Masthead

ଘୋଷଣା ହେଲା ମାଟ୍ରିକ ପରୀକ୍ଷା ତାରିଖ

କଟକ (ବଡ଼ ଖବର ବ୍ୟୁରୋ): ଘୋଷଣା ହେଲା ମାଟ୍ରିକ ପରୀକ୍ଷା ତାରିଖ । ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ମାର୍ଚ୍ଚ ୧୦ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦ରେ ଶେଷ ହେବ । ଏଥିପାଇଁ ବୋର୍ଡ ପକ୍ଷରୁ ପରୀକ୍ଷା କାର୍ଯ୍ୟ ପ୍ରକାଶ ପାଇଛି। ପରୀକ୍ଷା ସକାଳ ୮ଟାରୁ ଆରମ୍ଭ ହୋଇ ୧୦ଟାରେ ସରିବ। ‌ଭୋକେସନାଲ ଟ୍ରେଡ୍ ବ୍ୟତୀତ ଅନ୍ୟ ସମସ୍ତ ବିଷୟରେ ୮୦ ନମ୍ବର ପରୀକ୍ଷା କରାଯିବ। ଏଥିରେ ୫୦ ନମ୍ବର ସଂକ୍ଷିପ୍ତ ଉତ୍ତରମୂଳକ(ଏମ୍‌ସିକ୍ୟୁ) ପ୍ରଶ୍ନ ରହିବ । ଯାହାର ଉତ୍ତରକୁ ଓଏମ୍‌ଆର୍‌ ସିଟ୍‌ରେ ପୂରଣ କରାଯିବ। ଅବଶି‌ଷ୍ଟ ୩୦ନମ୍ବର ସବ୍‌ଜେକ୍ଟିଭ୍‌ ପ୍ରଶ୍ନ ରହିବ ଓ ଏହାର ଉତ୍ତର ପ୍ରଶ୍ନପତ୍ର ବୁକ୍‌ଲେଟ୍‌ରେ ଲେଖିବାକୁ ପଡ଼ିବ। ଗଣିତ ବିଷୟରେ ଛାତ୍ରଛାତ୍ରୀଙ୍କୁ ଅତିରିକ୍ତ ୧୫ ମିନିଟ୍ ସମୟ ମିଳବ ।

ସେହିପରି ମଧ୍ୟମା(ସଂସ୍କୃତ‌ ଟୋଲ) ପରୀକ୍ଷା କାର୍ଯ୍ୟସୂଚୀ ଅନୁସାରେ, ମାର୍ଚ୍ଚ ୧୦ରେ ପେପର-୪(ଓଡ଼ିଆ), ମାର୍ଚ୍ଚ ୧୩ରେ ପେପର-୮(ଇଂରାଜୀ), ମାର୍ଚ୍ଚ ୧୪ ତାରିଖରେ ପେପର-୨(ସଂସ୍କୃତ ସାହିତ୍ୟମ୍‌), ମାର୍ଚ୍ଚ ୧୫ରେ ପେପର-୧(ସଂସ୍କୃତ ବ୍ୟାକରଣ ଓ ଦର୍ଶନ), ମାର୍ଚ୍ଚ ୧୬ରେ ପେପର-୬(ସାଧାରଣ ବିଜ୍ଞାନ), ମାର୍ଚ୍ଚ ୧୭ରେ ପେପର-୩ (ପ୍ରୟୋଗାତ୍ମକ ସଂସ୍କୃତ), ମାର୍ଚ୍ଚ ୧୮ ତାରିଖରେ ପେପର-୭ (ସାମାଜିକ ବିଜ୍ଞାନ) ଓ ମାର୍ଚ୍ଚ ୨୦ ତାରିଖ ପେପର-୫(ଗଣିତ) ପରୀକ୍ଷା କରାଯିବାକୁ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ମଧ୍ୟମାରେ ଗଣିତ, ବିଜ୍ଞାନ, ସାମାଜିକ ବିଜ୍ଞାନ, ଇଂରାଜୀ ବିଷୟ ପରୀକ୍ଷାରେ ୩୦ ନମ୍ବର ସବ୍‌ଜେକ୍ଟିଭ୍ ଓ ୩୦ ନମ୍ବର ଅବ୍‌ଜେକ୍ଟିଭ୍ ଏହିପରି ମୋଟ ୬୦ ନମ୍ବର ପରୀକ୍ଷା ହେବ। ଅନ୍ୟ ବିଷୟରେ ୩୦ ମାର୍ଚ୍ଚ ସବ୍‌ଜେକ୍ଟିଭ୍ ଓ ୫୦ ନମ୍ବର ଅବ୍‌ଜେକ୍ଟିଭ୍ ପରୀକ୍ଷା କରାଯିବ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର