ଦେବଭୂମିରେ ପ୍ରକୃତିର ତାଣ୍ଡବ, ମୃତ୍ୟୁ ସଂଖ୍ୟା ୭୦ ଟପିଲା

ଉତ୍ତରାଖଣ୍ଡ (ବଡ଼ ଖବର ବ୍ୟୁରୋ): ମଣିଷମାନେ ସବୁବେଳେ ପ୍ରକୃତି ଉପରେ ଅତ୍ୟାଚାର କରିଥାନ୍ତି , ତାର ପ୍ରତିଉତ୍ତର ସ୍ୱରୂପ ପ୍ରକୃତି ଯେତେବେଳେ ତାଣ୍ଡବ କରେ ତା’ର କରାଳ ରୂପ ଭୟଙ୍କର ପରିସ୍ଥିତି ସୃଷ୍ଟି କରେ । ଏମିତି ଏକ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି ଦେବଭୂମି ଉତ୍ତରାଖଣ୍ଡରେ, ପ୍ରବଳ ବର୍ଷା ପରେ ଭୂସ୍ଖଳନ ଯୋଗୁଁ ପରିସ୍ଥିତିକୁ ନିୟନ୍ତ୍ରଣ କରିବା କଷ୍ଟ ହୋଇଯାଇଛି । ଖରାପ ପାଗ ଯୋଗୁଁ ଲୋକମାନଙ୍କୁ ଉଦ୍ଧାର କରିବା ସମ୍ଭପର ହୋଇ ପାରୁନି ।

ଗତ ସପ୍ତାହରେ ଦେଖାଯାଇଥିବା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ୭୨ ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ବର୍ଷା, ବନ୍ୟା ଓ ଭୂସ୍ଖଳରେ ରାଜ୍ୟର ବହୁ କ୍ଷତି ହୋଇଛି। ସୂଚନାଯୋଗ୍ୟ ଉତ୍ତରାଖଣ୍ତରେ ଗତ ୧୭ରୁ ୧୯ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହୋଇଥିଲା। ରାଜ୍ୟ ସରକାରଙ୍କ ରିପୋର୍ଟ ଅନୁସାରେ ଏପର୍ଯ୍ୟନ୍ତ ୪ ଜଣ ଲୋକ ନିଖୋଜ ଅଛନ୍ତି। ପ୍ରାକୃତିକ ବିପର୍ଯ୍ୟୟରେ ୨୨୪ଟି ଘର ଭାଙ୍ଗିଛି ଅଥବା କ୍ଷତି ପହଂଚାଇଛି। ପ୍ରବଳ ବର୍ଷା ରେକର୍ଡ କରାଯାଇଥିବା ବେଳେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଅକ୍ଟୋବରରେ ହୋଇଥିବା ବର୍ଷା ୬୦ ବର୍ଷର ରେକର୍ଡ ଅତିକ୍ରମ କରିଥିଲା।

୧୯୬୦ ମସିହା ପରେ ଦିଲ୍ଲୀରେ ଚଳିତ ମାସ ଭଳି ବର୍ଷା ହୋଇ ନଥିଲା। କିନ୍ତୁ ଏଥର ୯୩.୪ ମିମି ବର୍ଷା ରେକର୍ଡ କରାଯାଇଥିଲା। ଭାରତୀୟ ପାଣିପାଗ ବିଭାଗ ଅନୁସାରେ ୧୯୧୦ ଅକ୍ଟୋବରରେ ଦିଲ୍ଲୀରେ ୧୮୫.୯ ମିମି ବର୍ଷା ରେକର୍ଡ, ୧୯୫୪ରେ ୨୩୮.୨ମିମି, ୧୯୫୬ରେ ୨୩୬.୨ ଓ ୧୯୬୦ରେ ୯୩.୪ମିମି ବର୍ଷା ରେକର୍ଡ କରାଯାଇଥିଲା। ସେହିପରି ୨୦୦୪ ଅକ୍ଟୋବରରେ ୮୯ମିମି ବର୍ଷା ହୋଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ