Masthead

୨ ଯୁବକଙ୍କୁ ହାଣିଲେ ମାଓବାଦୀ

ମାଲକାନଗିରି (ବଡ଼ ଖବର ବ୍ୟୁରୋ): ପୁଣି ମାଓବାଦୀ ଦେଖାଇଛନ୍ତି ନିଜର ବର୍ବରରୂପ। ଗତକାଲି ବିଳମ୍ବିତ ରାତିରେ ବିଜାପୁର ଜିଲ୍ଲା ଉସୁର ଥାନା ଅନ୍ତର୍ଗତ ନେଲାକାଙ୍କେର ଗାଁରେ ମାଓବାଦୀମାନେ ଦୁଇ ଯୁବକଙ୍କୁ ଅତି ନିର୍ମମ ହତ୍ୟା କରିଥିବା ସୂଚନା ମିଳିଛି। ପୁଲିସ ଇନଫର୍ମର ସନ୍ଦେହରେ ଦୁଇ ଯୁବକଙ୍କୁ ମାଓବାଦୀମାନେ ହତ୍ୟା କରିଥିବା କୁହାଯାଉଛି। ମାଓବାଦୀଙ୍କ ଦ୍ବାରା ହତ୍ୟା କରାଯାଇଥିବା ଯୁବକ ଦୁଇ ଜଣ ହେଲେ ରବି କଟ୍ଟମ ଏବଂ ତିରୁପତି ସୋଢି । କାଲି କିଛି ମାଓବାଦୀ ନେଲାକାଙ୍କେର ଗାଁରେ ପହଞ୍ଚି ଉଭୟଙ୍କୁ ଟେକି ନେଇ କୌଣସି ଏକ ଧାରୁଆ ଅସ୍ତ୍ରରେ ହତ୍ୟା କରିଥିବା ଉସୁର ଥାନାରେ ସୂଚନା ପ୍ରାପ୍ତ ହୋଇଛି। ପୁଲିସ ଏବେ ଘଟଣାର ତଦନ୍ତ କରୁଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ