Before Header

କଳା ପତାକା ଦେଖାଇ ଉତ୍କଳ ଦିବସକୁ ବିରୋଧ

0 48

ବଙ୍ଗୋମୁଣ୍ଡା (ବଡ଼ ଖବର ବ୍ୟୁରୋ):  ବଙ୍ଗୋମୁଣ୍ଡାରେ ଉତ୍କଳ ଦିବସକୁ ବିରୋଧ । କଳା ପତାକା ଦେଖାଇଲେ କୋଶଲ ଯୁବ ଶକ୍ତି ବଙ୍ଗୋମୁଣ୍ଡା ଓ କୋଶଲ ରାଏଜ ମୁକ୍ତି ମୋର୍ଚ୍ଚା । ଏହି ଦିବସକୁ ମଧ୍ୟ କଳା ଦିବସ ପାଳନ କରିଛନ୍ତି । କୋଶଲ ଯୁବ ଶକ୍ତି ବଙ୍ଗୋମୁଣ୍ଡା ଓ କୋଶଲ ରାଏଜ ମୁକ୍ତି ମୋର୍ଚ୍ଚା ସଂଗ୍ରାମୀ ବ୍ଲକ ନିକଟରୁ ଏକ ରାଲିରେ ବାହାରି ଆମ୍ବେଦକର ଛକ,ଚାରି ଛକରେ ବିଭିନ୍ନ ନାରାବାଜି ଦେଇ ପରିକ୍ରମା କରିଥିଲେ ।

କୋଶଲାଞ୍ଚଳ ପ୍ରତି ଅବହେଳା କରାଯାଉଥିବାବେଳେ କୋଶଲାଞ୍ଚଳରେ ଉତ୍କଳ ଦିବସକୁ ପାଳନ କରାଯିବ ନାହିଁ । କୋଶଲ ରାଜ୍ୟ ଦାବି କରାଯାଇଥିଲା । କଳା ପତାକା ଦେଖାଇ ଉତ୍କଳ ଦିବସକୁ ବିରୋଧ କରିଥିଲେ ଯୁବ କୋଶଲ ସଂଗ୍ରାମୀ। ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର ହେବ ବୋଲି ଚେତାବନୀ ଦେଇଥିଲେ ।

Leave A Reply

Your email address will not be published.