Masthead

୧୨ ଘଣ୍ଟାରେ ବିବାହ କଲେ ୨,୧୪୩ରୁ ଉର୍ଦ୍ଧ୍ଵ ଦମ୍ପତି

ରାଜସ୍ଥାନ (ବଡ଼ ଖବର ବ୍ୟୁରୋ): ରାଜସ୍ଥାନରେ ଗଣବିବାହ । ୧୨ ଘଣ୍ଟାରେ ବିବାହ କଲେ ୨,୧୪୩ରୁ ଉର୍ଦ୍ଧ୍ଵ ଦମ୍ପତି । ସ୍ଥାପନ ହେଲା ବିଶ୍ୱ ରେକର୍ଡ । ନବ ବିବାହିତ ଦମ୍ପତିଙ୍କୁ ରାଜସ୍ଥାନ ସରକାର ବିବାହ ପ୍ରମାଣପତ୍ର ପ୍ରଦାନ କରିଛନ୍ତି । ସରକାରଙ୍କ ପକ୍ଷରୁ ଖାଲି ବିବାହ ପ୍ରମାଣପତ୍ର ନୁହେଁ ବିଭିନ୍ନ ଉପହାର ମଧ୍ୟ ପ୍ରଦାନ କରାଯାଇଛି । ରାଜସ୍ଥାନର ବାରଣ ଜିଲ୍ଲାରେ ମେ’ ୨୬ ରେ ଆୟୋଜିତ ହୋଇଥିଲା ଏହି ଗଣବିବାହ । ସେଠାରେ ଉପସ୍ଥିତ ହଜାର ହଜାର ଲୋକ ଏହି ଗଣବିବାହର ସାକ୍ଷୀ ପାଲଟିଥିଲେ । ଏହି ଆନନ୍ଦ ଉତ୍ସବରେ ୨,୧୪୩ ରୁ ଅଧିକ ଦମ୍ପତି ଅଂଶଗ୍ରହଣ କରି ଶପଥ ଗ୍ରହଣ କରିଥିଲେ । ସମସ୍ତେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ଏବଂ କ୍ୟାବିନେଟ୍ ମନ୍ତ୍ରୀ ପ୍ରମୋଦ ଜୈନ ଭାୟାଙ୍କଠାରୁ ଆଶୀର୍ବାଦ ଗ୍ରହଣ କରିଥିଲେ। ଗଣବିବାହରେ ରାଜସ୍ତାନ ଦୁଇଟି ବିଶ୍ୱ ରେକର୍ଡ ସ୍ଥାପନ କରିଛି । ପ୍ରଥମତଃ ୧୨ ଘଣ୍ଟାରେ ୨,୧୪୩ ରୁ ଅଧିକ ଦମ୍ପତି ବିବାହ କରିଥିଲେ । ୨୦୧୩ ରେ ୨୪ଘଣ୍ଟାରେ ୯୬୩ ଦମ୍ପତି ବିବାହ କରିଥିଲେ । ଗିନିଜ ୱାର୍ଲ୍ଡ ରେକର୍ଡ ଅନୁଯାୟୀ ଶ୍ରୀ ମହାବୀର ଗୋଶାଲା କଲ୍ୟାଣ ସଂସ୍ଥାନ ପକ୍ଷରୁ ଏହି ଗଣ ବିବାହର ଆୟୋଜନ କରାଯାଇଥିଲା । ଏହି ସମାରୋହରେ ଉଭୟ ହିନ୍ଦୁ ଏବଂ ମୁସଲମାନ ଦମ୍ପତି ବିବାହ କରିଥିଲେ। ପ୍ରତ୍ୟେକ ଦମ୍ପତିଙ୍କ ସମ୍ପ୍ରଦାୟର ପୁରୋହିତ, କାଜି କିମ୍ବା ଅଧିକାରୀଙ୍କ ଦ୍ୱାରା ବିବାହ ପରିଚାଳିତ ହୋଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା