Masthead

ବିକାଶରେ ବାଧକ ସାଜୁଛନ୍ତି ମନମୋହନ: ବ୍ୟୋମକେଶ ରାୟ

ଚାନ୍ଦବାଲି(ବଡ଼ ଖବର ବ୍ୟୁରୋ): ସୋସିଆଲ ମିଡ଼ିଆରେ ଓଡ଼ିଶାର ବିଜେପି ସଭାପତିଙ୍କୁ କଟାକ୍ଷ କଲେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ।ସୋସିଆଲ ମିଡ଼ିଆର ନିଜ ମୋବାଇଲରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ବିକାଶର ପାଠ ପଢାଇଲେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ।ସେ ଲେଖିଛନ୍ତି ମନମୋହନ ସାମଲ ଭଦ୍ରକ ଚାନ୍ଦବାଲିର ବିକାଶରେ ବାଧକ ସାଜୁଛନ୍ତି।ସମସ୍ତ ବିକାଶ ମୁଳକ କାର୍ଯ୍ୟରେ ମିଛ ମନ୍ତବ୍ୟ ଦେଇ ନିଜର ଛବି ମଳିନ କରୁଛନ୍ତି ମନମୋହନ।

ଏଭଳି ମିଛ ମନ୍ତବ୍ୟ ପାଇଁ ମନମୋହନ ସାମଲ ଚାନ୍ଦବାଲି ବାସୀଙ୍କ ହୃଦୟକୁ କୁଠାରଘାତ କରିଛନ୍ତି।ଚାନ୍ଦବାଲି ଓ ଭଦ୍ରକ ରେ ବିକାଶ ସହି ପାରୁ ନାହାନ୍ତି ସାମଲ। ଏଭଳି ପୋଷ୍ଟକୁ ନେଇ ଚାନ୍ଦବାଲି ବିଜେଡି ଓ ବିଜେପି କର୍ମୀ ମାନଙ୍କ ମଧ୍ୟରେ ସୋସିଆଲ ମିଡ଼ିଆ ଯୁଦ୍ଧ ଲାଗି ରହିଛି।ଚାନ୍ଦବାଲି ବିଜେପି କର୍ମୀ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କୁ ୩ମାସର ୩୦କୋଟିର ଫାଟିଥିବା ବାଂଶଡା ସେତୁ ପାଠପଢାଇବା ସହିତ ଚାନ୍ଦବାଲିରେ ନୂତନ ବସଷ୍ଟାଣ୍ଟ ମରାମତି କଥା କହୁଥିବା ଦେଖିବାକୁ ମିଳିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ