କାମ ନକରି ଲାଗିଛି ଫଳକ, ଲୁଟ ହୋଇଛି ଟଙ୍କା

ପାରଳାଖେମୁଣ୍ଡି (ବଡ଼ ଖବର ବ୍ୟୁରୋ): ଗଜପତି ଜିଲ୍ଲା କାଶୀନଗର ବ୍ଲକ ବୁଦୁରା ପଞ୍ଚାୟତରେ ନିମ୍ନମାନର କାର୍ଯ୍ୟ ହୋଇଥିବା ଅଭିଯୋଗ । ଦୁଇଟି ଉନ୍ନୟନ ମୂଳକ କାର୍ଯ୍ୟ ନିମ୍ନମାନର ହୋଇଥିବା ବେଳେ ଅନ୍ୟ ଏକ କାର୍ଯ୍ୟ ଫଳକ ଲଗାଇ ହରିଲୁଟ କରାଯାଇଥିବା ଅଭିଯୋଗ କରିଛନ୍ତି ପୂର୍ବତନ ସମିତି ସଭ୍ୟଙ୍କ ସହ ଗ୍ରାମବାସୀ । ବଥବା ଗାଁର ଶ୍ମଶାନ ନିକଟରେ ନୂତନ ଭାବେ ଏକ ପାଚେରି କାର୍ଯ୍ୟ ଚାଲୁଥିବା ବେଳେ ଏହାର ପଶ୍ୱର୍ରେ ବହିଯାଉଛି ବଂଶଧାରା ନଦୀ ।

ଅଭିଯୋଗ ହେଉଛି ଯେ ପାଚେରି କାର୍ଯ୍ୟ ଅତି ନିମ୍ନମାନର ହୋଇଥିବା ବେଳେ ଏଥିରେ ନା କୌଣସି ବିମ୍ ନା ଲୁହାଛଡ ରହିଛି । ଯାହା ଦ୍ୱାରା ନଦୀରେ ବନ୍ୟା ଆସିଲେ ଏହା ନିମିଷକେ ମଧ୍ୟରେ ନଷ୍ଟ ହେବାରେ ସମ୍ଭାବନା ରହିଥିବା ବେଳେ ଏପରି ଆଗରୁ ଅନେକ କାର୍ଯ୍ୟରେ ବିଭାଗୀୟ ଅଧିକାରୀଙ୍କ ସହ ମିଶି କିଛି ନିଃସ୍ୱାର୍ଥ ବ୍ୟକ୍ତି ଅନେକ ଯୋଜନାର ଅର୍ଥକୁ ହରିଲୁଟ କରାଯାଉଥିବା ଦେଖିବାକୁ ମିଳିଥିବା ପ୍ରକାଶ କରିଛନ୍ତି ବୁଦୁରା ଗ୍ରାମର ପୂର୍ବତନ ୱାର୍ଡ ସଭ୍ୟ ।

ଏହି କାର୍ଯ୍ୟଟି ୨୦୨୪-୨୫ ଆର୍ଥିକ ବର୍ଷରେ ଏମଜିଏନଆରଇଜିଏ ଯୋଜନାରେ ଜାରି ରହିଥିବା ବେଳେ ଏହାର ଅଟକଳ ମୂଲ୍ୟ ଆଠ ଲକ୍ଷ ଟଙ୍କା ରହିଛି । ଆଉ ଏକ ଅଭିଯୋଗ ମଧ୍ୟ ଆସିଛି ଯେଉଁଥିରେ କାର୍ଯ୍ୟ ସମ୍ପୂର୍ଣ୍ଣ କରାନଯାଇ ଫଳକ ଲଗାଯାଇଛି । ଯାହାକୁ ନେଇ ଅଭିଯୋଗ କରିଛନ୍ତି ପୂର୍ବତନ ସମିତି ସଭ୍ୟଙ୍କ ସହ ଗ୍ରାମବାସୀ । ସେପଟେ ଏହି ଘଟଣାର ତଦନ୍ତ କରାଯିବା ସହ ତ୍ରୁଟି ରହିଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି କାଶୀନଗର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ । ସେପଟେ ତଦନ୍ତ ରିପୋର୍ଟକୁ ଅପେକ୍ଷା କରାଯାଇଥିବା କହିଛନ୍ତି ଜିଲ୍ଲାପାଳ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ