Masthead

ଦେବଭୂମିରେ ପ୍ରକୃତିର ତାଣ୍ଡବ, ମୃତ୍ୟୁ ସଂଖ୍ୟା ୭୦ ଟପିଲା

ଉତ୍ତରାଖଣ୍ଡ (ବଡ଼ ଖବର ବ୍ୟୁରୋ): ମଣିଷମାନେ ସବୁବେଳେ ପ୍ରକୃତି ଉପରେ ଅତ୍ୟାଚାର କରିଥାନ୍ତି , ତାର ପ୍ରତିଉତ୍ତର ସ୍ୱରୂପ ପ୍ରକୃତି ଯେତେବେଳେ ତାଣ୍ଡବ କରେ ତା’ର କରାଳ ରୂପ ଭୟଙ୍କର ପରିସ୍ଥିତି ସୃଷ୍ଟି କରେ । ଏମିତି ଏକ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି ଦେବଭୂମି ଉତ୍ତରାଖଣ୍ଡରେ, ପ୍ରବଳ ବର୍ଷା ପରେ ଭୂସ୍ଖଳନ ଯୋଗୁଁ ପରିସ୍ଥିତିକୁ ନିୟନ୍ତ୍ରଣ କରିବା କଷ୍ଟ ହୋଇଯାଇଛି । ଖରାପ ପାଗ ଯୋଗୁଁ ଲୋକମାନଙ୍କୁ ଉଦ୍ଧାର କରିବା ସମ୍ଭପର ହୋଇ ପାରୁନି ।

ଗତ ସପ୍ତାହରେ ଦେଖାଯାଇଥିବା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ୭୨ ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ବର୍ଷା, ବନ୍ୟା ଓ ଭୂସ୍ଖଳରେ ରାଜ୍ୟର ବହୁ କ୍ଷତି ହୋଇଛି। ସୂଚନାଯୋଗ୍ୟ ଉତ୍ତରାଖଣ୍ତରେ ଗତ ୧୭ରୁ ୧୯ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହୋଇଥିଲା। ରାଜ୍ୟ ସରକାରଙ୍କ ରିପୋର୍ଟ ଅନୁସାରେ ଏପର୍ଯ୍ୟନ୍ତ ୪ ଜଣ ଲୋକ ନିଖୋଜ ଅଛନ୍ତି। ପ୍ରାକୃତିକ ବିପର୍ଯ୍ୟୟରେ ୨୨୪ଟି ଘର ଭାଙ୍ଗିଛି ଅଥବା କ୍ଷତି ପହଂଚାଇଛି। ପ୍ରବଳ ବର୍ଷା ରେକର୍ଡ କରାଯାଇଥିବା ବେଳେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଅକ୍ଟୋବରରେ ହୋଇଥିବା ବର୍ଷା ୬୦ ବର୍ଷର ରେକର୍ଡ ଅତିକ୍ରମ କରିଥିଲା।

୧୯୬୦ ମସିହା ପରେ ଦିଲ୍ଲୀରେ ଚଳିତ ମାସ ଭଳି ବର୍ଷା ହୋଇ ନଥିଲା। କିନ୍ତୁ ଏଥର ୯୩.୪ ମିମି ବର୍ଷା ରେକର୍ଡ କରାଯାଇଥିଲା। ଭାରତୀୟ ପାଣିପାଗ ବିଭାଗ ଅନୁସାରେ ୧୯୧୦ ଅକ୍ଟୋବରରେ ଦିଲ୍ଲୀରେ ୧୮୫.୯ ମିମି ବର୍ଷା ରେକର୍ଡ, ୧୯୫୪ରେ ୨୩୮.୨ମିମି, ୧୯୫୬ରେ ୨୩୬.୨ ଓ ୧୯୬୦ରେ ୯୩.୪ମିମି ବର୍ଷା ରେକର୍ଡ କରାଯାଇଥିଲା। ସେହିପରି ୨୦୦୪ ଅକ୍ଟୋବରରେ ୮୯ମିମି ବର୍ଷା ହୋଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି