ବିଏସଏଫ ଦ୍ୱାରା ମାଓ ଡମ୍ପ ଉଦ୍ଧାର

କୋରକୁଣ୍ଡା (ବଡ଼ ଖବର ବ୍ୟୁରୋ): ମାଲକାନଗିରି ଅଞ୍ଚଳରେ ମାଓବାଦୀଙ୍କୁ ଆଉ ଏକ ଝଟକା। ବିଶେଷ ସୂଚନାକୁ ଆଧାର କରି ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମାରେ ଥିବା ବେଜଙ୍ଗିୱାଡା ରିଜର୍ଭ ଜଙ୍ଗଲରେ ୧୪୨ ବାଟାଲିୟନର ବିଏସ୍ଏଫ୍ ଯବାନଙ୍କ ଦ୍ଵାରା ଏକ ସର୍ଚ୍ଚ ଅପରେସନ୍ ଆରମ୍ଭ କରାଯାଇଥିଲା। ଅପରେସନ ବେଳେ ଯବାନମାନେ ବେଜାଙ୍ଗିୱାଡା ରିଜର୍ଭ ଜଙ୍ଗଲର ପଥର ଗୁମ୍ଫାରେ ମାଓ ଡମ୍ପ ଠାବ କରିଥିଲା। ବଡିଗେଟା ୧୪୨ ବାଟାଲିୟନ କ୍ୟାମ୍ପରୁ ପ୍ରାୟ ୯ କିଲୋମିଟର ପୂର୍ବରେ ଥିବା କାଲିମେଳା ଥାନା କୁରମାନୁର ପଞ୍ଚାୟତ ଦୁଲାଗଣ୍ଡି ଗାଁ ନିକଟ ଜଙ୍ଗଲରୁ ଉଦ୍ଧାର ହେଲା ମାଓ ଡମ୍ପ ।

ମାଓବାଦୀ ଡମ୍ପରୁ ୩ ବନ୍ଧୁକ , ୧ ଏସବିଏମଏଲ ବ୍ୟାରେଲ , ୪ ଡେଟୋନେଟର , ୯୮ ଜିଲେଟିନ ଷ୍ଟିକ, ୨ ଲ୍ୟାଣ୍ଡମାଇନ , ସୋଲାର ପ୍ଲେଟ , ବ୍ୟାଟେରୀ , ଗ୍ୟାସ ସିଲିଣ୍ଡର , ସୁଇଚ , ୧୦ ସାଲାଇନ ବୋତଲ , ଔଷଧ ଆଦି ଯବାନଙ୍କ ଦ୍ଵାରା ଜବତ କରାଯାଇଛି। ବେଜାଙ୍ଗିୱାଡା ସଂରକ୍ଷିତ ଜଙ୍ଗଲ ଦୀର୍ଘ ଦିନ ଧରି ମାଓବାଦୀଙ୍କ ଏକ ଗଡ଼ ହୋଇ ଥିଲା। ଯେଉଁଠାରେ ମାଓ ସଂଗଠନର କ୍ୟାଡର ଏବଂ ସମର୍ଥକମାନେ ଏହି ଅଞ୍ଚଳକୁ ବ୍ୟବହାର କରୁଥିଲେ।

ଏହି ଅଞ୍ଚଳକୁ ନିୟନ୍ତ୍ରଣ କରିବା ଏବଂ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସୁରକ୍ଷା ଭାବନାକୁ ବଢାଇବା ବିଏସଏଫର ଲକ୍ଷ୍ୟ। ମାଓ ଡମ୍ପ ଉଦ୍ଧାର ମାଓବାଦୀଙ୍କ ପାଇଁ ବଡ ଝଟକା। ଯାହା ଏହି ଅଞ୍ଚଳରେ କାର୍ଯ୍ୟ କରୁଥିବା ମାଓବାଦୀଙ୍କ ମନୋବଳକୁ ହ୍ରାସ କରିବା ସହ ଏହା ସୁରକ୍ଷା ବାହିନୀକୁ ଅଧିକ ସକ୍ରିୟ ଭାବରେ କାର୍ଯ୍ୟ କରିବାକୁ ଉତ୍ସାହିତ କରିବ। ଏହି ଅଞ୍ଚଳରେ ମାଓବାଦୀଙ୍କ ଗତିବିଧିକୁ ଦୃଷ୍ଟିରେ ରଖି ଅଞ୍ଚଳରେ ଅଧିକ ତଲାସି ଏବଂ କମ୍ବିଂ ଅପରେସନ୍ ଚାଲିଛି ବୋଲି ବିଏସଏଫ ପକ୍ଷରୁ କୁହାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’