Masthead

କାମ ନକରି ଲାଗିଛି ଫଳକ, ଲୁଟ ହୋଇଛି ଟଙ୍କା

ପାରଳାଖେମୁଣ୍ଡି (ବଡ଼ ଖବର ବ୍ୟୁରୋ): ଗଜପତି ଜିଲ୍ଲା କାଶୀନଗର ବ୍ଲକ ବୁଦୁରା ପଞ୍ଚାୟତରେ ନିମ୍ନମାନର କାର୍ଯ୍ୟ ହୋଇଥିବା ଅଭିଯୋଗ । ଦୁଇଟି ଉନ୍ନୟନ ମୂଳକ କାର୍ଯ୍ୟ ନିମ୍ନମାନର ହୋଇଥିବା ବେଳେ ଅନ୍ୟ ଏକ କାର୍ଯ୍ୟ ଫଳକ ଲଗାଇ ହରିଲୁଟ କରାଯାଇଥିବା ଅଭିଯୋଗ କରିଛନ୍ତି ପୂର୍ବତନ ସମିତି ସଭ୍ୟଙ୍କ ସହ ଗ୍ରାମବାସୀ । ବଥବା ଗାଁର ଶ୍ମଶାନ ନିକଟରେ ନୂତନ ଭାବେ ଏକ ପାଚେରି କାର୍ଯ୍ୟ ଚାଲୁଥିବା ବେଳେ ଏହାର ପଶ୍ୱର୍ରେ ବହିଯାଉଛି ବଂଶଧାରା ନଦୀ ।

ଅଭିଯୋଗ ହେଉଛି ଯେ ପାଚେରି କାର୍ଯ୍ୟ ଅତି ନିମ୍ନମାନର ହୋଇଥିବା ବେଳେ ଏଥିରେ ନା କୌଣସି ବିମ୍ ନା ଲୁହାଛଡ ରହିଛି । ଯାହା ଦ୍ୱାରା ନଦୀରେ ବନ୍ୟା ଆସିଲେ ଏହା ନିମିଷକେ ମଧ୍ୟରେ ନଷ୍ଟ ହେବାରେ ସମ୍ଭାବନା ରହିଥିବା ବେଳେ ଏପରି ଆଗରୁ ଅନେକ କାର୍ଯ୍ୟରେ ବିଭାଗୀୟ ଅଧିକାରୀଙ୍କ ସହ ମିଶି କିଛି ନିଃସ୍ୱାର୍ଥ ବ୍ୟକ୍ତି ଅନେକ ଯୋଜନାର ଅର୍ଥକୁ ହରିଲୁଟ କରାଯାଉଥିବା ଦେଖିବାକୁ ମିଳିଥିବା ପ୍ରକାଶ କରିଛନ୍ତି ବୁଦୁରା ଗ୍ରାମର ପୂର୍ବତନ ୱାର୍ଡ ସଭ୍ୟ ।

ଏହି କାର୍ଯ୍ୟଟି ୨୦୨୪-୨୫ ଆର୍ଥିକ ବର୍ଷରେ ଏମଜିଏନଆରଇଜିଏ ଯୋଜନାରେ ଜାରି ରହିଥିବା ବେଳେ ଏହାର ଅଟକଳ ମୂଲ୍ୟ ଆଠ ଲକ୍ଷ ଟଙ୍କା ରହିଛି । ଆଉ ଏକ ଅଭିଯୋଗ ମଧ୍ୟ ଆସିଛି ଯେଉଁଥିରେ କାର୍ଯ୍ୟ ସମ୍ପୂର୍ଣ୍ଣ କରାନଯାଇ ଫଳକ ଲଗାଯାଇଛି । ଯାହାକୁ ନେଇ ଅଭିଯୋଗ କରିଛନ୍ତି ପୂର୍ବତନ ସମିତି ସଭ୍ୟଙ୍କ ସହ ଗ୍ରାମବାସୀ । ସେପଟେ ଏହି ଘଟଣାର ତଦନ୍ତ କରାଯିବା ସହ ତ୍ରୁଟି ରହିଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି କାଶୀନଗର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ । ସେପଟେ ତଦନ୍ତ ରିପୋର୍ଟକୁ ଅପେକ୍ଷା କରାଯାଇଥିବା କହିଛନ୍ତି ଜିଲ୍ଲାପାଳ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି