Masthead

ବ୍ରାହ୍ମଣଙ୍କୁ ବିବାହ କଲେ ମିଳିବ ୩ଲକ୍ଷ ଟଙ୍କା

କର୍ଣ୍ଣାଟକ(ବଡ଼ ଖବର): ସମାଜରେ ବ୍ର୍ରାହ୍ମଣଙ୍କ ସଂଖ୍ୟା କମିଯାଉଛି । ଏହି ସଂଖ୍ୟାକୁ ବୃଦ୍ଧି କରିବା ପାଇଁ ଆରମ୍ଭ ହୋଇଛି ସରକାରୀ ଯୋଜନା । ଗରିବ ବ୍ରାହ୍ମଣଙ୍କୁ ବିବାହ କଲେ ମିଳିବ ୩ଲକ୍ଷ ଟଙ୍କା । ବଧୂ କୁ ମିଳିବ ଏହି ଟଙ୍କା । ସରକାର ଏହି ଟଙ୍କା ଦେବେ । ଏଥିପାଇଁ ପାଇଲଟ ପ୍ରୋଜେକ୍ଟ ଆରମ୍ଭ ହୋଇସାରିଛି । ଏହି ସ୍କିମର ନାମ ‘ଅରୁନ୍ଧତୀ’ ରଖାଯାଇଛି ।

ଏଭଳି ସ୍କିମ ବାହାର କରିଛନ୍ତି କର୍ଣ୍ଣାଟକ ସରକାର । କର୍ଣ୍ଣାଟକରେ ପ୍ରାୟ ବର୍ଷେ ତଳେ ଏନେଇ ରାଜ୍ୟ ବ୍ରାହ୍ମଣ ବିକାଶ ବୋର୍ଡ ଗଠନ ହୋଇଥିଲା । ପ୍ରଥମ ଯୋଜନାରେ ୨୫ ବ୍ରାହ୍ମଣଙ୍କୁ ୩-୩ ଲକ୍ଷ ଟଙ୍କା ମିଳିବ ।ସେହିପରି ଦ୍ୱିତୀୟ ଯୋଜନାରେ ୫୫୦ ମହିଳାଙ୍କୁ ୨୫-୨୫ ହଜାର ଟଙ୍କା ଦିଆଯିବ। ମାତ୍ର ଏହା ସେହି ଝିଅ ମାନଙ୍କୁ ଦିଆଯିବ ଯିଏ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବ୍ରାହ୍ମଣଙ୍କୁ ବିବାହ କରିବେ । ଏନେଇ ସୂଚନା ଦେଇଛନ୍ତି କର୍ଣ୍ଣାଟକ ବ୍ରାହ୍ମଣ ବିକାଶ ବୋର୍ଡର ଚେୟାରମ୍ୟାନ୍ ତଥା ବିଜେପି ନେତା ଏଚ୍.ଏସ୍ ସଚ୍ଚିଦାନନ୍ଦ ମୂର୍ତ୍ତୀ।

କର୍ଣ୍ଣାଟକର ଜନସଂଖ୍ୟା ପ୍ରାୟ ୬ କୋଟି । ୩ ପ୍ରତିଶତ ବ୍ରାହ୍ମଣ ବୋଲି ଜଣାପଡ଼ିଛି। ସରକାର ଏଥିପାଇଁ ୧୪ କୋଟି ଟଙ୍କାର ପାଣ୍ଠି ବ୍ୟବସ୍ଥା କରିଛନ୍ତି। ଏହା ଗରିବ ବ୍ରାହ୍ମଣ ପରିବାରର ପିଲାଙ୍କ ପାଠ ପଢ଼ାରେ ମଧ୍ୟ ସାହାଯ୍ୟ କରିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଶା ଭୋସ୍‌ଲେଙ୍କ ପରଲୋକ 🔴 ଜାମ୍ମୁକାଶ୍ମୀରରେ ଭୂକମ୍ପ ଝଟକା  🔴 ବିଫଳ ହେଲା ଆଲୋଚନା, ଫେରିଗଲେ ଭାନ୍ସ 🔴 ତାତି ନେଇ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ପାକିସ୍ତାନ ଲିଙ୍କ୍, ଯୁବକଙ୍କୁ ଉଠାଇନେଲା ପୋଲିସ 🔴 ଫେରିଲା ଆର୍ଟେମିସ୍ -୨ 🔴 ୫୦ ଫୁଟ ତଳକୁ ଖସିଲା OSRTC ବସ୍‌ 🔴 ଆଜିଠୁ କଲବଲ କରିବ ତାତି 🔴 ହର୍ମୁଜ ପ୍ରଣାଳୀକୁ ନେଇ ଇରାନର ବଡ ଘୋଷଣା 🔴 ଆଜି ବି ରାଜ୍ୟରେ ରହିବ କାଳବୈଶାଖୀ ପ୍ରଭାବ 🔴 ଆଶା ଭୋସ୍‌ଲେଙ୍କ ପରଲୋକ 🔴 ଜାମ୍ମୁକାଶ୍ମୀରରେ ଭୂକମ୍ପ ଝଟକା  🔴 ବିଫଳ ହେଲା ଆଲୋଚନା, ଫେରିଗଲେ ଭାନ୍ସ 🔴 ତାତି ନେଇ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ପାକିସ୍ତାନ ଲିଙ୍କ୍, ଯୁବକଙ୍କୁ ଉଠାଇନେଲା ପୋଲିସ 🔴 ଫେରିଲା ଆର୍ଟେମିସ୍ -୨ 🔴 ୫୦ ଫୁଟ ତଳକୁ ଖସିଲା OSRTC ବସ୍‌ 🔴 ଆଜିଠୁ କଲବଲ କରିବ ତାତି 🔴 ହର୍ମୁଜ ପ୍ରଣାଳୀକୁ ନେଇ ଇରାନର ବଡ ଘୋଷଣା 🔴 ଆଜି ବି ରାଜ୍ୟରେ ରହିବ କାଳବୈଶାଖୀ ପ୍ରଭାବ