ପାଟନା (ବଡ଼ ଖବର ବ୍ୟୁରୋ): ଜେଡିୟୁ ଛାଡ଼ିଲେ ପୂର୍ବତନ ଏମ୍ପି ମୀନା ସିଂ । ଶୁକ୍ରବାର ସେ ଜେଡିୟୁ ଛାଡ଼ିଛନ୍ତି। ମୀନା ସିଂଙ୍କ ବ୍ୟତୀତ ଅନ୍ୟ ଅନେକ ନେତା ମଧ୍ୟ ଜେଡିୟୁର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିବା ଜଣାପଡିଛି। ମୀନା ସିଂ ଭାଜପାରେ ଯୋଗଦେଇ ପାରନ୍ତି ବୋଲି ଏକ ସୂତ୍ରରୁ ଜଣାପଡ଼ିଛି। ୨୦୦୮ରେ ସ୍ବାମୀ ତଥା ଏମ୍ପି ଅଜିତ କୁମାର ସିଂଙ୍କ ପରଲୋକ ପରେ ମୀନା ବିକ୍ରମଗଞ୍ଜ ଲୋକ ସଭା ଉପନିର୍ବାଚନରେ ବିଜୟୀ ହୋଇଥିଲେ। ଏପରିକି ସେ ୨୦୦୯ ନିର୍ବାଚନ ମଧ୍ୟ ଜିତିଥିଲେ। ୨୦୧୪ରେ ସେ ନିର୍ବାଚନ ଲଢ଼ି ହାରିଯାଇଥିଲେ। ସେପଟେ ସମର୍ଥକଙ୍କ ସହ ଆଲୋଚନା କରି ପରବର୍ତ୍ତୀ ନିଷ୍ପତି ନେବେ ବୋଲି ମୀନା ସିଂ କହିଛନ୍ତି।