୍ତ ଗିରଫ କରିବା ପାଇଁ କଂଗ୍ରେସ ଦାବି କରିଛି । ଭିଜିଲାନ୍ସ ଡିଏସପିଙ୍କୁ ଦଳ ପକ୍ଷରୁ ଦାବିପତ୍ର ସହ ଅଡିଓ ଟେପ୍ ପ୍ରଦାନ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ