Masthead

ଭୁଲ ବୁଝିପାରିଲା ପ୍ରଶାସନ, ସମ୍ମାନ ପାଇବେ ମନୋଜ-ମନ୍ମଥ

ଭୋଗରାଇ (ବଡ଼ ଖବର ବ୍ୟୁରୋ):ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ କଥାକାର, ବିଶିଷ୍ଟ ଔପନ୍ୟାସିକ , ପ୍ରାବନ୍ଧିକ ତଥା ଶ୍ରୀମା – ଶ୍ରୀଅରବିନ୍ଦ ଦର୍ଶନର ପ୍ରମୁଖ ବ୍ୟାଖ୍ୟାକାର ପଦ୍ମ ବିଭୂଷଣ ମନୋଜ ଦାସଙ୍କୁ କିଏ ବା ନ ଜାଣେ । ସାରସ୍ତ ଆକାଶର ଏହି ତେଜଦୀପ୍ତ ବୌଦ୍ଧିକ ସାଧକଙ୍କ ସ୍ମୃତିରକ୍ଷା ପାଇଁ ରାଜ୍ୟ ସରକାର ତାଙ୍କ ଜନ୍ମମାଟି ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ୍ ଶଙ୍ଖାରୀ ଗାଁରେ ନିର୍ମାଣ କରୁଛନ୍ତି ମନୋଜ ମୟୂଥ ସ୍ମାରକୀ ସ୍ମୃତିପୀଠ । ୬ କୋଟି ୯୦ ଲକ୍ଷ ଟଙ୍କାର ଏହି ପ୍ରକଳ୍ପରେ ସ୍ଵର୍ଗୀୟ ମନୋଜ ଦାସ ଓ ତାଙ୍କ ବଡ଼ଭାଇ ବିଶିଷ୍ଟ ଐତିହାସିକ ସ୍ବର୍ଗତ ମନ୍ମଥ ନାଥ ଦାସଙ୍କ ପୈତୃକ ବାସଭବନରେ ଉନ୍ନତୀକରଣ କାମ ଗତ ମାର୍ଚ୍ଚ ମାସରୁ ଆରମ୍ଭ ହୋଇଛି ।

ଅଗଷ୍ଟ ପ୍ରଥମ ସପ୍ତାହରେ ମୁଖ୍ୟମନ୍ତ୍ରୀଙ୍କ ଭୋଗରାଇ ଗସ୍ତ ଥିବାରୁ ତା ପୂର୍ବରୁ ପ୍ରକଳ୍ପ କାମ ଶେଷ ପାଇଁ ଜିଲ୍ଲା ପ୍ରଶାସନ ବଳ ଲଗାଇ ଦେଇଛି । ତେବେ ଆଜକୁ କିଛି ଦିନ ଧରି ଧାର୍ଯ୍ୟ ସମୟ ଅତିକ୍ରାନ୍ତ ହୋଇଥିଲେ ସୁଦ୍ଧା ଅଦ୍ୟାବଧି ମାତ୍ର ୫୦ ପ୍ରତିଶତ କାମ ହୋଇଛି । ମାସକ ତଳେ ପ୍ରକଳ୍ପ ସ୍ଥାନରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା ଏକ ହୋର୍ଡିଂ ଲଗାଯାଇଛି । କିନ୍ତୁ ଏହି ହୋର୍ଡିଂରେ ଥିବା ଲେଖାକୁ ନେଇ ରାଜ୍ୟର ବହୁ ସାରସ୍ବତ ସାଧକ ଓ ମନୋଜ ପ୍ରେମୀ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ମନୋଜ ଦାସ ଜଣେ ବହୁମୁଖୀ ପ୍ରତିଭା ସଂପନ୍ନ ବ୍ୟକ୍ତିତ୍ଵ ଥିଲେ । ଏକାଧାରରେ ଜଣେ କଥାକାର , ଗାଳ୍ପିକ , ଔପନ୍ୟାସିକ , ଆଧ୍ୟାତ୍ମିକବାଦୀ ସାଧକ , ଦାର୍ଶନିକ ଓ କବି ହୋଇଥିବା ବେଳେ ଶଙ୍ଖାରୀ ସ୍ମୃତିପୀଠରେ ଲାଗିଥିବା ହୋର୍ଡିଂରେ ମନୋଜ ଦାସଙ୍କ ନାମ ପୂର୍ବରୁ କେବଳ କବି ବୋଲି ଲେଖାଯାଇଛି । ସାରସ୍ଵତ ଜଗତକୁ ରୁଦ୍ଧିମନ୍ତ କରିଥିବା ମନୋଜଙ୍କ ସ୍ମୃତିପୀଠ ଫଳକରେ ଏଭଳି ତ୍ରୁଟି ରାଜ୍ୟ ସରକାରଙ୍କ ଅଜ୍ଞତା ଓ ଅବହେଳାକୁ ଦର୍ଶାଉଛି ବୋଲି ବହୁ ସାହିତ୍ୟିକ କ୍ଷୋଭ ସହ ପ୍ରକାଶ କରିଛନ୍ତି ।

ଏହାକୁ ନେଇ ସାମାଜିକ ଗଣମାଧ୍ୟମରେ ଅନେକ ନିଜ ମନର କଥା ଉଲ୍ଲେଖ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ହୋର୍ଡିଂକୁ ଟ୍ୟାଗ୍ ମଧ୍ୟ କରିଛନ୍ତି । ମନୋଜ ଦାସଙ୍କ ଗରିମାକୁ ଚକ୍ରାନ୍ତ କରି କ୍ଷୂର୍ଣ୍ଣ କରୁଛନ୍ତି । ତୁରନ୍ତ ଓଡିଶା ସରକାର ମନୋଜ ଦାସଙ୍କ ପାଇଁ ଉଦ୍ଦିଷ୍ଟ ହୋଡିଙ୍ଗରେ ତାଙ୍କ ଫୋଟ ଲଗାଇବା ପାଇଁ ମୋନଜପ୍ରେମୀ ଦାବୀ କରିଛନ୍ତି । ମନୋଜ ଦାସ ଖାଲି କଣ କବି ? ସ୍ମୃତିପୀଠ ଫଳକରେ ନାହିଁ ମନୋଜ ଙ୍କ ଫୋଟ କ୍ । ଆଉ କେତେ ଅପମାନ କରିବେ ସରକାର । କବି ମନୋଜ ଦାସ ପୁଣି ମନୋଜ ଦାସଙ୍କ ପାଇଁ ଉଦ୍ଦିଷ୍ଟ ହୋଡିଙ୍ଗରେ ତାଙ୍କ ଫୋଟୋହିଁ ଗାଏବ, ରହିଛି ମୁଖ୍ୟମନ୍ତ୍ରୀଙ୍କ ଫୋଟୋ । ଓଡ଼ିଶା ସରକାର ମନୋଜ ଦାସଙ୍କୁ ଆଉ କେତେ ଅପମାନ କରିବେ?

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଫାଇନାଲରେ ପଞ୍ଜାବ କିଙ୍ଗସ୍‌ 🔴 ଅତିରିକ୍ତ ତହସିଲଦାରଙ୍କୁ ମାଫିଆଙ୍କ ଆକ୍ରମଣ 🔴 ଉତ୍ତର-ପୂର୍ବ ରାଜ୍ୟରେ ବର୍ଷା ବିତ୍ପାତ, ୩୦ ମୃତ 🔴 ‘ଖୁବ୍‌ଶୀଘ୍ର ଆରମ୍ଭ ହେବ ଶ୍ରୀମନ୍ଦିରରେ ଆଣ୍ଟିଡ୍ରୋନ୍‌ ଟେକ୍ନୋଲୋଜି’ 🔴 ଦେଶରେ ବଢୁଛି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା 🔴 ୮ ରାଜ୍ୟର ୧୫ ସ୍ଥାନରେ ଏନଆଇଏ ରେଡ୍ 🔴 ବଦଳିବ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ନାଁ 🔴 ବ୍ରହ୍ମପୁର R&B ଡିଭିଜନ AEEଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ଆଜି ବାଜିବ ଯୁଦ୍ଧ ସାଇରନ 🔴 ପାକିସ୍ତାନରେ ଲାଗୁ ହେଲା ବାଲ୍ୟ ବିବାହ ରୋକିବା ଆଇନ 🔴 ଫାଇନାଲରେ ପଞ୍ଜାବ କିଙ୍ଗସ୍‌ 🔴 ଅତିରିକ୍ତ ତହସିଲଦାରଙ୍କୁ ମାଫିଆଙ୍କ ଆକ୍ରମଣ 🔴 ଉତ୍ତର-ପୂର୍ବ ରାଜ୍ୟରେ ବର୍ଷା ବିତ୍ପାତ, ୩୦ ମୃତ 🔴 ‘ଖୁବ୍‌ଶୀଘ୍ର ଆରମ୍ଭ ହେବ ଶ୍ରୀମନ୍ଦିରରେ ଆଣ୍ଟିଡ୍ରୋନ୍‌ ଟେକ୍ନୋଲୋଜି’ 🔴 ଦେଶରେ ବଢୁଛି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା 🔴 ୮ ରାଜ୍ୟର ୧୫ ସ୍ଥାନରେ ଏନଆଇଏ ରେଡ୍ 🔴 ବଦଳିବ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ନାଁ 🔴 ବ୍ରହ୍ମପୁର R&B ଡିଭିଜନ AEEଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ଆଜି ବାଜିବ ଯୁଦ୍ଧ ସାଇରନ 🔴 ପାକିସ୍ତାନରେ ଲାଗୁ ହେଲା ବାଲ୍ୟ ବିବାହ ରୋକିବା ଆଇନ