କାବୁଲରେ ବ୍ଲାକ ଆଉଟ

କାବୁଲ (ବଡ଼ ଖବର ବ୍ୟୁରୋ): ଆଫଗାନିସ୍ତାନରେ ବିଦ୍ୟୁତ ବିଭ୍ରାଟ । ତାଲିବାନ ଦଖଲ କରିବା ପରେ ସୃଷ୍ଟି ହୋଇଛି ବିଦ୍ୟୁତ ସମସ୍ୟା । ବାଦ ପଡ଼ିନି ରାଜଧାନୀ କାବୁଲ । କାବୁଲ ସମେତ ଅନ୍ୟାନ୍ୟ ପ୍ରଦେଶରେ ବିଦ୍ୟୁତ ବିଭ୍ରାଟ ହୋଇଛି । ଆଫଗାନିସ୍ତାନର ରାଷ୍ଟ୍ରାୟତ୍ତ ବିଦ୍ୟୁତ୍ କମ୍ପାନୀ ‘ଡା ଆଫଗାନିସ୍ତାନ ବ୍ରେଶନା ଶେରକାଟ (ଡିଏବିଏସ)’ ଏହି ସୂଚନା ଦେଇଛି । ସୂଚନା ଅନୁସାରେ ତାଲିବାନ ଦଖଲ ହେବା ପରଠାରୁ ଆଫଗାନିସ୍ତାନରେ ଖାଦ୍ୟ ଓ ପାନୀୟ ସଙ୍କଟ ଦେଖାଦେଇଛି ।

ଉତ୍ତର ଆଫଗାନିସ୍ତାନର ବାଗଲାନ୍ ପ୍ରଦେଶରେ ବୈଷୟିକ ସମସ୍ୟା ହେତୁ ବିଦ୍ୟୁତ୍ ଯୋଗାଣ ବ୍ୟାହତ ହୋଇଛି । ତେବେ ପାୱାର କମ୍ପାନୀ ଏହା ମଧ୍ୟ କହିଛି ଯେ ସେମାନଙ୍କର ବୈଷୟିକ କର୍ମଚାରୀମାନେ ଶୀଘ୍ର ସମସ୍ୟାର ସମାଧାନ ପାଇଁ କାର୍ଯ୍ୟ କରୁଛନ୍ତି । ବିଦ୍ୟୁତ୍ ଯୋଗାଣ ପାଇଁ ଆଫଗାନିସ୍ତାନ ମଧ୍ୟ ଏସିଆର ଦେଶ ଉପରେ ନିର୍ଭରଶୀଳ ବୋଲି ଚର୍ଚ୍ଚା ହେଉଛି । ଆଫଗାନିସ୍ତାନ ଏହାର ୮୦ ପ୍ରତିଶତ ବିଦ୍ୟୁତ୍ ଉଜବେକିସ୍ତାନ ଏବଂ ତାଜିକିସ୍ତାନରୁ ପାଇଥାଏ । ତେବେ ଚଳିତ ବର୍ଷ ଅଗଷ୍ଟରେ ତାଲିବାନ ଅକ୍ତିଆର ହେବା ପରଠାରୁ ତାଲିବାନ ଏହି ଦେଶର ଋଣ ପରିଶୋଧ କରିବାରେ ଅସମର୍ଥ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ